୧୭ କେଜି ଗଞ୍ଜେଇ ଜବତ, ୨ ଗିରଫ

Advertisment
୧୭ କେଜି ଗଞ୍ଜେଇ ଜବତ, ୨ ଗିରଫ

ବ୍ୟାସନଗର/କବାଟବନ୍ଧ: ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଜି ମୋଟ ୧୭ କେଜି ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସଂପୃକ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି।

ଯାଜପୁର ରୋଡ‌୍ ଅବକାରୀ ବିଭାଗ ପକ୍ଷରୁ ଆଜି ନେଳିବାରି ଛକରେ ଚଢ଼ଉ କରି ୫ କେଜି ଗଞ୍ଜେଇ ଜବତ କରାଯିବା ସହ ଅଭିଯୁକ୍ତ କୁଆଖିଆ ଥାନା ଯାବରାର ଅଶୋକ କୁମାର ଦାସ (୪୫)କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଯାବରା ଛକରେ ପ୍ରସ୍ତୁତ ରହି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ। ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ ଟେଷ୍ଟ କରିବା ପରେ କେସ ନମ୍ବର ୧୩/୨୨ରେ ଅଭିଯୁକ୍ତ ଅଶୋକକୁ କୋର୍ଟଚାଲାଣ କରାଯାଇଛି। ଏହି ଚଢ଼ଉରେ ବିଭାଗୀୟ କର୍ମଚାରୀ କ୍ଷୀରୋଦ କୁମାର ସାହୁ, ବିପିନ କୁମାର ପ୍ରଧ‌ାନ ଓ ଶୁଭସ୍ମିତା ପ୍ରଧାନ ସାମିଲ ଥିଲେ। ଜିଲ୍ଲା ଅବକାରୀ ଅଧୀକ୍ଷକ ଦେବୀ ପ୍ରସାଦ ଦାସଙ୍କ ନିର୍ଦେଶକ୍ରମେ ଏହି ଚଢ଼ଉ ହୋଇଥିଲା।

ସେହିପରି ଜେନାପୁର ଥାନା ରେଖାଦେଈପୁରରୁ ୧୨ କେଜି ଗଞ୍ଜେଇ ଜବତ ହୋଇଛି। ଏ ଘଟଣାରେ ଅଭିଯୁକ୍ତ ପାଇକରାପୁର ଗ୍ରାମର ବିଜୟ ରାଉତ (୫୫)କୁ ଗିରଫ କରାଯାଇଛି। ସେ ବହୁଦିନ ହେଲା ଗ‌ଞ୍ଜେଇ କାରବାର କରୁଥିଲା। ଗୁରୁବାର ବିଳମ୍ବିତ ରାତିରେ ଅବକାରୀ ନିରୀକ୍ଷକ ସ୍ବପ୍ନାରାଣୀ ସାହୁଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଦଳ ରେଖିଦେଈପୁର ନିକଟ ବ୍ରାହ୍ମଣୀ ନଦୀବନ୍ଧରେ ଜଗିରହିଥିଲେ। ବିଳମ୍ବିତ ରାତିରେ ବିଜୟ ଗଞ୍ଜେଇ ଆଣି ଘରକୁ ଫେରୁଥିବା ବେଳେ ତାକୁ କାବୁ କରି ନେଇଥିଲେ। ପରେ ବିଜୟର ଘର ଓ ଅନ୍ୟ ସ୍ଥାନରେ ଚଢ଼ଉ କରି ୧୨ କେଜି ଗଞ୍ଜେଇ ଜବତ କରିଥିଲେ। ଅବକାରୀ ବିଭାଗ ପକ୍ଷରୁ ବିଜୟ ନାଁରେ ୫/୨୨ରେ ଏକ ମାମଲା ରୁଜୁ କରାଯିବା ସହ ତାକୁ ଆଜି କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe