ଏଥର ୧୬,୭୫୩ ଜଣ ପ୍ରଥମ ଥର ଭୋଟ୍ ଦେବେ: ଯୁବ ଭୋଟରଙ୍କ ପାଇଁ ନେତାଙ୍କ କସରତ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆଜି: ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

Image Courtesy of NDTV

ନୟାଗଡ଼: ଆଗକୁ ସାଧାରଣ ନିର୍ବାଚନ। ଇତି ମଧ୍ୟରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇ ସାରିଲାଣି। ନୟାଗଡ଼ ଜିଲ୍ଲାରେ ଥିବା ଚାରି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ିବାକୁ ଥିବା ଆଶାୟୀ ନେତା ଓ ସେମାନଙ୍କ ସହଯୋଗୀମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ବିଶେଷ କରି ଏଥର ନୂଆ ଭାବେ ସାମିଲ୍‌ ହୋଇଥିବା ଯୁବ ଭୋଟରଙ୍କୁ ନିଜ ସପକ୍ଷଙ୍କୁ ଆଣିବା ପାଇଁ ନେତାମାନେ କସରତ ଆରମ୍ଭ କରି ଦେଇଛନ୍ତି। ଯାହାକି ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ତିନି ପ୍ରମୁଖ ରାଜନୈତିକ ଦଳର ନେତାମାନଙ୍କର ଏହି ନୂଆ ତଥା ଯୁବ ଭୋଟରଙ୍କ ଉପରେ ନଜର ରହିଛି। ଜିଲ୍ଲା ପ୍ରଶାସନର ସୂଚନା ମୁତାବକ, ଏଥର ୧୮ରୁ ୧୯ ବର୍ଷ ବୟସର ୧୬,୭୫୩ ଜଣ ନୂଆ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ରଣପୁର ନିର୍ବାଚନ ମଣ୍ଡଳୀରେ ୩୮୫୧ ଜଣ, ଖଣ୍ଡପଡ଼ାରେ ୩୯୬୯, ଦଶପଲ୍ଲାରେ ୪୩୬୬ ଓ ନୟାଗଡ଼ରେ ସର୍ବାଧିକ ୪୫୬୭ ଜଣ ନୂଆ ଭୋଟର୍‌ ରହିଛନ୍ତି। ସେଥିମଧ୍ୟରେ ୯୩୮୪ ଜଣ ଯୁବକ ଓ ୭୩୬୮ ଯୁବତୀ ରହିଛନ୍ତି। ଗତ ସାଧାରଣ ନିର୍ବାଚନରେ ଜିଲ୍ଲାର ଏହି ୪ଟି ଯାକ ନିର୍ବାଚନ ମଣ୍ଡଳୀକୁ ବିଜେଡି ନିଜ କବ୍‌ଜାରେ ରଖିଥିଲା। ତଥାପି ବିରୋଧୀ ଦଳଗୁଡ଼ିକ ଏଥିରେ ଦବି ନଯାଇ ଚଳିତ ସାଧାରଣ ନିର୍ବାଚନରେ କମର କଷିବା ଆରମ୍ଭ କରିଦେଇଛନ୍ତି। ଏଣୁ ଟିକଟ ଆଶାୟୀ ନେତାମାନେ ଏବେଠାରୁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କଲେଣି। ଏହି ୧୬ ହଜାରରୁ ଊର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ କିଏ କେତେ ନିଜ ପକ୍ଷକୁ ଟାଣିବ, ଏହାକୁ ନେଇ ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି।

ଜିଲ୍ଲାରେ ଭୋଟର ସଂଖ୍ୟା ୭ ଲକ୍ଷ ୯୭ ହଜାର ୨୭୭ ରହିଛି। ଯାହା ମଧ୍ୟରେ ୪ ଲକ୍ଷ ୧୭ ହଜାର ୩୬୮ ପୁରୁଷ ଭୋଟର, ୩ ଲକ୍ଷ ୭୯ ହଜାର ୮୬୧ ମହିଳା ଓ ୪୮ ଜଣ ତୃତୀୟଲିଙ୍ଗ ଭୋଟର ରହିଛନ୍ତି। ୨୪ ହଜାର ୧୬୩ ଜଣ ନୂତନ ଭୋଟରଙ୍କୁ ଯୋଡ଼ା ଯାଇଥିବା ବେଳେ ମୃତ ସମେତ ଅନ୍ୟାନ୍ୟ କାରଣରୁ ୧୫ ହଜାର ୪୩୯ ଭୋଟରଙ୍କୁ ବାଦ୍‌ ଦିଆଯାଇଛି। ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୨ ଲକ୍ଷ ୫୯ ହଜାର ୫୯ ଭୋଟର ରହିଛନ୍ତି। ନୟାଗଡ଼ରେ ୨ ଲକ୍ଷ ୧୮ ହଜାର ୯୩୮, ଦଶପଲ୍ଲାରେ ୧ ଲକ୍ଷ ୮୮ ହଜାର ୯୭୫ ଓ ଖଣ୍ଡପଡ଼ାରେ ୧ ଲକ୍ଷ ୮୩ ହଜାର ୪୦୫ ଭୋଟର ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe