ପୁଣି ଅଜଣା ଜନ୍ତୁ : ନରାଜରେ ୧୭ ମେଣ୍ଢା ମୃତ

Advertisment
ପଘାକାଟି ଗୁହାଳରୁ ନେଇଗଲେ ୧୬ ମେଣ୍ଢା

ବାରଙ୍ଗ : ବର୍ଷକ ପରେ ପୁଣି ଲେଉଟିଲା ଅଜଣା ଜନ୍ତୁ ଆତଙ୍କ। ଗତବର୍ଷ ଡିସେମ୍ବର ୨୩ରେ ନିଆଳିରେ ଅଜଣା ଜନ୍ତୁ ଆକ୍ରମଣରେ ଏକାଧିକ ମେଣ୍ଢାଙ୍କ ମୃତ୍ୟୁ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ବିଶେଷଜ୍ଞ ଦଳ ଅଜଣା ଜନ୍ତୁ ଧରିବା ପାଇଁ ରାତି ରାତି ଉଜାଗର ରହିଲେ। ହେଲେ ଅଜଣା ଜନ୍ତୁ କାରନାମା ଏବେବି ରହସ୍ୟ ହୋଇ ରହିଥିବା ବେଳେ ଏବେ ପୁଣି ସମାନ ଘଟଣା ବାରଙ୍ଗ ଥାନା ନରାଜ ଗ୍ରାମର ଗୋପାଳସାହିରେ ଦେଖିବାକୁ ମିଳିଛି। ଏଠାରେ ୧୭ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ନରାଜ ଗ୍ରାମର ବୈରାଗୀ ଦାସଙ୍କ ଗୁହାଳରେ ୧୯ଟି ମେଣ୍ଢା ଥିଲେ। ଆଜି ସକାଳୁ କିନ୍ତୁ ୧୭ଟି ମେଣ୍ଢା ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଅନେକ ମେଣ୍ଢାଙ୍କ ଅନ୍ତଃବୁଜୁଳା ବାହାରି ପଡିଥିବାବେଳେ କେତେକଙ୍କ ବେକରେ କ୍ଷତ ହୋଇଛି। ୨ଟି ମେଣ୍ଢାର କୌଣସି ଖୋଜଖବର ମିଳିନାହିଁ। ଏହି ଘଟଣା ଜଣାପଡିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ୍ କରିଛି। ତେବେ କେଉଁ କାରଣରୁ ମେଣ୍ଢାଗୁଡ଼ିକର ମୃତ୍ୟୁ ଘଟିଛି, ସେ ନେଇ ତଦନ୍ତ ଚାଲିଥିବା ପଶୁ ଚିକିତ୍ସକ ଟିମ୍‌ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe