୧୬ କେଜି ଗଞ୍ଜେଇ ସହ ୮ ଲକ୍ଷ ୪୫ ହଜାର ଟଙ୍କା ଜବତ

Advertisment
୧୬ କେଜି ଗଞ୍ଜେଇ ସହ ୮ ଲକ୍ଷ ୪୫ ହଜାର ଟଙ୍କା ଜବତ

ବ୍ୟାସନଗର : ଯାଜପୁର ରୋଡ୍‌ ଥାନା କୋପଣ୍ଡ ଗ୍ରାମ ପ୍ରାଥମିକ ବିଦ୍ୟାଳୟ ନିକଟ ଦୁଃଶାସନ ମଲ୍ଲିକଙ୍କ ଘରେ ପୁଲିସ ଚଢ଼ଉ କରି  ୧୬ କେଜି ୪୦ ଗ୍ରାମ୍‌ ଗଞ୍ଜେଇ, ନଗଦ ୮ ଲକ୍ଷ ୪୫ ହଜାର ୨ଶହ ଟଙ୍କା ଜବତ କରିଛି। ଏଥିସହ ଦୁଇ ବାଇକ୍‌ (ଓଡି୦୪ଡି ୧୪୯୧ ଏବଂ ଓଆର ୦୯ କେ ୦୪୬୧), ଦୁଇଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ମାଷ୍ଟର ମାଇଣ୍ଡ ଓ ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ କୋପଣ୍ଡ ଗ୍ରାମର ନିରଞ୍ଜନ ମଲ୍ଲିକ (୩୫), କୋରେଇ ଥାନା ସୋଲବନ୍ଦୀ ଗ୍ରାମର ମଣ୍ଟୁଆ ଜେନା (୩୩) ଓ କଣ୍ଟାଝରି ଗ୍ରାମର ସୁଦାମ ନାୟକ (୩୨)।

ଗୋଶାଳା ଛକ ଓ କୋପଣ୍ଡ ଗ୍ରାମରେ ଗଞ୍ଜେଇ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଏହି ସୂଚନା ମିଳିବା ପରେ ଏସ୍‌ପି ରାହୁଲ ପିଆର୍‌ଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସ୍ପେଶାଲ ସ୍କ୍ବାଡ୍‌ ଓ ଯାଜପୁରରୋଡ୍‌ ପୁଲିସ ଏହି ଚଢ଼ଉ କରିଥିଲେ ବୋଲି ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗଞ୍ଜେଇ ବେପାରୀଙ୍କ ଆଉ କେତେକ ସହଯୋଗୀ ଧରାପଡ଼ି ନାହାନ୍ତି। ଖୁବ୍‌ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ସେ ସୂଚନା ଦେଇଛନ୍ତି। ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ବିକ୍ରମ ମଲ୍ଲିକଙ୍କ ଉପସ୍ଥିତିରେ ଗଞ୍ଜେଇ, ଟଙ୍କା, ବାଇକ, ମୋବାଇଲ ଫୋନ ଜଉମୁଦ ଦେଇ ସିଲ୍‌ କରାଯାଇଛି। ଏହି ଚଢ଼ଉରେ ସବ୍ଇନ୍ସପେକ୍ଟର ଜ୍ୟୋତିରଞ୍ଜନ ମହାପାତ୍ର, ରମାକାନ୍ତ ନାୟକ, ଛବିରାଣୀ ଜେନା ସାମିଲ ଥିଲେ।  କୋଭିଡ୍‌ ଟେଷ୍ଟ ପରେ ତିନି ଅଭିଯୁକ୍ତଙ୍କୁ କେସ ନମ୍ବର ୪୨୫/୨୨ ଏନଡିପିଏସ ଆକ୍ଟରେ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe