ପାହାଡ଼ରୁ ଉଦ୍ଧାର ହେଲେ ୧୭ ପର୍ଯ୍ୟଟକ: ରାତିସାରା ପର୍ବତ ଚଢ଼ା, ଉଦ୍ଧାର କଲେ ଡିଭିଏଫ୍‌ର ୩୦ କମାଣ୍ଡୋ

Advertisment

ଗନ୍ଧମାର୍ଦ୍ଦନ ପାହାଡ଼ରେ ଫସି ରହିଥିବା ସମସ୍ତ ୧୭ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାରେ ବରଗଡ଼ ପୁଲିସ ସଫଳ ହୋଇଛି। ବୁଧବାର ରାତି‌ ପ୍ରାୟ ୮ଟାରେ ଖବର ପାଇବା ମାତ୍ରେ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ୍‌ ‘ଗନ୍ଧମାର୍ଦ୍ଦନ’।

ଗନ୍ଧମାର୍ଦ୍ଦନ ପାହାଡ଼ରେ ଫସି ରହିଥିବା ସମସ୍ତ ୧୭ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାରେ ବରଗଡ଼ ପୁଲିସ ସଫଳ ହୋଇଛି। ବୁଧବାର ରାତି‌ ପ୍ରାୟ ୮ଟାରେ ଖବର ପାଇବା ମାତ୍ରେ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ୍‌ ‘ଗନ୍ଧମାର୍ଦ୍ଦନ’।

sfsfxcxcxc

ବରଗଡ: ଗନ୍ଧମାର୍ଦ୍ଦନ ପାହାଡ଼ରେ ଫସି ରହିଥିବା ସମସ୍ତ ୧୭ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାରେ ବରଗଡ଼ ପୁଲିସ ସଫଳ ହୋଇଛି। ବୁଧବାର ରାତି‌ ପ୍ରାୟ ୮ଟାରେ ଖବର ପାଇବା ମାତ୍ରେ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ୍‌ ‘ଗନ୍ଧମାର୍ଦ୍ଦନ’। ଉଦ୍ଧାର ପର୍ଯ୍ୟଟକଙ୍କ ମଧ୍ୟରେ ୧୩ ଜଣ ମହିଳା ଥିବା ବେଳେ ୪ ଜଣ ପୁରୁଷ ଅଛନ୍ତି। ତନ୍ମଧ୍ୟରୁ ୧୩ ଜଣ ଛତିଶଗଡ଼ ରାଇଗଡ଼ ଜିଲ୍ଲାର ଓ ୪ ଜଣ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ବୋଲି ଜଣାପଡ଼ିଛି। ଗୁରୁବାର ଅପରାହ୍ଣ ୪ଟା ସମୟରେ ସମସ୍ତଙ୍କୁ ନୃସିଂହନାଥ ମନ୍ଦିର ପରିସରକୁ ଅଣାଯାଇଥିଲା। ଉଦ୍ଧାରକାରୀ ଦଳ ଜଣେ ଯୁବତୀଙ୍କୁ ଷ୍ଟ୍ରେଚର୍‌ ଯୋଗେ ପାହାଡ଼ ଉପରୁ ଆଣିଥିଲେ। କାରଣ ସେ ଠିକ୍‌ରେ ଦେଖି ପାରୁନଥିଲେ କି ଚାଲିବା ଅବସ୍ଥାରେ ନଥିଲେ। ଅତିଶୟ କ୍ଲାନ୍ତ କାରଣରୁ ସମସ୍ତଙ୍କୁ ସାଲାଇନ୍‌ ଓ ଔଷଧପତ୍ର ଦିଆଯିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କ ଗାଁକୁ ପଠାଇ ଦିଆଯାଇଛି। ଉତ୍ତରାଞ୍ଚଳ ଆଇଜି ହିମାଂଶୁଲାଲ ଓ ବରଗଡ଼ ଏସ୍‌ପି ପ୍ରହଲ୍ଲାଦ ସହାଇ ମୀନାଙ୍କ ତତ୍ତ୍ବାବଧାନରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା।  

ବରଗଡ ଏସ୍‌ପି ଶ୍ରୀ ମୀନାଙ୍କ ସୂଚନା ଅନୁସାରେ, ଏହି ପର୍ଯ୍ୟଟକମାନେ ବୁଧବାର ଜଙ୍ଗଲ, ପାହାଡ଼ ରାସ୍ତାରେ ଗନ୍ଧମାର୍ଦ୍ଦନ ପର୍ବତମାଳା ପାର ହୋଇ ନୃସିଂହନାଥରୁ ହରିଶଙ୍କର ଯିବାକୁ ବାହାରିଥିଲେ। ପ୍ରବଳ ବର୍ଷା ଓ ବଜ୍ରପାତ ମଧ୍ୟରେ ରାତିରେ ରାସ୍ତା ଦେଖି ନ ପାରି ବାଟବଣା ହୋଇଥିଲେ। ଖବର ପାଇବା ମାତ୍ରେ ଡିଭିଏଫ୍‌ର ୩୦ ଜଣ କମାଣ୍ଡୋ, ଅଗ୍ନିଶମ ଓ ଜଙ୍ଗଲ ବିଭାଗର କର୍ମଚାରୀ ଉଦ୍ଧାର ଅଭିଯାନରେ ବାହାରିଥିଲେ। ରାତିସାରା ପର୍ବତ ଚଢ଼ିବା ପରେ ଉଦ୍ଧାରକାରୀ ଦଳ ଗୁରୁବାର ସକାଳ ପ୍ରାୟ ୮ଟାରେ ଏକ ପାହାଡ଼ ଶୀର୍ଷରେ ପର୍ଯ୍ୟଟକମାନଙ୍କୁ ଠାବ କରିଥିଲା। ସେଠାରେ ସେମାନଙ୍କୁ ଖାଦ୍ୟ, ପାନୀୟ ଦେଇ ପ୍ରକୃତିସ୍ଥ କରିବା ପରେ ସାଥୀରେ ନେଇ ନୃସିଂହନାଥ ମନ୍ଦିରକୁ ଫେରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe