କୋଟିଆ ପାଇଁ ୧୬ଜଣିଆ କମିଟି: ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି, ବିକାଶ ପାଇଁ ଗଠନ ହେବ ସ୍ବତନ୍ତ୍ର ସଂସ୍ଥା

Advertisment

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅଧୀନସ୍ଥ କୋଟିଆ ଗ୍ରାମସମୂହର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ କରିବା, ସ୍ଥାନୀୟ ବାସିନ୍ଦାଙ୍କ ନିକଟରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସୁବିଧା ପହଞ୍ଚାଇବା, ଓଡ଼ିଆ ଅସ୍ମିତାରେ ବାନ୍ଧି ରଖିବା ପାଇଁ  ସେମାନଙ୍କ ମଧ୍ୟରେ ଓଡ଼ିଶାର ଭାଷା....

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅଧୀନସ୍ଥ କୋଟିଆ ଗ୍ରାମସମୂହର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ କରିବା, ସ୍ଥାନୀୟ ବାସିନ୍ଦାଙ୍କ ନିକଟରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସୁବିଧା ପହଞ୍ଚାଇବା, ଓଡ଼ିଆ ଅସ୍ମିତାରେ ବାନ୍ଧି ରଖିବା ପାଇଁ  ସେମାନଙ୍କ ମଧ୍ୟରେ ଓଡ଼ିଶାର ଭାଷା....

Kotia

Kotia Photograph: (Kotia )

ଭୁବନେଶ୍ବର: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅଧୀନସ୍ଥ କୋଟିଆ ଗ୍ରାମସମୂହର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ କରିବା, ସ୍ଥାନୀୟ ବାସିନ୍ଦାଙ୍କ ନିକଟରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସୁବିଧା ପହଞ୍ଚାଇବା, ଓଡ଼ିଆ ଅସ୍ମିତାରେ ବାନ୍ଧି ରଖିବା ପାଇଁ  ସେମାନଙ୍କ ମଧ୍ୟରେ ଓଡ଼ିଶାର ଭାଷା, ସଂସ୍କୃତି,ସାହିତ୍ୟ, ପରମ୍ପରା, ପର୍ବପର୍ବାଣୀର ପ୍ରଚାରପ୍ରସାର କରିବା ଲାଗି ରାଜ୍ୟ ସରକାର ବଡ଼ ଯୋଜନା କରିଛନ୍ତି। ଏଥିପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ୧୬ଜଣିଆ କମିଟି ଗଠନ କରିଛନ୍ତି।

ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି
ବିକାଶ ପାଇଁ ଗଠନ ହେବ ସ୍ବତନ୍ତ୍ର ସଂସ୍ଥା 
ସବୁ ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ ହେବ

ଏହି କମିଟିରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଆବାହକ ସଦସ୍ୟ ରହିଥିବାବେଳେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପ୍ରମୁଖ ସଚିବ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ, ଶ୍ରମ ବିଭାଗ ପ୍ରମୁଖ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ, ଆଇନ ବିଭାଗ ପ୍ରମୁଖ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ଦକ୍ଷିଣାଞ୍ଚଳ ଆର୍‌ଡିସି, ଦକ୍ଷିଣ ପଶ୍ଚିମ ରେଞ୍ଜ୍ ଡିଆଇଜି, କୋରାପୁଟ ଜିଲ୍ଲାପାଳ ଏବଂ ଏସ୍‌ପି ସଦସ୍ୟ ରହିଛନ୍ତି। ଗତ ଏପ୍ରିଲ ୨୦ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କୋଟିଆ ଉପରେ ବସିଥିବା ବୈଠକର ନିଷ୍ପତ୍ତ ଅନୁଯାୟୀ, ସମସ୍ତ ବିଭାଗର ଯୋଜନାକୁ ଏକତ୍ରିତ କରି ଗୋଟିଏ ସଂସ୍ଥା ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ଏକ ପ୍ରଶାସନିକ ତନ୍ତ୍ର କାର୍ଯ୍ୟ କରିବ। ସ୍ଥାନୀୟ ଲୋକମାନେ ଏହି ସଂସ୍ଥାକୁ ଆସି ସବୁ ବିଭାଗର ଯୋଜନାର ହିତାଧିକାରୀ ହେବା ସହ ସୁବିଧା ସୁଯୋଗ ପାଇପାରିବେ। ଏହି ସଂସ୍ଥା ଦାୟିତ୍ବରେ ସ୍ବତନ୍ତ୍ର ଭାବେ ଜଣେ ଓଏଏସ୍‌/ଓଆର୍‌ଏସ୍‌ ଅଧିକାରୀ ରହିବେ। 
ତେଣୁ ଏହି ସଂସ୍ଥା କିପରି କାର୍ଯ୍ୟ କରିବ, କିପରି ସବୁ ଯୋଜନାକୁ ଏକତ୍ରିତ କରାଯିବ, ପାଣ୍ଠି ଆବଣ୍ଟନ ହେବ, ଆନ୍ଧ୍ର ଓ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ତୁଳନା କରି କୋଟିଆ ଗ୍ରାମବାସୀଙ୍କୁ କିପରି ଅଧିକ ସୁବିଧା ମିଳିବ ସେନେଇ ଏକ ସମନ୍ବିତ ଯୋଜନା ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କୁ ସୁପାରିସ କରିବାକୁ ଏହି କମିଟି ଗଠନ କରାଯାଇଛି। କମିଟିର ସୁପାରିସକୁ ବିଚାର କରି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe