ବର୍ଷା ଓ ବନ୍ୟାରେ ୧୬ ଜଣଙ୍କର ମୃତ୍ୟୁ, ୮ ଲକ୍ଷ ଲୋକ ପ୍ରଭାବିତ : ଏସ୍‌ଆରସି

Advertisment

ଆସନ୍ତାକାଲି ସକାଳୁ ମୁଣ୍ଡଳିରେ ପ୍ରବାହିତ ହେବ ଚଳିତ ବନ୍ୟାର ସର୍ବାଧିକ କ୍ୟୁସେକ ଜଳ

ଆସନ୍ତାକାଲି ସକାଳୁ ମୁଣ୍ଡଳିରେ ପ୍ରବାହିତ ହେବ ଚଳିତ ବନ୍ୟାର ସର୍ବାଧିକ କ୍ୟୁସେକ ଜଳ

ବର୍ଷା ଓ ବନ୍ୟାରେ ୧୬ ଜଣଙ୍କର ମୃତ୍ୟୁ, ୮ ଲକ୍ଷ ଲୋକ ପ୍ରଭାବିତ : ଏସ୍‌ଆରସି

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ହୋଇଥିବା ବନ୍ୟା ଯୋଗୁଁ ରାଜ୍ୟରେ ଧନ ଜୀବନକୁ କ୍ଷତି ପହଂଚାଇଛି। ପ୍ରାଥମିକ ଆକଳନ ଅନୁସାରେ ବନ୍ୟା ଯୋଗୁଁ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ଷା ଓ ବନ୍ୟାରେ କାନ୍ଥପଡ଼ି ଓ ଭାସିଯାଇ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି।

ଏସ୍‌ଆରସି ଶ୍ରୀ ଜେନା କହିଛନ୍ତି, ଭଦ୍ରକ ଓ ଯାଜପୁର ଜିଲ୍ଲା ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବନ୍ୟାରେ ଭଦ୍ରକ ଜିଲ୍ଲାର ୬୧୦ ଓ ଯାଜପୁର ଜିଲ୍ଲାର ୫୬୦ ଗାଁ ଜଳମଗ୍ନ ହୋଇଛି। ୩ ଲକ୍ଷ ପ୍ରାଣୀ ଓ ୩ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ସେହିପରି ୮ ହଜାର ଘର ଭାଙ୍ଗିଛି। ବନ୍ୟା ଜଳ ସ୍ତର କମିଲେ ସଂପୂର୍ଣ୍ଣ ଆକଳନ କରାଯାଇପାରିବ ବୋଲି ଏସ୍‌ଆରସି କହିଛନ୍ତି। ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଆଗାମୀ ୨୪ ଘଣ୍ଟା କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ।

ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମକୁ ପ୍ରଚୁର ପରିମାଣରେ ଜଳ ପ୍ରବେଶ କରୁଛି। ଏବେ ହୀରାକୁଦକୁ ୮ ଲକ୍ଷ ୯୫ ହଜାର ୬୦୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଏଠାରୁ ୭ ଲକ୍ଷ ୬୨ ହଜାର ୧୯୫ କ୍ୟୁସେକ ଜଳ ନିଷ୍କାସନ ହେଉଛି। ମହାନଦୀର ବନ୍ୟାଜଳ ଆସନ୍ତାକାଲି ସକାଳୁ ମୁଣ୍ଡଳି ଛୁଇଁବ। ସେତିକି ବେଳକୁ ବର୍ତ୍ତମାନ ଅପେକ୍ଷା ସର୍ବାଧିକ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହ ହେବ। ମୁଣ୍ଡଳିରେ ପ୍ରାୟ ୬ରୁ ୯ ଘଣ୍ଟା ପର୍ଯ୍ୟନ୍ତ ଜଳ ପ୍ରବାହ ପିକ୍‌ ରହିବ। ଏହା ପରେ ବନ୍ୟା ଜଳ କାଠଯୋଡ଼ି, ବିରୂପା, ଦେବୀ, ଦୟା, ଭାର୍ଗବୀ, ଲୁଣା ଓ ଚିତ୍ରୋତ୍ପଳାକୁ ଯିବ। ବନ୍ୟା ପରିସ୍ଥିତି ଆଉ ୨ରୁ ୩ ଦିନ ରହିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe