କେରଳରେ ଫସିଥିବା ୧୭୦ ଜଣ ଓଡ଼ିଆ ଝିଅଙ୍କୁ ବିମାନରେ ଫେରାଇ ଆଣିବାକୁ ବ୍ୟବସ୍ଥା କଲେ ସୋନୁ ସୁଦ୍

Advertisment
କେରଳରେ ଫସିଥିବା ୧୭୦ ଜଣ ଓଡ଼ିଆ ଝିଅଙ୍କୁ ବିମାନରେ ଫେରାଇ ଆଣିବାକୁ ବ୍ୟବସ୍ଥା କଲେ ସୋନୁ ସୁଦ୍

ଭୁବନେଶ୍ୱର: ଓଡ଼ିଶା ଫେରିବେ କେରଳରେ ଫସିଥିବା ୧୭୦ ଓଡିଆ ଝିଅ । ଆସନ୍ତାକାଲି ସ୍ୱତନ୍ତ୍ର ବିମାନ ଯୋଗେ ସେମାନେ ରାଜ୍ୟକୁ ଫେରିବେ । ଏହି ଯୁବତୀମାନେ କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ଏକ ପୋଷାକ କମ୍ପାନୀରେ କାମ କରୁଥିଲେ । ତେବେ କରୋନା ପାଇଁ ଲକଡାଉନ ଯୋଗୁ ସମସ୍ତେ ଚାକିରିରୁ ଇସ୍ତଫା ଦେଇ ରାଜ୍ୟକୁ ଫେରିବେ ବୋଲି ସୂଚନା ରହିଛି।

ଓଡ଼ିଶାର ଝିଅମାନେ କେରଳରେ  ଫସି ରହିଥିବା ନେଇ ସାମ୍ବାଦିକା ଧାନ୍ୟା ରାଜେନ୍ଦ୍ରନଙ୍କ ଟୁଇଟ ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା । ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀଙ୍କୁ ଘରବାହୁଡ଼ାରେ ସହାୟତାର ହାତ ବଢ଼ାଉଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କ ନଜରକୁ ଏହି ଘଟଣା ଆସିବା ପରେ ସେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ। ସେମାନଙ୍କୁ ପ୍ରଥମେ ବସ କିମ୍ବା ଟ୍ରେନରେ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶା ଫେରେଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ସୋନୁ ସୁଦ । ଏଠାରେ ସୂଚନା ଥାଉ କି ସୋନୁ ଏବେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇବାର ବ୍ୟବସ୍ଥା କରୁଛନ୍ତି, ଯାହାକୁ ନେଇ ସେ  ପ୍ରଶଂସାର ପାତ୍ର ହୋଇଛନ୍ତି।

publive-image

କରୋନା ଭାଇରସ୍‌ ମୁକାବିଲାରେ ପୂର୍ବରୁ ଅନେକ ବଲିଉଡ୍‌ ତାରକା ନିଜ ନିଜର ସହାୟତାର ହାତ ବଢ଼ାଇ ସାରିଥିବା ବେଳେ ଏବେ ଏଥିରେ ନିଜକୁ ସାମିଲ୍‌ କରିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ୍। ସେ ମୁମ୍ବାଇରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଯାନବାହନର ବନ୍ଦୋବସ୍ତ କରି ଚର୍ଚ୍ଚାକୁ ଆସିଥିଲେ।  ସୋନୁ ମୁମ୍ବାଇରେ ଫସି ରହିଥିବା ଉତ୍ତରପ୍ରଦେଶ ଓ ବିହାରର ୭୦୦ ଜଣ ପ୍ରବାସୀ ଶ୍ରମିକଙ୍କ ପାଇଁ  ନିଜ ରାଜ୍ୟକୁ ଫେରିବା ଲାଗି ୧୪ଟି ବସ୍‌ର ବନ୍ଦୋବସ୍ତ କରିଥିଲେ ସୋନୁ। ବ୍ୟବସାୟୀ ନୀତି ଗୋଏଲ୍‌ଙ୍କ ‘ଘର ଭେଜୋ’ ଅଭିଯାନରେ ସାମିଲ୍‌ ହୋଇ ସୋନୁ ଶ୍ରମିକମାନଙ୍କୁ ଏପରି ଭାବେ ସହାୟତାର ହାତ ବଢ଼ାଇଛନ୍ତି। ପୂର୍ବରୁ ମଧ୍ୟ ସୋନୁ ଏପରି ମହତ୍‌କାର୍ଯ୍ୟ କରି ଚର୍ଚ୍ଚାରେ ରହି ସାରିଛନ୍ତି। ସେ ଗୁଲବର୍ଗା, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଆଦିର ଶ୍ରମିକମାନଙ୍କ ସକାଶେ ଗାଡି ଯୋଗାଡ଼ କରିଦେବା ସହ ସେମାନଙ୍କୁ ଘରକୁ ପଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe