ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ୧୬୩୧ ୟୁନିଟ୍‌ ରକ୍ତ ସଂଗ୍ରହ

Advertisment

କୁନି କୁନି ପିଲାମାନେ ନିଜର ବାପା-ମା’ ଆଉ ଅଭିଭାବକଙ୍କ ହାତ ଧରି ରକ୍ତଦାନ କେନ୍ଦ୍ରକୁ ନେଇଯିବା ଭଳି ଏକ ବିରଳ ଦୃଶ୍ୟ ଆଜି କଟକ ସହରରେ ଦେଖିବାକୁ ମିଳିଛି। ଉଦାହରଣ ସାଜିଲା ଡିଏଭି ପବ୍ଲିକ ସ୍କୁଲ୍‌, ଅଭିଭାବକଙ୍କୁ ରକ୍ତଦାନ ପାଇଁ ପ୍ରବର୍ତ୍ତାଇଲେ କୁନିପିଲା...

କୁନି କୁନି ପିଲାମାନେ ନିଜର ବାପା-ମା’ ଆଉ ଅଭିଭାବକଙ୍କ ହାତ ଧରି ରକ୍ତଦାନ କେନ୍ଦ୍ରକୁ ନେଇଯିବା ଭଳି ଏକ ବିରଳ ଦୃଶ୍ୟ ଆଜି କଟକ ସହରରେ ଦେଖିବାକୁ ମିଳିଛି। ଉଦାହରଣ ସାଜିଲା ଡିଏଭି ପବ୍ଲିକ ସ୍କୁଲ୍‌, ଅଭିଭାବକଙ୍କୁ ରକ୍ତଦାନ ପାଇଁ ପ୍ରବର୍ତ୍ତାଇଲେ କୁନିପିଲା...

hkhkhkhk

କଟକ: କୁନି କୁନି ପିଲାମାନେ ନିଜର ବାପା-ମା’ ଆଉ ଅଭିଭାବକଙ୍କ ହାତ ଧରି ରକ୍ତଦାନ କେନ୍ଦ୍ରକୁ ନେଇଯିବା ଭଳି ଏକ ବିରଳ ଦୃଶ୍ୟ ଆଜି କଟକ ସହରରେ ଦେଖିବାକୁ ମିଳିଛି। ଏ କ୍ଷେତ୍ରରେ ଉଦାହରଣ ସାଜିଲା ଡିଏଭି ପବ୍ଲିକ୍‌ ସ୍କୁଲ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରୟାସ ଏବଂ ଛାତ୍ରଛାତ୍ରୀମାନେ ରକ୍ତଦାନ ପାଇଁ ସେମାନଙ୍କ ଅଭିଭାବକଙ୍କୁ ଅନୁରୋଧ କରିବା ଫଳରେ ଆଜି କଟକର ଡିଏଭି ସ୍କୁଲ ସମୂହ ପକ୍ଷରୁ ଦିନକରେ ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ରେକର୍ଡ ସଂଖ୍ୟକ ୧୬୩୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। କେବଳ ସିଡିଏସ୍ଥିତ ଡିଏଭି ପବ୍ଲିକ ସ୍କୁଲ୍‌ରୁ ରେକର୍ଡ ସଂଖ୍ୟକ ୧୧୫୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ସିଡିଏ ଡିଏଭି ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ନମିତା ମହାନ୍ତିଙ୍କ ନେତୃତ୍ବରେ ସ୍କୁଲ ଆଜି କଟକ ସହରରେ କୌଣସି ଗୋଟିଏ ଅନୁଷ୍ଠାନ ଦ୍ବାରା ସର୍ବାଧିକ ରକ୍ତ ସଂଗ୍ରହ ହୋଇପାରିଛି। ସିଡିଏ ଡିଏଭି ପବ୍ଲିକ ସ୍କୁଲରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ସିଡିଏ ଡିଏଭି ପବ୍ଲିକ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଓଁକାରନାଥ ମହାନ୍ତି, ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ ଉଦ୍‌ଘାଟନ କରିଥିଲେ। 

ସେହିଭଳି ଚାଉଳିଆଗଞ୍ଜ ଓଏମ୍‌ପି ଛକସ୍ଥିତ ଡିଏଭି ଏସ୍‌ସିବି ପବ୍ଲିକ ସ୍କୁଲରେ ପ୍ରିନସିପାଲ ନିରଞ୍ଜନ ସ୍ବାଇଁଙ୍କ ନେତୃତ୍ବରେ ୩୪୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଉଦ୍‌ଘାଟନ କାର୍ଯ୍ୟକ୍ରମରେ ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ସ୍କୁଲ ପରିଚାଳନା ପରିଷଦର ଚେୟାରମ୍ୟାନ୍ ରବୀନ୍ଦ୍ରନାଥ ମହାନ୍ତି, ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତରଂଜନ ବିଶ୍ବାଳ, ଗାୟତ୍ରୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପଟେ ଡିଏଭି ପବ୍ଲିକ ସ୍କୁଲ, ରାଜାବଗିଚାରେ ଆୟୋଜିତ ରକ୍ତଦାନ ଶିବିରରେ ୧୩୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ପ୍ରିନସିପାଲ ସୁଜାତା ମିଶ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ୍ ଉଦ୍‌ଘାଟନ କରିଥିଲେ।

ଆମେ କୃତଜ୍ଞ
‘ଆମ ଓଡ଼ିଶା’ ଓ ‘ସମ୍ବାଦ’ ପରିବାର ୨୦୦୬ ମସିହାରୁ ସାରା ଓଡ଼ିଶାରେ ସଫଳତାର ସହ ରକ୍ତଦାନ କାର୍ଯ୍ୟକ୍ରମ କରିଆସୁଛନ୍ତି। ଆଜି କଟକ ମହାନଗର ଅନ୍ତର୍ଗତ ସିଡିଏ ଡିଏଭି,ଏସ୍‌ସିବି ଡିଏଭି ଓ ରାଜାବଗିଚା ଡିଏଭି ବିଦ୍ୟାଳୟ ତ୍ରୟ ଯେଉଁ ରକ୍ତଦାନ କାର୍ଯ୍ୟକ୍ରମ କରି ଦେଖାଇଛନ୍ତି ତାହା ଅଭିନବ, ଅଦ୍ଭୂତ ଓ ଅନୁକରଣୀୟ। ଛାତ୍ରଛାତ୍ରୀମାନେ ସେମାନଙ୍କର ପିତାମାତା‌ ଓ ଅଭିଭାବକମାନଙ୍କୁ ପ୍ରଭାବିତ କରି ଏହି କାର୍ଯ୍ୟକ୍ରମରେ ସାମିଲ୍ କରିପାରିଛନ୍ତି। ତିନୋଟି ବିଦ୍ୟାଳୟ ମଶି ୧୬୩୧ୟୁନିଟ୍ ରକ୍ତ ସଂଗ୍ରହ କରି ଏକରକମର ରେକର୍ଡ କରିଛନ୍ତି। ଏଥିପାଇଁ ମୁଁ ତିନି ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅନ୍ୟ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଉଛି। ଆଜିର ଏହି କାର୍ଯ୍ୟକ୍ରମକୁ ଦେଖି ‘ରକ୍ତ ଅଭାବରୁ କାହାରିକୁ ମରିବାକୁ ଦେବାନାହିଁ’ର ସଂକଳ୍ପ ସାକାର ହେବ ବୋଲି ମୋର ଦୃଢ଼ ବିଶ୍ବାସ ହେଉଛି। ମୁଁ ଆଶା କରୁଛି ଓଡ଼ିଶାର ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଭଳି କୌଶଳକୁ ଆପଣାଇବେ।
ସୌମ୍ୟରଂଜନ ପଟ୍ଟନାୟକ
ଅଧ୍ୟକ୍ଷ, ‘ସମ୍ବାଦ’-‘ଆମଓଡ଼ିଶା’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe