ଆଜି ସୁସ୍ଥ ହେଲେ ୧୫୨୧ ଜଣ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ହେଲା ୪୦,୭୨୬

Advertisment
ଆଜି ସୁସ୍ଥ ହେଲେ ୧୫୨୧ ଜଣ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ହେଲା ୪୦,୭୨୬

ଭୁବନେଶ୍ୱର: ରାଜ୍ୟରେ ଆଜି ୨୭ଟି ଜିଲ୍ଲାରୁ ଆଜି ୧୪୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୭୨୬ରେ ପହଞ୍ଚିଛ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୨୩୧ ଜଣ, କଟକରୁ ୧୬୬ ଜଣ, ରାୟଗଡ଼ାରୁ ୯୩ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୯ ଜଣ, ପୁରୀରୁ ୮୦ ଜଣ, କଳାହାଣ୍ଡିରୁ ୭୭ ଜଣ, ବାଲେଶ୍ୱରରୁ ୬୧ ଜଣ, ନୟାଗଡ଼ରୁ ୫୬ ଜଣ, ଗଜପତି, ସମ୍ବଲପୁରରୁ ୫୪ ଜଣ ଲେଖାଏଁ ଏବଂ ଯାଜପୁର ଜିଲ୍ଲାରୁ ୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିଭଳି କୋରାପୁଟ ଜିଲ୍ଲାରୁ ୪୬ ଜଣ, ଭଦ୍ରକ, କନ୍ଧମାଳରୁ ୨୬ ଜଣ ଲେଖାଏଁ, ମାଲକାନଗିରିରୁ ୨୨ ଜଣ, କେନ୍ଦୁଝରରୁ ୧୯ ଜଣ, ଜଗତସିଂହପୁରରୁ ୧୬ ଜଣ, ଅନୁଗୁଳ, ବଲାଙ୍ଗୀର, କେନ୍ଦ୍ରାପଡ଼ାରୁ ୧୩ ଜଣ ଲେଖାଏଁ, ବରଗଡ଼, ଝାରସୁଗୁଡ଼ାରୁ ୧୦-୧୦ ଜଣ, ସୁବର୍ଣ୍ଣପୁରରୁ ୯ ଜଣ, ମୟୂରଭଂଜରୁ ୯ ଜଣ, ବୌଦ୍ଧରୁ ୫ ଜଣ ଓ ନବରଙ୍ଗପୁରରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe