ସାଲିଆସାହିରୁ ୧୭ ଜଣ ସମେତ ଭୁବନେଶ୍ୱରରୁ ୧୬୬ କରୋନା ଆକ୍ରାନ୍ତ, ଆଜି ସ୍ଥାନୀୟ ସଂକ୍ରମଣ ୬୮ ଜଣ

Advertisment

ଭୁବନେଶ୍ୱରରୁ ଆଜି ସୁସ୍ଥ ହେଲେ ୧୧୩ ଜଣ ଆକ୍ରାନ୍ତ

ଭୁବନେଶ୍ୱରରୁ ଆଜି ସୁସ୍ଥ ହେଲେ ୧୧୩ ଜଣ ଆକ୍ରାନ୍ତ

ସାଲିଆସାହିରୁ ୧୭ ଜଣ ସମେତ ଭୁବନେଶ୍ୱରରୁ ୧୬୬ କରୋନା ଆକ୍ରାନ୍ତ, ଆଜି ସ୍ଥାନୀୟ ସଂକ୍ରମଣ ୬୮ ଜଣ

ଭୁବନେଶ୍ୱର: ସ୍ଥାନୀୟ ସାଲିଆସାହିରୁ ୧୭ ଜଣଙ୍କ ସମେତ ଭୁବନେଶ୍ୱରରୁ ଆଜି ୧୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୯୮ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୩୯୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୪୭୩ ଜଣ ସୁସ୍ଥ ହୋଇଥିବା ବେଳେ ୧୪୩୫ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। କିନ୍ତୁ ୧୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

publive-image

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସାଲିଆ ସାହିରୁ ଆଜି ୧୦ ଜଣ ପୁରୁଷ ଓ ୭ ଜଣ ମହିଳା କରୋନା ଆକ୍ରାନ୍ତ ହୋଇଛନ୍ତି। ସେହିପରି ଗୋଟିଏ କ୍ୱାରେଣ୍ଟାଇନ ସେଣ୍ଟରରୁ ୫ ଜଣ ପୁରୁଷଙ୍କ ସମେତ ୧୩ ଜଣ ପଜିଟିଭ ଥିବା ଜଣାଯାଇଛି। ୟୁନିଟ-୯ରୁ ୫ ଜଣ ମହିଳା, ଆଇଆରସି ଭିଲେଜ ଏନ୍‌-୨ରୁ ୪ ଜଣ ପୁରୁଷ ଓ କେନ୍ଦ୍ର ସରକାରଙ୍କ ଏକ ହସ୍‌ପିଟାଲରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

publive-image

ସେହିପରି ଗଙ୍ଗନଗର, ରିଜର୍ଭ ପୁଲିସ କଲୋନିରୁ ୩ ଜଣ, ଶୈଳଶ୍ରୀ ବିହାର ଓ ୟୁନିଟ-୧ ବସ୍ତିରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଜଣାପଡ଼ିଛି। ବଡ଼ଗଡ଼ ବ୍ରିଟ କଲୋନି, ବରମୁଣ୍ଡା ଜଗନ୍ନାଥ ବିହାର, ପୁରୁଣା ଭୁବନେଶ୍ୱର, କପିଳ ପ୍ରସାଦ, ଏକ ଘରୋଇ ହସ୍‌ପିଟାଲ, ଆଇଆରସି ଭିଲେଜ ଏନ୍‌-୬, ୟୁନିଟ-୮ ଓସିସି ବସ୍ତିରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଭୁବନେଶ୍ୱରରୁ ମୋଟ ୬୮ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ କରୋନା ଆକ୍ରାନ୍ତ ହେଉଛନ୍ତି। ଶୈଳଶ୍ରୀ ବିହାରରୁ ୩ ଜଣ, ନିଳାଦ୍ରୀ ବିହାର, ପଲାସପଲ୍ଲୀ, ଚିନ୍ତାମଣିଶ୍ୱର, ଭୀମପୁର, ଫରେଷ୍ଟ ପାର୍କ, ବମିଖାଲ, ସିରପୁର, ନେହେରୁସାହି ଓ ନୟାପଲ୍ଲୀରୁ ୨ ଜଣ ଲେଖାଏଁ ସ୍ଥାନୀୟ ସଂକ୍ରମଣ ଜଣାପଡ଼ିଛନ୍ତି।

publive-image

ସୁସ୍ଥ ହୋଇଥିବା ୧୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସାଲିଆ ସାହିରୁ ୮ ଜଣ, ଖାରବେଳ ନଗର ଓ ବଡ଼ଗଡ଼ ବ୍ରିଟ କଲୋନିରୁ ୬ ଜଣ ଲେଖାଏଁ ସାମିଲ ଅଛନ୍ତି। ଡୁମଡୁମାରୁ ୫ ଜଣ, ନୟାପଲ୍ଲୀ, ସତ୍ୟନଗରରୁ ୪ ଜଣ ଲେଖାଏଁ, ପଲାସପଲ୍ଲୀରୁ ୩ ଜଣ, ଅଶୋକ ନଗର, ଜୟଦେବ ବିହାରରୁ ୨-୨ ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe