ଜବତ ହେଲା ୧.୬୬୪ କ୍ବିଣ୍ଟାଲ ରୁପା, ୩ ଅଟକ: ଗଞ୍ଜେଇ ଭଳି ଚାଲାଣ କରୁଥିଲେ

Advertisment

ଆଗକୁ ଧନତେରସ। ଏହି ସମୟରେ ଗଞ୍ଜେଇ ଚଲାଣ ଭଳି ଟ୍ରକରେ ୧.୬୬୪ କ୍ବିଣ୍ଟାଲର ରୁପା ଚାଲାଣ ସାମ୍ନାକୁ ଆସିଛି। ଏଥିରେ ମୂର୍ତ୍ତି, ପାଉଁଜି ସମେତ ଅନ୍ୟାନ୍ୟ ରୁପାର ସାମଗ୍ରୀ ରହିଥିଲା।

ଆଗକୁ ଧନତେରସ। ଏହି ସମୟରେ ଗଞ୍ଜେଇ ଚଲାଣ ଭଳି ଟ୍ରକରେ ୧.୬୬୪ କ୍ବିଣ୍ଟାଲର ରୁପା ଚାଲାଣ ସାମ୍ନାକୁ ଆସିଛି। ଏଥିରେ ମୂର୍ତ୍ତି, ପାଉଁଜି ସମେତ ଅନ୍ୟାନ୍ୟ ରୁପାର ସାମଗ୍ରୀ ରହିଥିଲା।

jgjjjlgglj

ସମ୍ବଲପୁର/ରେଙ୍ଗାଲି: ଆଗକୁ ଧନତେରସ। ଏହି ସମୟରେ ଗଞ୍ଜେଇ ଚଲାଣ ଭଳି ଟ୍ରକରେ ୧.୬୬୪ କ୍ବିଣ୍ଟାଲର ରୁପା ଚାଲାଣ ସାମ୍ନାକୁ ଆସିଛି। ଏଥିରେ ମୂର୍ତ୍ତି, ପାଉଁଜି ସମେତ ଅନ୍ୟାନ୍ୟ ରୁପାର ସାମଗ୍ରୀ ରହିଥିଲା। ଆବଶ୍ୟକ ଦସ୍ତାବିଜ ଦାଖଲ କରାଯାଇ ପାରିନଥିବାରୁ ମହାରାଷ୍ଟ୍ରର ୩ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରି ରଖିଛି ସିଟି ଜିଏସ୍‌ଟି। ଏହି ରୁପାର ଆନୁମାନିକ ମୂଲ୍ୟ ୧.୧୬ କୋଟି ଟଙ୍କା। ମହାରାଷ୍ଟ୍ରର କୋହ୍ଲାପୁର ସ୍ଥିତ ରୁପା ପ୍ରସ୍ତୁତ କାରଖାନରୁ ଝାଡ଼ଖଣ୍ଡର ରାଞ୍ଚି ଏବଂ ବିହାରର ନାଓଗାଁ ପଠାଯିବାର ଥିଲା। ଆବଶ୍ୟକ ସ୍ଥଳରେ ଏହାକୁ ରାଉରକେଲାରେ ଅନ୍‌ଲୋଡ କରାଯିବାର ଯୋଜନା ରହିଥିବା ଅନୁମାନ କରାଯାଉଛି। ତଦନ୍ତ ରିପୋର୍ଟ ଆସିବା ପରେ ସ୍ପଷ୍ଟ ସୂଚନା ମିଳିବ ବୋଲି ସିଟି ଜିଏସ୍‌ଟିର ପ୍ରବର୍ତ୍ତନ ସ୍କ୍ବାଡ୍‌ ପକ୍ଷରୁ କହାଯାଇଛି।  

ଗଞ୍ଜେଇ ଭଳି ଚାଲାଣ କରୁଥିଲେ
ମହାରାଷ୍ଟ୍ରରୁ ରାଉରକେଲା ଦେଇ ଯାଇଥାଆନ୍ତା ରାଞ୍ଚି ଓ ବିହାର
ଧନତେରସ ପୂର୍ବରୁ ଧରାପଡ଼ିଲା ଚୋରା କାରବାର

ଅବକାରୀ ବିଭାଗର ସୂଚନା ଅନୁସାରେ,  ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେ’ ମାଝିପାଲି ଟୋଲ୍‌ଗେଟ୍ ନିକଟରେ ପ୍ରତ୍ୟହ ଝାଡ଼ଖଣ୍ଡ ଏବଂ ବିହାରକୁ ଗଞ୍ଜେଇ ଚାଲାଣ ହୁଏ। ଅବକାରୀ ବିଭାଗ ପକ୍ଷରୁ ଏଠାରେ ନିୟମିତ ଯାଞ୍ଚ କରାଯାଏ। ସକାଳ ୭ଟାରେ ମାଝିପାଲି ଟୋଲ୍‌ଗେଟ ଅତିକ୍ରମ କରି ଯାଉଥିବା ମହାରାଷ୍ଟ୍ରର ଏକ ଟ୍ରକ ଉପରେ ସନ୍ଦେହ କରିଥିଲା ଅବକାରୀ ବିଭାଗର ରେଙ୍ଗାଲି ଟିମ୍‌। କିଛି ଦୂର ଅତିକ୍ରାନ୍ତ ପରେ ଗାଡ଼ିକୁ ଅଟକାଇ ଥିଲେ। ଟ୍ରକ୍‌ର ସିକ୍ରେଟ୍‌ ଚ୍ୟାମ୍ବର ଯାଞ୍ଚ ବେଳେ ବିପୁଳ ପରିମାଣରେ ରୁପା ପାଇଥିଲେ। ସାଧାରଣତଃ ଟ୍ରକର ସିକ୍ରେଟ ଚ୍ୟାମ୍ବର୍‌ରେ ଗଞ୍ଜେଇ ରଖାଯାଇ ଥାଏ। ମାତ୍ର ଗଞ୍ଜେଇ ଷ୍ଟାଇଲରେ ରୁପା ଚାଲାଣ ଅନେକଙ୍କୁ ତାଜୁବ କରିଥିଲା। ଅବକାରୀ ବିଭାଗ ପକ୍ଷରୁ ସିଟି ଜିଏସ୍‌ଟିକୁ ସୂଚନା ଦିଆଯାଇ ଥିଲା। ସିଟି ଜିଏସ୍‌ଟିର ପ୍ରବର୍ତ୍ତନ ସ୍କ୍ବାଡ୍‌ ଅଧିକାରୀ କହିଛନ୍ତି, ଜବତ ରୁପାର ପ୍ରକୃତ ମୂଲ୍ୟ ପ୍ୟୁରିଟି ଟେଷ୍ଟ କରିବା ପରେ ଜଣାପଡ଼ିବ। ଏହାକୁ ନେଇ ଯାଉଥିବା ବ୍ୟକ୍ତିମାନେ ମହାରାଷ୍ଟ୍ରର ସୁନାରି ହୋଇଥିବା ଅନୁମାନ କରାଯାଉଛି।

ମହାରାଷ୍ଟ୍ରରୁ ଝାଡ଼ଖଣ୍ଡକୁ ରୁପା ଯିବାରେ କୌଣସି ଅସୁବିଧା ନାହିଁ। କାଗଜପତ୍ର ଦାଖଲ କରାଯାଇନଥିବାରୁ ଏହା ଚୋରା ଜିନିଷ ହୋଇଥିବା ଅନୁମାନ କରାଯାଉଛି। ଆଉ ଏକ ଦିଗରୁ ମଧ୍ୟ ସିଟି ଜିଏସ୍‌ଟି ତଦନ୍ତ କରୁଛି। ଗାଡ଼ିରୁ ଏକ ବହି ମିଳିଛି। ସେଥିରେ ରୁପା ତିଆରିକୁ ନେଇ ବିଭିନ୍ନ ବିଷୟରେ ଉଲ୍ଲେଖ ରହିଛି। ମହାରାଷ୍ଟ୍ରର କୋହ୍ଲାପୁରରେ ରୁପା ତିଆରିର ଅନେକ ସଂଖ୍ୟାରେ ଛୋଟ କାରଖାନା ରହିଛି। ଯେଉଁଠି ପୁରୁଣା ଓ ନୂଆ ରୁପାକୁ ତରଳାଯାଏ। ସେଠାରୁ ଏହା ଅଣାଯାଇ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ଅନୁମାନ କରାଯାଉଛି। ଅଟକ ବ୍ୟକ୍ତିଙ୍କ ମାଲିକାନା ସ୍ପଷ୍ଟ ହେଲେ ରୁପାର ପ୍ରକୃତ ମୂଲ୍ୟର ୬ ପ୍ରତିଶତ ଜରିମାନା ଲାଗିବ। କିନ୍ତୁ ସେ ଏହାର ମାଲିକ ନଥିଲେ ଜରିମାନା ଅଧିକ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe