୧୪ ଜେଲକୁ ଛୁଇଁଲାଣି ସଂକ୍ରମଣ, ୪ ମାସରେ ମୁକୁଳିଲେଣି ୧୬୭୮୯ କଏଦୀ

Advertisment
ବ୍ରହ୍ମପୁର ମଣ୍ଡଳ କାରାଗାରରେ ସ୍ବତନ୍ତ୍ର କୋଭିଡ୍‌ ହସ୍‌ପିଟାଲ, ଜେଲ୍‌ ଡାକ୍ତରଙ୍କୁ ନୋଡାଲ୍‌ ଅଫିସର୍‌ ଦାୟିତ୍ବ

ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ଜେଲରୁ କଏଦୀ ସଂଖ୍ୟା କମାଇବାକୁ ପ୍ରକ୍ରିୟା ଜାରି ରହିଛି। ଉଚ୍ଚକ୍ଷମତା ସମ୍ପନ୍ନ କମିଟିର ନିଷ୍ପତି ଅନୁସାରେ ଜୁଲାଇ ୨୮ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଜେଲରୁ ୧୬ ହଜାର ୭୮୯ କଏଦୀଙ୍କୁ ମୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୬ ହଜାର ୬୩୯ ଜଣ ବିଚାରାଧୀନ ଓ ୧୫୦ ଜଣ ସଜ୍ଜା କାଟୁଥିବା ବନ୍ଦୀ ରହିଛନ୍ତି। ବ୍ରହ୍ମପୁର ମଣ୍ଡଳ ଅଧୀନରେ ୫୨୩୧ କଏଦୀଙ୍କୁ ଛଡ଼ା ଯାଇଥିବା ବେଳେ ସମ୍ବଲପୁର ମଣ୍ଡଳ ଅଧୀନରେ ୩୭୧୬, କଟକ ମଣ୍ଡଳ ଅଧୀନରେ ୩୪୬୫, ବାରିପଦା ମଣ୍ଡଳ ଅଧୀନରେ ୨୭୩୩ ଓ କୋରାପୁଟ ମଣ୍ଡଳ ଅଧୀନରେ ୧୬୪୪ କଏଦୀ ଜେଲରୁ ମୁକୁଳିଛନ୍ତି। ଏବେ ସୁଦ୍ଧା ୧୨୦୨ ଜଣ କଏଦୀଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଛି। ମାର୍ଚ ୨୦ ତାରିଖରୁ ଜୁଲାଇ ୨୮ ତାରିଖ ଭିତରେ କଏଦୀଙ୍କୁ ଛାଡ଼ ଓ ସ୍ଥାନାନ୍ତର କରାଯାଇଛି। ଆଜି ସମୀକ୍ଷା ପରେ ଜେଲ ଡିଜି ସନ୍ତୋଷ ଉପାଧ୍ୟୟ ଏହି ସୂଚନା ଦେଇଛନ୍ତି।

ଜେଲ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏବେ ୧୪ଟି ଜେଲକୁ ସଂକ୍ରମଣ ଛୁଇଁଲାଣି। ୧୦ଟି ଜେଲରେ ୯୬ କଏଦୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସେହିପରି ୪ଟି ଜେଲରେ ୧୭ ଜଣ କଏଦୀ ଆକ୍ରାନ୍ତ ହୋଇଛନ୍ତି। ଗୋଟିଏ ପରେ ଗୋଟିଏ ଜେଲକୁ ସଂକ୍ରମଣ ଡେଉଁଥିବା ବେଳେ ଝାରପଡ଼ା ଜେଲର କର୍ମଚାରୀ ଓ କଏଦୀଙ୍କୁ ମିଶାଇ ୧୪୪ ଜଣଙ୍କ ସ୍ବାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe