୧୭ ଦାଦନ ଶ୍ରମିକ ଉଦ୍ଧାର, ଡ୍ରାଇଭର ସହ ଦଲାଲ ଗିରଫ

Advertisment
୧୭ ଦାଦନ ଶ୍ରମିକ ଉଦ୍ଧାର, ଡ୍ରାଇଭର ସହ ଦଲାଲ ଗିରଫ

ପାଟଣାଗଡ଼: ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଥିବା ସମୟରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ପୁଲିସ୍‌ ୧୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏଥିସହ ଏକ ଗାଡ଼ିକୁ ଜବତ କରି ଚାଳକ ଓ ଦଲାଲକୁ ଗିରଫ କରିଛି। ପାଟଣାଗଡ଼ ବ୍ଲକ ମରୁଆଁ ଓ ଖପ୍ରାଖୋଲ ବ୍ଲକ ମାଟିଆଭଟା ଗ୍ରାମର ଦାଦନ ଶ୍ରମିକଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ଜାଣି ପୁଲିସ୍‌ ପାଟଣାଗଡ଼-ପଦ୍ମପୁର ରାସ୍ତାରେ ଚଢ଼ଉ କରିଥିଲା। ଏକ ବଲେରୋ (ଓଆର ୦୫ଏ-୨୮୭୭)କୁ ମରୁଆଁରେ ଅଟକାଇ କାଗଜପତ୍ର ଯାଞ୍ଚ କରିବାରୁ କିଛି ପାଇନଥିଲା। ପରେ ଗାଡ଼ିରେ ଥିବା ୪ ଜଣ ପୁରୁଷ, ୫ ମହିଳା ଓ ୮ ଶିଶୁଙ୍କୁ ଉଦ୍ଧାର କରି ଘରକୁ ପଠାଇ ଦିଆଯାଇଥିଲା। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ଗାଡ଼ି ଚାଳକ ପୀତାମ୍ବର ମେହେର ଓ ଦାଦନ ଦଲାଲ ବିଷ୍ଣୁ ପ୍ରସାଦ କୁମୁରିଆକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଥିବା ପୁଲିସ୍ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe