ଖୋଲା ଆକାଶ ତଳେ ପଡ଼ିଛି ୧.୫୪ ଲକ୍ଷ ବସ୍ତା ଧାନ

କାମ ଦେଲାନି ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଆଶ୍ବାସନା। ଗତ ସପ୍ତାହରେ ଜିଲ୍ଲାପାଳଙ୍କ ସହିତ ନିଜ ନିର୍ବାଚନ ମଣ୍ଡଳୀ କୁଚିଣ୍ଡାର ବିଭିନ୍ନ ମଣ୍ଡି ବୁଲିଥିଲେ ମନ୍ତ୍ରୀ ରବିନାରାୟଣ ନାଏକ। ଏଥରକ ଚାଷୀଙ୍କୁ ଆଉ ପୂର୍ବଭଳି ହଇରାଣ ହେବାକୁ ପଡ଼ିବ ନାହିଁ ବୋଲି କହିଥିଲେ।

fsfssffs

ସମ୍ବଲପୁର: କାମ ଦେଲାନି ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଆଶ୍ବାସନା। ଗତ ସପ୍ତାହରେ ଜିଲ୍ଲାପାଳଙ୍କ ସହିତ ନିଜ ନିର୍ବାଚନ ମଣ୍ଡଳୀ କୁଚିଣ୍ଡାର ବିଭିନ୍ନ ମଣ୍ଡି ବୁଲିଥିଲେ ମନ୍ତ୍ରୀ ରବିନାରାୟଣ ନାଏକ। ଏଥରକ ଚାଷୀଙ୍କୁ ଆଉ ପୂର୍ବଭଳି ହଇରାଣ ହେବାକୁ ପଡ଼ିବ ନାହିଁ ବୋଲି କହିଥିଲେ। ଏହା ସତ୍ତ୍ବେ କୁଚିଣ୍ଡା ଉପଖଣ୍ଡରେ ଧାନ ସଂଗ୍ରହକୁ ନେଇ ଅଚଳାବସ୍ଥା ଦେଖାଦେଇଛି। ବିଭିନ୍ନ ମଣ୍ଡିରେ ୧ ଲକ୍ଷ ୫୪ ହଜାର ୭୩୧ ବସ୍ତା ଧାନ ବିକ୍ରି ନହୋଇ ପଡ଼ିରହିଛି। ଏହାର ସମାଧାନ ପାଇଁ ମୁଖ୍ୟ ଯୋଗାଣ ଅଧିକାରୀ ଓ ଡିଆର୍‌ସିଏସ୍‌ କୁଚିଣ୍ଡାରେ ପହଞ୍ଚିଥିଲେ ମଧ୍ୟ ଅବସ୍ଥାରେ କୌଣସି ସୁଧାର ହୋଇନାହିଁ। ହାଡ଼ଭଙ୍ଗା ଶୀତ ସମୟରେ ଖୋଲା ଆକାଶ ତଳେ ପଡ଼ିରହିଛି ଧାନ। ଅସାମାଜିକ ବ୍ୟକ୍ତି ଏବଂ ହାତୀଦାଉରୁ ଧାନକୁ ରକ୍ଷା ପାଇଁ ଶୀତକାକରରେ ରାତି ଉଜାଗର ରହି ଧାନ ଜଗି ରହୁଛନ୍ତି ଚାଷୀ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ଅଧିକାଂଶ ମଣ୍ଡିରେ ସ୍ଥିତି ଏଭଳି। ଏହି ଉପଖଣ୍ଡର ଭୋଜପୁରରେ ସର୍ବାଧିକ ୨୨ ହଜାର ୮୦୭, ଡିମିରିମୁଣ୍ଡାରେ ୧୩ ହଜାର ୧୭୮, ଜମନକିରାରେ ୧୧୬୨୦ , ଫାସିମାଲରେ ୧୨ ହଜାର ୩୬୧, କେନାଢ଼ିପାରେ ୧୧ ହଜାର ୦୩୮, ଗୁଣ୍ଡରୁଚୁଆଁରେ ୯୦୬୫, ବକ୍ସମାରେ ୪୪୬୯, କୁସୁମିରେ ୩୨୦୯, ସାଲେଭାଡ଼ିରେ ୩୯୪୦, ଉଚକାପାଟରେ ୧୩୫୯, କେଶେଇବାହାଲରେ ୩୦୨ ବସ୍ତା ସମେତ ପ୍ରାୟ ୩୦ଟି ମଣ୍ଡିରେ ଧାନ ଅବିକ୍ରି ହୋଇ ପଡ଼ିଛି।

ମଣ୍ଡି ଖୋଲିବା ଦିନଠାରୁ ହିଁ ଏଭଳି ଅବସ୍ଥା ଲାଗିରହିଛି। ବାମରା ବ୍ଲକ୍‌ ଉଚକାପାଟ ଗ୍ରାମର ଚାଷୀ ଯୋଗ ବିହାରୀ ପରିଡ଼ା କହିଛନ୍ତି, ଦୁଇଟି ଲ୍ୟାମ୍ପ୍‌ସ ଚାଷୀଙ୍କ ପାଇଁ ଏହି ମଣ୍ଡି ରହିଛି। ଚାଷୀମାନେ ସଫା ଏବଂ ଶୁଖିଲା ଧାନ ଆଣିଛନ୍ତି। ଆର୍ଦ୍ରତା ପ୍ରାୟ ୧୩ରୁ ୧୫ ମଧ୍ୟରେ ରହିଛି। କିନ୍ତୁ ମିଲର୍ସମାନେ ଏଫ୍‌ଏକ୍ୟୁ ଏବଂ ଆଦ୍ରତା ଉପରେ ପ୍ରଶ୍ନ ଉଠାଇ କ୍ବିଣ୍ଟାଲ୍‌ ପିଛା ୫ରୁ୬ କେଜି ଧାନ କାଟିବା ପାଇଁ ଅଡ଼ି ବସୁଛନ୍ତି। ଯାହାକୁ ଚାଷୀମାନେ ବିରୋଧ କରୁଛନ୍ତି। ଅନେକ ମଣ୍ଡିକୁ ମିଲର୍ସମାନେ ପହଞ୍ଚୁ ନାହାନ୍ତି। ଫଳରେ ଧାନ ଉଠିପାରୁନାହିଁ। ଏଣେ ଚାଷୀଙ୍କୁ ଟୋକନ୍‌ ଅବଧି ସରିଯିବାର ଭୟ ଘାରୁଛି। ଏହି ଉପଖଣ୍ଡରେ ହାତୀ ଉପଦ୍ରବ ଲାଗି ରହିଥିବାରୁ ଅବସ୍ଥା ଆହୁରି ଶୋଚନୀୟ ହୋଇଛି। ବୁଧବାର ଧାନ ଉଠାଇବା ପାଇଁ ପୂର୍ବାହ୍ନ ୧୧ଟାରେ ପ୍ରାଶାସନିକ ଅଧିକାରୀମାନେ ଉଚକାପାଟ ମଣ୍ଡିକୁ ଆସିଥିଲେ। ମିଲର୍ସଙ୍କ ଉପସ୍ଥିତିରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବୈଠକ ହୋଇଥିଲା। ହେଲେ କଟ୍‌ନି ଛଟ୍‌ନିକୁ ନେଇ ବିବାଦ ଉପୁଜିବାରୁ ବୈଠକ ବିଫଳ ହୋଇଥିଲା। ମୁଖ୍ୟ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ କହିଛନ୍ତି, କୁଚିଣ୍ଡାରେ କେବଳ ଗୋଟିଏ ମିଲ୍‌ ରହିଛି। ଏହା ସତ୍ତ୍ବେ ଧାନ ଉଠାଣ ସମସ୍ୟା ନ ହେବା ପାଇଁ ୪୬ ମିଲ୍‌କୁ ଟ୍ୟାଗ୍‌ କରାଯାଇଛି। ଗାଡ଼ିର ଅଭାବ ଯୋଗୁଁ ଏତେ ସଂଖ୍ୟାରେ ଧାନ ପଡ଼ିରହିଛି। ଖୁବ ଶୀଘ୍ର ଧାନ ଉଠିଯିବ ବୋଲି ସେ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe