କାର୍ତ୍ତିକ ପୂର୍ଣ୍ଣିମାରେ ଭାସିଲା ୧୬୦ ଫୁଟ୍ ଲମ୍ବ ଡଙ୍ଗା

Advertisment

ଉଦ୍‌ଘାଟନ କଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ଉଦ୍‌ଘାଟନ କଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

କାର୍ତ୍ତିକ ପୂର୍ଣ୍ଣିମାରେ ଭାସିଲା ୧୬୦ ଫୁଟ୍ ଲମ୍ବ ଡଙ୍ଗା

ସୋର : ସୋର ବ୍ଲକ ଅନ୍ତର୍ଗତ ମାଣତ୍ରୀ ଗ୍ରାମରେ ଶୁକ୍ରବାର ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭାସିଛି ୧୬୦ ଫୁଟ୍ ଲମ୍ବର ଡଙ୍ଗା। ଦୀର୍ଘ ୧୮ ବର୍ଷ ଧରି ଏହି ଗ୍ରାମର ମଦନମୋହନ ଜିଉ ଯୁବକ ସଂଘ ପକ୍ଷରୁ ଡଙ୍ଗା ଭସାଣ ହୋଇଆସୁଛି। ବାଉଁଶ, କାଠ, ସୋଲ, କପଡ଼ା ଓ ଅନ୍ୟାନ୍ୟ ସାମଗ୍ରୀକୁ ନେଇ କ୍ଲବ୍ କର୍ମକର୍ତ୍ତାମାନେ ସ୍ଥାନୀୟ ଅଞ୍ଚଳର ଶିଳ୍ପୀଙ୍କ ସହାୟତାରେ ୧୫ ଦିନ ପୂର୍ବରୁ ଏହି ଡଙ୍ଗା ନିର୍ମାଣ ଆରମ୍ଭ କରିଥିଲେ। ଏହି ବିଶାଳ ଡଙ୍ଗାରେ ଗିରି ଗୋବର୍ଦ୍ଧନ ପର୍ବତ ଶୋଭା ପାଉଛି।

ସାଂସଦ ପ୍ରତାପ ଷଡ଼ଙ୍ଗୀ ଏହି ଉତ୍ସବକୁ ଉଦ୍‌ଘାଟନ କରି କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଉତ୍ସବ ଆମ ଉତ୍କଳୀୟ ପ୍ରାଚୀନ ପରମ୍ପରା ଓ ସଂସ୍କୃତିର ନିଦର୍ଶନ ବୋଲି କହିଥିଲେ। ଭୋର ୫ଟାରେ ଏହି କାର୍ଯ୍ୟକ୍ରମ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁ ମଦନମୋହନ ଜିଉ ମନ୍ଦିର ପରିସରରେ ଜମା ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe