୧୭ ଲକ୍ଷ ବଟି ମାମଲା : ସବ୍ୟସାଚୀଙ୍କୁ ଇଡିର ଜେରା

Advertisment
ଯଯାତି ସାହୁ ହତ୍ୟା ମାମଲା: ନିର୍ଦୋଷରେ ଖଲସ ହେଲେ ସବ୍ୟସାଚୀ

ବ୍ରହ୍ମପୁର : ଅର୍ଥନୈତିକ ଅପରାଧ ଶାଖା(ଇଡି)ର ଦୁଇଜଣିଆ ଟିମ୍‌ ଆଜି ବ୍ରହ୍ମପୁରରେ ଜେଲରେ ମାଓନେତା ସବ୍ୟସାଚୀ ପଣ୍ତାଙ୍କୁ ପ୍ରାୟ ୫ ଘଣ୍ଟା ଜେରା କରିଥିଲେ। ରାୟଗଡ଼ା ଜିଲ୍ଲା ଗୁଣୁପୁରର ଏକ ଘରୋଇ କଲେଜରୁ ୧୭ ଲକ୍ଷ ଟଙ୍କା ବଟି ଦାବି ମାମଲାରେ ଇଡି ଜେରା କରିଥିବା ସୂଚନା ମିଳିଛି। ଜେଲର ଏକ ସ୍ବତନ୍ତ୍ର କୋଠରିରେ ସବ୍ୟସାଚୀଙ୍କୁ ଟିମ୍ ଜେରା କରିଛନ୍ତି। ଜେରା ସମୟରେ ସବ୍ୟସାଚୀଙ୍କ ବିଭିନ୍ନ ଆର୍ଥିକ କାରବାର ଉପରେ ମଧ୍ୟ ଏହି ଟିମ୍‌ ପଚରାଉଚୁରା କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲାଜଜ୍‌ କୋର୍ଟରୁ ଅନୁମତି ଆଣି ଏହି ଟିମ୍‌ ବ୍ରହ୍ମପୁର ଜେଲରେ ପହଞ୍ଚିଥିଲେ। ଦିନ ଗୋଟାଏରୁ ପ୍ରାୟ ଅପରାହ୍ନ ୬ଟା ପର୍ଯ୍ୟନ୍ତ ସବ୍ୟସାଚୀଙ୍କୁ ଜେରା କରିଥିଲେ। ୨୦୦୮ରେ ଗୁଣପୁର ସ୍ଥିତ ଏକ ଘରୋଇ କଲେଜର କର୍ମଚାରୀମାନେ ସବ୍ୟସାଚୀଙ୍କୁ ଦେବା ପାଇଁ ପ୍ରାୟ ୧୭ଲକ୍ଷ ଟଙ୍କା ଧରି ଯାଉଥିବା ବେଳେ ପୁଲିସ ହାତରେ ଧରା ପଡ଼ିଥିଲେ। କିନ୍ତୁ କଲେଜ ତରଫରୁ ଏଭଳି ଅଭିଯୋଗକୁ ଖଣ୍ତନ କରାଯିବା ସହିତ ସେମାନେ ସବ୍ୟସାଚୀଙ୍କ ନିକଟକୁ ଯାଉ ନଥିଲେ ବୋଲି ସ୍ପଷ୍ଟୀକରଣ ଦେଇ କୋର୍ଟଙ୍କ ଆଶ୍ରୟ ନେଇଥିଲେ। ଏହି ମାମଲା ସମ୍ପର୍କରେ ମଧୢ ଇଡିର ଟିମ୍‌ ତଥ୍ୟ ସ˚ଗ୍ରହ କରିଥିବା ଜଣାପଡ଼ିଛି। ସବ୍ୟସାଚୀ ଗତ ୨୦୧୪ ଜୁଲାଇ ମାସରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe