ଭୁବନେଶ୍ବର ଆସୁଛି ୧୬୦ ମୃତଦେହ, ପରିଚୟ ନ ଥିବା ମୃତକଙ୍କ ଡିଏନ୍‌ଏ ସଂଗ୍ରହ ହେବ

Advertisment

ମୃତ ଶରୀରକୁ ଘରକୁ ନେବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର, ବିଭିନ୍ନ ହସ୍ପିଟାଲରେ ୪୯୫ଜଣଙ୍କ ଚିକିତ୍ସା ଜାରି

ମୃତ ଶରୀରକୁ ଘରକୁ ନେବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର, ବିଭିନ୍ନ ହସ୍ପିଟାଲରେ ୪୯୫ଜଣଙ୍କ ଚିକିତ୍ସା ଜାରି

ବାହାନଗା ରେଳ ଦୁର୍ଘଟଣା: ଚିକିତ୍ସିତ ହେଉଛନ୍ତି ୧୯୮ ଆହତ

ଭୁବନେଶ୍ବର : ବାଲେଶ୍ବରର ବାହାନଗାଠାରେ ହୋଇଥିବା ଦୁର୍ଘଟଣାଗ୍ରସ୍ତ ଟ୍ରେନର ଶେଷ ବଗିର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତହିଁରୁ ୧୭ଟି ଶବ ଉଦ୍ଧାର ହୋଇଛି। ତ‌େବେ ଆସନ୍ତାକାଲି ୧୬୦ରୁ ଅଧିକ ମୃତଦେହ ଭୁବନେଶ୍ବରକୁ ଅଣାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ ଜେନା। ବାଲେଶ୍ବରରେ ଶବ ରଖିବା ପାଇଁ ସ୍ଥାନାଭାବ ପରିପ୍ରେକ୍ଷୀରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଶ୍ରୀ ଜେନା କହିଛନ୍ତି ଯେ ମୃତକଙ୍କୁ ଚିହ୍ନଟ କରିବା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଯେଉଁ ପର୍ଯ୍ୟନ୍ତ ସଂପୃକ୍ତ ପରିବାର ମୃତ ଶରୀରକୁ ଚିହ୍ନଟ କରିନାହିଁ ସେ ପର୍ଯ୍ୟନ୍ତ ଏମ୍‌ସ ସମେତ ରାଜଧାନୀର ବିଭିନ୍ନ ସରକାରୀ ଓ ବେସରକାରୀ ଶବ ଗୃହରେ ମୃତଦେହକୁ ରଖାଯିବ। ଶବ ବ୍ୟବ‌ଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଯେଉଁମାନଙ୍କର ପରିଚୟ ମିଳିବ ନାହିଁ ତାଙ୍କର ୪୮ଘଣ୍ଟା ପରେ ନିୟମ ଅନୁଯାୟୀ ଶବ ସତ୍କାର କରାଯିବ। ମୃତ ଶରୀରକୁ ଘରକୁ ନେବା ପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ମୃତକଙ୍କ ପରିବାର ଲୋକଙ୍କୁ ଭୁବନେଶ୍ବରରେ ରଖାଯିବ। ସରକାରୀ ଅଧିକାରୀମାନେ ସେମାନଙ୍କୁ ବିଭିନ୍ନ ହସ୍ପିଟାଲକୁ ନେଇ ଶବ ଚିହ୍ନଟ କରାଇବେ। ଯେଉଁ ମୃତକଙ୍କ ପରିଚୟ ମିଳିବନି ସେମାନଙ୍କର ଡିଏନ୍‌ଏ ଓ ଅନ୍ୟାନ୍ୟ ଫରେନ୍‌ସିକ ସଂଗ୍ରହ କରାଯିବ।

ଅପରପକ୍ଷରେ ରାଜ୍ୟର ସରକାରୀ ଓ ଘରୋଇ ହସ୍ପିଟାଲକୁ ମିଶାଇ ସମୁଦାୟ ୨୬ଟି ହସ୍ପିଟାଲରେ ଆହତଙ୍କୁ ଚିକିତ୍ସା ଚାଲିଛି।

ସମୁଦାୟ ୧୧୭୫ଜଣ ଚିକିତ୍ସା ପାଇଁ ଆସିଥିବା ବେଳେ ତହିଁରୁ ୭୯୩ଜଣଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଏବେ ୩୮୨ଜଣ ଚିକିତ୍ସିତ ହେଉଥିବା ବେଳେ ତହିଁରେ ୨ଜଣ ଗୁରୁତର ରହିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଶବ ଆଣିବା ଲାଗି ଆଜି ପୂର୍ବତଟ ରେଳପଥ ପକ୍ଷରୁ ଗୋଟିଏ ସ୍ବତନ୍ତ୍ର ଟ୍ରେନ୍ ପୁରୀରୁ ବାଲେଶ୍ବର ଅଭିମୁଖେ ବାହାରିଛି। ଏଥିରେ ୫ଟି ଏସି ବଗି ରହିଛି। ରାତି ୧୧ଟାରେ ଏହା ବାହାନଗାରେ ପହଞ୍ଚିବ ଓ ଆସନ୍ତାକାଲି ସକାଳ ସୁଦ୍ଧା ଏହା ଫେରିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe