ଗହୀରମଥାରୁ ୪ ଟ୍ରଲର ଜବତ, ୧୬ ମତ୍ସ୍ୟଜୀବୀ ଗିରଫ

Advertisment
ଗହୀରମଥାରୁ ୪ ଟ୍ରଲର ଜବତ, ୧୬ ମତ୍ସ୍ୟଜୀବୀ ଗିରଫ

ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ୍‌ ଭାବେ ମାଛ ଧରୁଥିବା ୪ଟି ଟ୍ରଲର ଜବତ କରାଯାଇଛି। ଏଥିରେ ଥିବା ୧୬ଜଣ ମତ୍ସ୍ୟଜୀବୀଙ୍କୁ ବନବିଭାଗ ଗିରଫ କରିଛି।

ଗହୀରମଥା ବନାଞ୍ଚଳ ଅଧିକାରୀ ସୁବ୍ରତ କୁମାର ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଗହୀରମଥା ନିଷିଦ୍ଧାଞ୍ଚଳ ମଧ୍ୟରେ ପଇଁତରା ଦେଉଥିବା ବେଳେ ବେଆଇନ ଭାବେ ମାଛ ମାରୁଥିବା ମା’ ମମତାମୟୀ, କତେଶ୍ୱରୀ-୨, ୟା-ଆଜମିରି, ମା’ ମୁକ୍ତି ନାମକ ୪ଟି ଟ୍ରଲରକୁ ଜବତ କରାଯାଇଥିଲା। ଏହି ଟ୍ରଲରଗୁଡ଼ିକରେ ଥିବା ପିତାମ୍ବର ମଲ୍ଲିକ, ସନାତନ ମଲ୍ଲିକ, ଶରତ ମଲ୍ଲିକ, ଘନତାରା ମଲ୍ଲିକ, ଶଶୀକାନ୍ତ ମାଝୀ, ସୁଶାନ୍ତ ପରିଡ଼ା, ଦେବେନ୍ଦ୍ର ପରିଡ଼ା, କମଳାକାନ୍ତ ପରିଡ଼ା, କହ୍ନେଇ ପରିଡ଼ା, ବିଜୟ ବେହେରା, ବସନ୍ତ ବେହେରା, ଦିବାକର ସାହୁ, ନିର୍ମଳ ମାଝୀ, ରଥିନ୍ଦ୍ର ପରିଡ଼ା, ଟଙ୍କଧର ନାୟକ, ଭରତ ମାଝୀ ପ୍ରମୁଖ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି।

ସୂଚନାଥାଉ କି, ଗତ ୧ ତାରିଖରୁ ଆସନ୍ତା ମେ’ ୩୧ ଯାଏଁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଛ ଧରା ନିଷିଦ୍ଧ କରାଯାଇଛି। ଲକ୍ଷଲକ୍ଷ ସମୁଦ୍ରପଥ ଅତିକ୍ରମ କରି ଅଲିଭ୍‌ରିଡ୍‌ଲେ କଇଁଛମାନେ ସାମୁଦ୍ରିକ ଅଭୟାରଣ୍ୟରେ ପାଦ ଥାପି ସାରିଲେଣି। ଏବେ ସେମାନଙ୍କ ପ୍ରଜନନ ଋତୁ। ଏହାକୁ ଦୃଷ୍ଟିରେ ରଖି ରାଜନଗର ବନବିଭାଗ ପଇଁତରା କଡ଼ାକଡ଼ି କରିଛି। ପ୍ରଥମଥର ପାଇଁ ନିଷିଦ୍ଧାଞ୍ଚଳ ଚାରିପାଖରେ ବନବିଭାଗ ପକ୍ଷରୁ ଦୁଇଟି ଉଚ୍ଚଶକ୍ତି ସଂପନ୍ନ ସ୍ପିଡ୍‌ ବୋଟ୍‌ ନିୟୋଜିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe