ମା’ ତାରିଣୀଙ୍କ ହୁଣ୍ଡିରୁ ମିଳିଲା ୧୭ ଲକ୍ଷ ୪୫ ହଜାର ଟଙ୍କା

ମା’ ତାରିଣୀଙ୍କ ହୁଣ୍ଡିରୁ ମିଳିଲା ୧୭ ଲକ୍ଷ ୪୫ ହଜାର ଟଙ୍କା

representetional immage - Kendujhar

ଘଟଗାଁ: ଆଜି ମା’ ତାରିଣୀ ମନ୍ଦିର ହୁଣ୍ଡି ଗଣତି କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ହୁଣ୍ଡିରୁ ମୋଟ୍ ୧୭ ଲକ୍ଷ ୪୫ ହଜାର ୮୪୫ ଟଙ୍କା, ୪୯ ଗ୍ରାମ ୮୧୦ ଗ୍ରାମ ସୁନା, ୧ କେଜି ୫୮୭ ଗ୍ରାମ ୪୭୦ ମିଲିଗ୍ରାମ ରୁପା ମିଳିଛି। ସମ୍ବଲପୁର ଡିଭିଜିନାଲ ଇନ୍ସ‌ପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାୟକ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ପୁଲିସ କର୍ମଚାରୀଙ୍କ ଉପସ୍ଥିତରେ ମନ୍ଦିର ବେଢା ଭିତର ଓ ବାହାରେ ଥିବା ୧୩ ଟି ହୁଣ୍ଡି ଖୋଳାଯାଇ ଗଣତି କରାଯାଇଥିଲା।

ଗଣତି କାର୍ଯ୍ୟରେ ମନ୍ଦିର ବରିଷ୍ଠ ଆକାଉଣ୍ଟାଣ୍ଟ ଅକ୍ଷୟ କୁମାର ବେହେରା, ଅବନୀ କୁମାର ଜେନା, ତରଣୀସେନ ରାଉତ, ଶରତ କୁମାର ବେହେରା, ହରେକୃଷ୍ଣ ପଳେଇ, ମହେଶ୍ୱର ସାହୁ,  ଶ୍ରୀକାନ୍ତ ଦେହୁରୀ, ଅରୁଣ କୁମାର ନାଏକ, ନବୀନ ମହାନ୍ତ, ପ୍ରଦୀପ କୁମାର ନାଏକ, ନାରାୟଣ ମୁଖି, ଚନ୍ଦ୍ରା ମୁଖି, ହରିହର ମହାନ୍ତ, ନକୁଳ ବେଜ, ବାବୁଲି ଶା, ପୁଲିସ କର୍ମଚାରୀ ମଦନ ମୋହନ ପୂର୍ତ୍ତି, ଷ୍ଟେଟ ବ୍ୟାଙ୍କ ଅଧିକାରୀ ପାୟଲ ମଲ୍ଲିକ ଓ ସିପୁନ ସାହୁ ପ୍ରମୁଖ ଉପସ୍ଥିତ ରହି ଗଣତି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe