୧୬ ବରିଷ୍ଠ ଓଏଏସ୍‌ଙ୍କ ବଦଳି

Advertisment

ଶ୍ରୀଜଗନ୍ନାଥ ମନ୍ଦିରର ନୀତି ପ୍ରଶାସକ ହେଲେ ବିଶ୍ୱଜିତ୍‌ ବିଶ୍ୱାଳ

ଶ୍ରୀଜଗନ୍ନାଥ ମନ୍ଦିରର ନୀତି ପ୍ରଶାସକ ହେଲେ ବିଶ୍ୱଜିତ୍‌ ବିଶ୍ୱାଳ

ଓଏଏସ୍‌ ପରୀକ୍ଷାଫଳ, ଆୟୂଷୀ ଟପର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ୧୬ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନୀତି ପ୍ରଶାସକ ପଦବିରୁ ପ୍ରଦୀପ କୁମାର ଦାସଙ୍କୁ ଅପସାରଣ କରାଯାଇ ତାଙ୍କ ସ୍ଥାନରେ କୃଷି ବିଭାଗର ଅତିରିକ୍ତ ସଚିବ ବିଶ୍ୱଜିତ୍‌ ବିଶ୍ୱାଳଙ୍କୁ ଅବସ୍ଥାପିତ କରାଯାଇଛି।

ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ ନୀତି ପ୍ରଶାସକ ପଦବିରୁ ଶ୍ରୀ ଦାସ ଜଳ ସଂପଦ ବିଭାଗର ଅତିରିକ୍ତ ସଚିବ ପଦବିକୁ ବଦଳି ହୋଇଛନ୍ତିି। ସେହିପରି ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ଅତିରିକ୍ତ ସଚିବ ବିଶ୍ୱମୋହନ ରାୟଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦେଶକ ଭାବେ ବଦଳି କରାଯାଇଛି। ବୌଦ୍ଧ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱରେ ଥିବା ବରିଷ୍ଠ ଓଏଏସ୍‌ ତରଣୀସେନ୍‌ ନାୟକଙ୍କର ଓଡ଼ିଶା ଜଙ୍ଗଲ ଉନ୍ନୟନ ଉନ୍ନୟନ ନିଗମର ସାଧାରଣ ପରିଚାଳକ ଭାବେ ବଦଳି ହୋଇଛି।

ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ରଥଙ୍କର କଟକ ମହାନଗର ନିଗମକୁ କମିସନର ଭାବେ ବଦଳି କରାଯାଇଥିଲା। କିନ୍ତୁ ଆଜିର ବିଜ୍ଞପ୍ତିରେ ସେହି ବଦଳିକୁ ବାତିଲ କରାଯାଇଛି। ସିଡିଆଇର ରବୀନ୍ଦ୍ର କୁମାର ମିଶ୍ର କଟକ ଉନ୍ନୟନ କର୍ତୃପକ୍ଷ(ସିଡିଏ)ର ଉପାଧ୍ୟକ୍ଷ ଭାବେ ଅବସ୍ଥାପିତ ହୋଇଛନ୍ତି। ସେହିପରି ଅବଶିଷ୍ଟ ୧୦ଜଣଙ୍କୁ ବିଭିନ୍ନ ସ୍ଥାନ ଓ ପଦବିକୁ ବଦଳି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe