ଜି.ଉଦୟଗିରି – କଳିଙ୍ଗା ରାସ୍ତାରେ ୧୭ ଟିକିଆ ହାତୀପଲ: ବ୍ୟାପକ କ୍ଷୟକ୍ଷତି, ଲୋକେ ଆତଙ୍କିତ

ଜି.ଉଦୟଗିରି – କଳିଙ୍ଗା ରାସ୍ତାରେ ୧୭ ଟିକିଆ ହାତୀପଲ: ବ୍ୟାପକ କ୍ଷୟକ୍ଷତି, ଲୋକେ ଆତଙ୍କିତ

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ବନାଞ୍ଚଳରେ ହାତୀପଲଙ୍କ ଆତଙ୍କ ଯୋଗୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ରାତିରେ ଜି.ଉଦୟଗିରି – କଳିଙ୍ଗା ରାସ୍ତାରେ ୧୭ ଟିକିଆ ହାତୀପଲ ଯିବା ଆସିବା କରୁଥିବା ବେଳେ ଲୋକେ ଭୟଭୀତ ହେଉଛନ୍ତି। ଦକ୍ଷିଣ ଘୁମୁସର ଜଙ୍ଗଲରୁ ୧୭ ଟିକିଆ ହାତୀପଲ ଆସି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ବନ ବିଭାଗ ପକ୍ଷରୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି।

ଜି.ଉଦୟଗିରି ବ୍ଲକର କଳିଙ୍ଗା ପଞ୍ଚାୟତ କୁରୁମିଙ୍ଗିଆ ନିକଟ ରାଇପଦା ଗାଁରେ ଦେଖିବାକୁ ମିଳିଛି। ହାତୀପଲ ଗତ କିଛି ଦିନ ହେବ ଗାଁର ବିଭିନ୍ନ ସ୍ଥାନରେ ପଶି ଉତ୍ପାତ କରୁଥିବାବେଳେ ବିଭିନ୍ନ ଫସଲ ନଷ୍ଟ କରିଦେଇଛନ୍ତି। କୁରୁମୁଙ୍ଗିଆ ନିବାସୀ ନିକୁନ୍ତ ପ୍ରଧାନଙ୍କ ବହୁ କଦଳୀ ଗଛ, ଆମ୍ବ ଗଛ ଓ ଗୋଟିଏ ଘରର କାନ୍ଥ ଭାଙ୍ଗି ଦେଇଛନ୍ତି। ଏଥିସହିତ ଗାଁର ଅନ୍ୟ ଲୋକଙ୍କ ବ୍ୟାପକ ଫସଲ ଓ କୁଡ଼ିଆ ନଷ୍ଟ କରିଛନ୍ତି ହାତୀପଲ।

ଗ୍ରାମବାସୀ ରାତି ଅନିଦ୍ରା ହୋଇ ବାଣ ଫୁଟାଇ ହାତୀଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଥିବାବେଳେ ହାତୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ। ମୋଟ ୧୭ଟି ହାତୀ ଆସିଥିବା ସ୍ଥାନୀୟ ବନବିଭାଗ କହିଥିବାବେଳେ ସେଥିମଧ୍ୟରୁ ୪ଟି ଅଣ୍ଡିରା ହାତୀ, ୮ଟି ମାଈ ହାତୀ ଓ ୫ଟି ଛୁଆ ହାତୀ ବୁଲୁଥିବା ସୂଚନା ମିଳିିିଛି। ଅନ୍ୟପଟେ ଆଜି ସକାଳ ସମୟରେ ୩ଟି ହାତୀ ଦେଖିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe