ପଞ୍ଚମ ଦିନରେ ୧୬୨୨ ପ୍ରାର୍ଥିପତ୍ର ଦାଖଲ

ପଞ୍ଚମ ଦିନରେ ୧୬୨୨ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଚାଲିଥିବା ପ୍ରାର୍ଥିପତ୍ର ଦାଖଲର ୫ମ ଦିନରେ ରବିବାର ୧୬୨୨ଜଣ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥିରେ ୧୨୪ଜଣ ପୌରାଧ୍ୟକ୍ଷ/ମେୟର୍‌ ପଦ ପାଇଁ ଓ ୧୪୯୮ଜଣ କର୍ପୋରେଟର୍‌/କାଉନସିଲର ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ରବିବାର ସୁଦ୍ଧା ‌ପୌରାଧ୍ୟକ୍ଷ/ମେୟର ପଦ ପାଇଁ ମୋଟ୍‌ ୧୮୯ ଓ କାଉନସିଲର/କର୍ପୋରେଟର୍‌ ପଦ ପାଇଁ ୧୯୧୮ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପାଇଁ ଆଉ ଗୋଟିଏ ଦିନ ବାକି ରହିଥିବା ବେଳେ ତିନି ପ୍ରମୁଖ ଦଳର ଦଳୀୟ ପ୍ରାର୍ଥୀମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ପ୍ରାର୍ଥୀ ଏବେ ସୁଦ୍ଧା ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ଏଣୁ ଆସନ୍ତାକାଲି ପ୍ରବଳ ଭିଡ଼ ହେବା ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe