Moneycontrol
ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ର ଦୁଇଟି ଆଶ୍ରମରୁ ୧୬ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବିରିଘାଟ ଆଶ୍ରମ ବିଦ୍ୟାଳୟର ୧୪ ଜଣ ଓ ନେହେନା ଆଶ୍ରମ ବିଦ୍ୟାଳୟର ଦୁଇ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ।
ପ୍ରକାଶ ଯେ, ଉଭୟ ଆଶ୍ରମ ସ୍କୁଲ୍ର କେତେକ ଛାତ୍ରଛାତ୍ରୀଙ୍କୁ ଜ୍ୱର ହେଉଥିଲା। ସେମାନଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ଚିକିତ୍ସା ପରେ ସେମାନଙ୍କ ସାଙ୍ଗରେ ଥିବା ଛାତ୍ରଛାତ୍ରୀଙ୍କ କରୋନା ପରୀକ୍ଷା କରାଯାଇଥିଲା। ସେଥିରୁ ୧୬ ଜଣଙ୍କ ପଜିଟିଭ୍ ବାହାରିଥିବା ଜଣାପଡ଼ିଛି। ଏନେଇ ନୂଆପଡ଼ା ଡିଏମ୍ଓ ଡା. ମଲ୍ଲିକଙ୍କୁ ପଚାରିବାରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି। ସଂଗରୋଧ କେନ୍ଦ୍ରରେ ରଖାଯାଇଛି। ଭୟ କରିବାର କିଛି ନାହିଁ ବୋଲି ପ୍ରକାଶ କରିଛନ୍ତି।
Follow Us