ଆଠଗଡ଼ ଖଣ୍ତୁଆଳି ଗାଁରେ ୧୬ କରୋନା ପଜିଟିଭ୍‌, ୭ ଦିନ ପାଇଁ ଗାଁ କଣ୍ଟେନମେଣ୍ଟ ଜୋନ୍‌

Advertisment
ଆଠଗଡ଼ ଖଣ୍ତୁଆଳି ଗାଁରେ ୧୬ କରୋନା ପଜିଟିଭ୍‌, ୭ ଦିନ ପାଇଁ ଗାଁ କଣ୍ଟେନମେଣ୍ଟ ଜୋନ୍‌

ଆଠଗଡ : କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ରେ ପୁଣି ଲାଗୁ ହେଲା କଣ୍ଟେନମେଣ୍ଟ ଜୋନ। ୭ଦିନ ପାଇଁ ରାଧାକୃଷ୍ଣପୁର ପଂଚାୟତର ଖଣ୍ତୁଆଳି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହିତ ଆରମ୍ଭ ହୋଇଛି କରୋନା ସଂକ୍ରମଣର କାରଣ ଖୋଜା ଅଭିଯାନ। ଖଣ୍ତୁଆଳି ଗ୍ରାମର ୧୬ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ପ୍ରଶାସନ ଶନିବାରଠାରୁ ୭ଦିନ ପାଇଁ ଉକ୍ତ ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି। ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଏହି ସମୟ ମଧ୍ୟରେ ଗାଁକୁ ପ୍ରବେଶ ଓ ଗାଁରୁ ଲୋକ ବାହାରକୁ ଯିବା ଉପରେ କଟକଣା ଜାରି କରିଛନ୍ତି।

publive-image Empactis

ଶୁକ୍ରବାର ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ରାଧାକୃଷ୍ଣପୁର ପଂଚାୟତର ଖଣ୍ତୁଆଳି ଗ୍ରାମରେ କରୋନା ଆଣ୍ଟିଜେନ୍ ଟେଷ୍ଟ ହୋଇଥିଲା। ମୋଟ ୧୫୦ ଜଣଙ୍କର ଆଣ୍ଟିଜେନ୍ ଟେଷ୍ଟ ହୋଇଥିବାବେଳେ ୧୬ ଜଣଙ୍କର କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ସଂପୃକ୍ତ ଅଂଚଳବାସୀ ଜାଳେଣି କାଠ, କୋଇଲା ନେଇ କଟକ, ଭୁବନେଶ୍ବରରେ ବିକ୍ରି କରିବା ସହ ତାଙ୍କ ପରିବାର ପ୍ରତିପୋଷଣ କରନ୍ତି। କଟକ ଭୁବନେଶ୍ବରରେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କଠାରେ ସଂକ୍ରମଣ ବ୍ୟାପିଥିବା ସନ୍ଦେହ କରାଯାଉଛି। ଏହାପୂର୍ବରୁ ଡିସେମ୍ବର ମାସରେ ଯୋରନ୍ଦା ପଂଚାୟତର ପାଇକେରାପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲାବେଳେ ଅକ୍ଟୋବର ମାସରେ କୁସପଙ୍ଗି ପଂଚାୟତର ସାରକୋଳି ଓ ପହିଲାବର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। କିଛିଦିନ ଅନ୍ତରରେ ଆଠଗଡ଼ରେ କରୋନା ମହାମାରୀର ପ୍ରଭାବ ବୃଦ୍ଧି ପାଇବା ଏବଂ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରୋନା ସଂକ୍ରମଣକୁ ନେଇ ପୁଣି ଆତଙ୍କ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe