ସୁସ୍ଥ ହେଲେ ୧୫୪୩ ଜଣ ଆକ୍ରାନ୍ତ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୧ ହଜାର ୭୮୪କୁ ବୃଦ୍ଧି

Advertisment
ସୁସ୍ଥ ହେଲେ ୧୫୪୩ ଜଣ ଆକ୍ରାନ୍ତ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୧ ହଜାର ୭୮୪କୁ ବୃଦ୍ଧି

ଭୁବନେଶ୍ୱର:ରାଜ୍ୟର ୨୭ଟି ଜିଲ୍ଲାରୁ ଆଜି ୧୫୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୩୧ ହଜାର ୭୮୪ରେ ପହଞ୍ଚିଛ।

ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୪୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୨୧୦ ଜଣ, କଟକ ଜିଲ୍ଲାରୁ ୧୩୧ ଜଣ, କୋରାପୁଟ ଜିଲ୍ଲାରୁ ୧୨୮ ଜଣ, ଗଜପତି ଜିଲ୍ଲାରୁ ୧୧୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୮୩ ଜଣ, ଯାଜପୁର ଜିଲ୍ଲାରୁ ୫୮ ଜଣ, ସମ୍ବଲପୁର ଜିଲ୍ଲାରୁ ୪୯ ଜଣ, ମାଲକାନଗିରି ଜିଲ୍ଲାରୁ ୪୭ ଜଣ, କନ୍ଧମାଳ ଜିଲ୍ଲାରୁ ୪୬ ଜଣ, ରାୟଗଡ଼ା ଜିଲ୍ଲାରୁ ୩୫ ଜଣ, ନୟାଗଡ଼ ଜିଲ୍ଲାରୁ ୩୩ ଜଣ ଓ ଭଦ୍ରକ ଜିଲ୍ଲାରୁ ୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲାରୁ ୨୭ ଜଣ, କଳାହାଣ୍ଡି ଜିଲ୍ଲାରୁ ୨୫ ଜଣ, କେନ୍ଦୁଝର ଜିଲ୍ଲାରୁ ୨୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୧ ଜଣ, ନବରଙ୍ଗପୁର, ମୟୂରଭଂଜ ଜିଲ୍ଲାରୁ ୧୫ ଜଣ ଲେଖାଏଁ, ପୁରୀ ଜିଲ୍ଲାରୁ ୧୪ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୦ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୭ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ, ବରଗଡ଼ ଜିଲାରୁ ୨ ଜଣ ଓ ଅନୁଗୁଳ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ସୁଦ୍ଧା ମୋଟ ୬ ଲକ୍ଷ ୫୦ ହଜାର ୧୮୩ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୪୫ ହଜାର ୯୨୭ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୩୧ ହଜାର ୭୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୭୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୧୩ ହଜାର ୮୨୧ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe