ରାଜ୍ୟରେ ୧୭.୨୬ ଲକ୍ଷ ପରିବାର ବିଜୁଳିରୁ ବଂଚିତ : ଗାନ୍ଧୀ ଜୟନ୍ତୀ ସୁଦ୍ଧା ସବୁ ଘରକୁ ବିଜୁଳି ପହଞ୍ଚିବ କିପରି?

Advertisment
ରାଜ୍ୟରେ ୧୭.୨୬ ଲକ୍ଷ ପରିବାର ବିଜୁଳିରୁ ବଂଚିତ : ଗାନ୍ଧୀ ଜୟନ୍ତୀ ସୁଦ୍ଧା ସବୁ ଘରକୁ ବିଜୁଳି ପହଞ୍ଚିବ କିପରି?

ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୨ ‘ଗାନ୍ଧୀ ଜୟନ୍ତୀ’ ସୁଦ୍ଧା ସବୁ ଘରକୁ ବିଜୁଳି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଏପ୍ରିଲ ମାସରେ କହିଥିଲେ। ଏ ପଟେ ମୁଖ୍ୟ ସଚିବଙ୍କ ତଥ୍ୟ ବୟାନ କରୁୁଛି ଆହୁରି ୧୭.୨୬ ଲକ୍ଷ ପରିବାରଙ୍କୁ ବିଜୁଳି ଯୋଗାଇଦେବା ବାକି ରହିଛି। ଏଥିପାଇଁ ୩୩୨୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏଥିପାଇଁ ପ୍ରକଳ୍ପ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ। ଏଣୁ, ଗାନ୍ଧୀ ଜୟନ୍ତୀ ସୁଦ୍ଧା କିପରି ରାଜ୍ୟର ସବୁ ଘରକୁ ବିଜୁଳି ପହଞ୍ଚିବ ସେ ନେଇ ପ୍ରଶ୍ନ ଉଠୁଛି।

ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବାସ କରୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରଙ୍କୁ ‘ସୌଭାଗ୍ୟ’ ଯୋଜନାରେ ବିଦ୍ୟୁତ୍‌ ସଂଯୋଗୀକରଣ ପାଇଁ ପ୍ରକଳ୍ପ ପ୍ରସ୍ତାବଗୁଡ଼ିକ ପ୍ରସ୍ତୁତ କରାଯାଇଛି। ଏ ନେଇ ଅନୁଷ୍ଠିତ ରାଜ୍ୟସ୍ତରୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ମିଳିଛି। ବିଦ୍ୟୁତ୍‌ ସଂଯୋଗୀକରଣ କାର୍ଯ୍ୟକୁ ଚାହିଦା ପୂରା ହେବା ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ କରିବାକୁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ। ସେହିପରି ସଂଯୋଗ ପାଉଥିବା ପରିବାରମାନେ ଯେପରି ସଠିକ୍‌ ଭାବେ ବିଜୁଳି ପାଇବେ ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ବି ଦେଇଥିଲେ।

ବୈଠକରେ ଶକ୍ତି ବିଭାଗ ସଚିବ ହେମନ୍ତ ଶର୍ମା ସୌଭାଗ୍ୟ ଯୋଜନାର ଲକ୍ଷ୍ୟ, କାର୍ଯ୍ୟାନ୍ଵୟନ ପଦ୍ଧତି, ଅର୍ଥ ବରାଦ ଆଦି ସଂପର୍କରେ ବିସ୍ତତ ବିବରଣୀ ଦେଇଥିଲେ। ସୌଭାଗ୍ୟ ଯୋଜନା ସଂପର୍କିତ ପ୍ରକଳ୍ପ ପ୍ରସ୍ତାବଗୁଡ଼ିକୁ କେନ୍ଦ୍ରୀୟ ଅନୁମୋଦନ ମିଳିଲେ, ସେସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସେ କହିଥିଲେ। ବୈଠକର ସୂଚନାନୁସାରେ ରାଜ୍ୟରେ ବର୍ତମାନ ସୁଦ୍ଧା ୭୧ ଲକ୍ଷରୁ ଅଧିକ ପରିବାରଙ୍କୁ ବିଜୁଳି ଯୋଗାଇ ଦିଆଯାଇଛି। ଅବଶିଷ୍ଟ ୧୭.୨୬ ଲକ୍ଷ ଗ୍ରାମ ଓ ସହରାଞ୍ଚଳରେ ବାସ କରୁଥିବା ପରିବାରଙ୍କୁ ବିଦ୍ୟୁତ୍‌ ସଂଯୋଗୀକରଣ ଯୋଗାଇଦେବା ପାଇଁ ବ୍ୟୟ ଅଟକଳ ହୋଇଛି ପ୍ରାୟ ୩୩୨୫ କୋଟି। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଆର୍ଥିକ ସହାୟତା ଯୋଗାଇଦେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe