ଦେଓଗାଁ: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡର ବେଲପଡ଼ା, ପାଟଣାଗଡ଼, ଖପ୍ରାଖୋଲ ଓ ଟିଟିଲାଗଡ ଉପଖଣ୍ଡର ବଙ୍ଗୋମୁଣ୍ଡା, ତୁରେକେଲା, ମୁରିବାହାଲ ବ୍ଲକଅଞ୍ଚଳର ହଜାର ହଜାର ଲୋକ ବାହାର ରାଜ୍ୟକୁ ଦାଦନଶ୍ରମିକ ଭାବରେ ଖଟିବାକୁ ଯାଉଛନ୍ତି। ଏବେ କିନ୍ତୁ ବଲାଙ୍ଗୀର ଉପଖଣ୍ଡର ଦେଓଗାଁ ବ୍ଲକଅଞ୍ଚଳରୁ ମଧ୍ୟ ଏଭଳି ଅଭିଯୋଗ ଆସିଲାଣି। ଦେଓଗାଁ ବ୍ଲକର ବଡବନ୍ଧ ଗାଁର ୧୬ଜଣ ଦାଦନଶ୍ରମିକ ତେଲେଙ୍ଗାନାର ପେଦାପଲ୍ଲୀ ଜିଲ୍କାର ଏକ ଇଟାଭାଟିରେ ଅଟକ ରହିଥିବା ଅଭିଯୋଗ ହୋଇଛି।
ଏହି ଖବର ପଢ଼ନ୍ତୁ: ଚକ୍ରବ୍ୟୁହ ଭାଙ୍ଗିଲେ ଆଧୁନିକ ଅଭିମନ୍ୟୁ ଫଡନାଭିସ୍
ଗତ ୪ମାସ ହେଲା ସେମାନେ ବେଲପଡାର ଦାଦନସର୍ଦ୍ଦାର ମହେନ୍ଦ୍ର ଲୁହାଙ୍କ ପ୍ରରୋଚନାରେ ଅଧିକ ରୋଜଗାରେ ଆଶାରେ ଇଟାଗଢିବାକୁ ଯାଇଥିଲେ। ଅର୍ଥଲୋଭ ଦେଖାଇ ମହେନ୍ଦ୍ର ଲୁହା ସେଠାକୁ ଗଲେ ବଇନା ଟଙ୍କା ସହ ବହୁତ ଟଙ୍କା ମିଳିବ ବୋଲି କହିଥିଲେ। କିନ୍ତୁ ୪ମାସ କାମକଲାପରେ ମଧ୍ୟ ସେମାନଙ୍କୁ କେବଳ ଖାଇବାଛଡା ଟଙ୍କାଟିଏ ମଧ୍ୟ ମିଳିନାହିଁ ବୋଲି ଶ୍ରମିକମାନେ ତାଙ୍କ ପରିବାରକୁ ଜଣାଉଛନ୍ତି। ଟଙ୍କା କଥା କହିଲେ ତୁମର ସର୍ଦ୍ଦାର ସବୁ ଟଙ୍କା ନେଇସାରିଛି ବୋଲି ଭାଟିମାଲିକ ଶ୍ରୀନିବାସ ସିନୁ କହୁଥିବା ଅଭିଯୋଗ ହେଉଛି।
ଏହି ଖବର ପଢ଼ନ୍ତୁ: ନୌସେନା ପ୍ରଶଂସନୀୟ ଭୂମିକା ତୁଲାଉଛି
ସବୁଠୁ ବିଡମ୍ବନାର ବିଷୟ ହେଲା ସେହି ଶ୍ରମିକ ପରିବାରମାନେ ଇଟାଭାଟିରୁ ଓଡ଼ିଶାକୁ ଫେରିଆସିବାକୁ ଆସିବାକୁ କହିଲେ ଇଟାଭାଟି ମାଲିକ ନିର୍ଯ୍ୟାତନା ଦେଉଛି। ଫଳରେ ସେମାନେ ସମସ୍ତେ ବନ୍ଧକ ଅବସ୍ଥାରେ ଥାଇ ଜୀବନ ବଞ୍ଚୁଛନ୍ତି। ସେମାନଙ୍କୁ ମୁକୁଳାଇବାକୁ ତାଙ୍କ ପରିବାରର ଚୁଡାମଣୀ ଚିନ୍ଦା ଆଜି ଦେଓଗାଁ ବ୍ଲକର ପୂର୍ବତନ ବ୍ଲକଅଧ୍ୟକ୍ଷ ଲକ୍ଷଣ ମେହେରଙ୍କ ସହାୟତାରେ ବଲାଙ୍ଗୀର ଜିଲ୍ଲାଶ୍ରମ ଅଧିକାରୀ ଓ ପୁଲିସ ଏସପିଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ପରିବାର ଲୋକେ।
ଏହି ଖବର ପଢ଼ନ୍ତୁ: ୱାୟନାଡ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ମାଗିଲେ
ଅଟକ ଥିବା ଶ୍ରମିକଙ୍କ ମଧ୍ୟରେ ରୋଶନ କୁମୁରିଆ, ସୁରୁବାଲି କୁମୁରିଆ, ଜୀବର୍ଦ୍ଦନ ଚିନ୍ଦା, କୈରୀ ପଟନୀଆ, କାଳିଆ ପଟନୀଆ, ଝରଣା ନାଏକ, ଚୈତନ୍ୟ ନାଏକ, ଭଗତ କୁମୁରିଆ, ତୁଳ କୁମୁରିଆ, ନୀଳ କୁମୁରିଆ, କେତକୀ କୁମୁରିଆ, ମନଭୁଲ ତପନ, ତନମନ ମାଝୀ, ସୁବନୀ ମାଝୀ, କଏତ ତପନ, ଜିତେନ ତପନ ରହିଛନ୍ତି। ଏମାନେ ସମସ୍ତେ ପ୍ରାୟତଃ ପାତିକାର ସଂପ୍ରଦାୟର।
ଏହି ଖବର ପଢ଼ନ୍ତୁ: ଶକ୍ତି ପ୍ରଦର୍ଶନ କଲା ନୌସେନା
କିଛିବର୍ଷ ହେଲା ସେମାନଙ୍କୁ ଠିକରେ ବାଉଁଶ ମିଳୁନଥିବାରୁ ଶେଷରେ ନିଜର ଜୀବିକା ଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ତାଙ୍କ ପରିବାରର ଝିଅମାନଙ୍କୁ କୁଆଡ଼େ ବିବାହ ଦେବାକୁ ଅର୍ଥ ଯୋଗାଡ ପାଇଁ ଶ୍ରମିକମାନେ ଦାଦନ ଖଟିବାକୁ ଯାଇଥିବା ବେଳେ ତାଙ୍କର ପାଉଣାକୁ ଦାଦନ ସର୍ଦ୍ଦାର ହଡପ କରିଦେଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏମାନଙ୍କୁ ଉଦ୍ଧାର କରିବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/04/zQUHOzD6WytUfrqd00Q8.jpg)