କମର୍ଚାରୀ ଅଭାବରୁ ଖତ ଖାଉଛି ବୋଟ୍‌: ପରୀକ୍ଷଣ ଆଳରେ ୧୬ଲକ୍ଷ ଟଙ୍କା ଲୁଟ୍‌

Advertisment
କମର୍ଚାରୀ ଅଭାବରୁ ଖତ ଖାଉଛି ବୋଟ୍‌: ପରୀକ୍ଷଣ ଆଳରେ ୧୬ଲକ୍ଷ ଟଙ୍କା ଲୁଟ୍‌

Justdial

ଯାଜପୁର: ସ୍ବତନ୍ତ୍ର ରିଲିଫ କମିଶନଙ୍କ ଅଧୀନସ୍ଥ ଷ୍ଟେଟ୍ ପୋର୍ଟ ଇଂଜିନିୟରଙ୍କ ନିୟନ୍ତ୍ରଣାଧୀନ ବୋଟ୍ ଓ ଲଞ୍ଚ ସେବା ନାମରେ ବ୍ୟାପକ ଅର୍ଥ ହଡ଼ପ ହେଉଛି। ପରୀକ୍ଷାମୂଳକ ଭାବେ ଚଳାଇବା ଆଳରେ ଗତ ୧୦ ବର୍ଷରେ ୧୬ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଏପରିକି ଭଙ୍ଗା, ଅଚଳ ‌ବୋଟ୍ ବି ପରୀକ୍ଷାମୂଳକ ଭାବେ ଚଳାଯାଇଥିବା ଦର୍ଶାଇ ଅର୍ଥ ବ୍ୟୟ କରାଯାଇଛି। ରାଜ୍ୟ ସରକାରଙ୍କର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ତଥ୍ୟ ମୁତାବକ, ୨୦୧୦-୧୧ ରୁ ୨୦୧୯-୨୦ ମଧ୍ୟରେ ୧୦କୋଟି ୨୯ଲକ୍ଷ ୨୨ହଜାର ୭୯୫ଟଙ୍କାରେ ପାୱାର ବୋଟ୍ ‌କିଣାଯାଇଛି। ସେହିପରି ଏହି ସମୟରେ ମରାମତି ବାବଦରେ ୪କୋଟି ୮୯ଲକ୍ଷ ୬୧ହଜାର ୬୫୨ଟଙ୍କା ବ୍ୟୟ ହୋଇଥିବା ‌ଦର୍ଶାଯାଇଛି। ଅପରପକ୍ଷରେ ବିନା ନାବିକରେ ଖତ ଖାଉଥିବା ବୋଟ୍ ପରୀକ୍ଷାମୂଳକ ଭାବେ ଚଳାଇବା (ଟ୍ରାଏଲ)ରେ ମଧ୍ୟ ୧୬ଲକ୍ଷ ୨୫ହଜାର ୭୬୭ଟଙ୍କା ସରକାରଙ୍କ ତହବିଲରୁ ବ୍ୟୟ କରାଯାଇଛି ବୋଲି ଦର୍ଶାଯାଇଛି। ସେହିପରି ଏହି ବିଭାଗ ଦର୍ଶାଇଛି ଯେ, ୨ଟି ଆମ୍ବୁଲାନସ ବୋଟ୍ ସହିତ ଏଫଆରପି ବୋଟ୍ ୧୭୫ଟି ଓ ଆଲୁମିନିୟମ ବୋଟ୍ ୭୦ଟି ଏହିପରି ମୋଟ ୨୪୭ଟି ବୋଟ୍ ରହିଛି। ମାତ୍ର ବୋଟ୍ କର୍ମଚାରୀ ସଂଖ୍ୟା ୮୨ଜଣ। ତେଣୁ ବୋଟ୍ ଗୁଡ଼ିକ କିଏ କେତେବେଳେ କେଉଁଠାରେ ଟ୍ରାଏଲ କଲେ ବୋଲି ପ୍ରଶ୍ନ ଉଠୁଛି। ବୋଟ୍ କିଣାବିକାରେ ହେଉଥିବା ଦୁର୍ନୀତି ଓ ପରୀକ୍ଷଣରେ ହୋଇଥିବା ଖର୍ଚ୍ଚର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ରହସ୍ୟର ଉନ୍ମୋଚନ ହୋଇପାରିବ।ଅଧିକାରୀଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରୁଥିବା ଅନେକ କର୍ମଚାରୀ ନିଜର ନାମ ଗୋପନ ରଖିବା ସର୍ତ୍ତରେ ଏହା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe