କଳିଙ୍ଗନଗର ଗୁଳିକାଣ୍ଡକୁ ୧୭ ବର୍ଷ

Advertisment
କଳିଙ୍ଗନଗର ଗୁଳିକାଣ୍ଡକୁ ୧୭ ବର୍ଷ

ଦାନଗଦୀ: କଳିଙ୍ଗନଗର ଗୁଳିକାଣ୍ଡକୁ ଇତିମଧ୍ୟରେ ୧୭ ବର୍ଷ ପୂରିଛି। ଏହି ଉପଲକ୍ଷେ ବିସ୍ଥାପିତ ବିରୋଧୀ ଜନମଞ୍ଚ ଓ ବିସ୍ଥାପନ ଉନ୍ନୟନ ପରିଷଦ ପକ୍ଷରୁ ମିଳିତ ଭାବେ ଆଜି ସହିଦ ଦିବସ ପାଳନ କରାଯାଇଛି। ସକାଳ ୧୦ ଟାରୁ ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲାଠାରେ ଏକତ୍ରିତ ହୋଇଥିଲେ। ସେଠାରେ ଥିବା ସହିଦ ସ୍ତମ୍ଭ ନିକଟରେ ପୂଜାର୍ଚ୍ଚନା କରିଥିଲେ। ସେଠାରେ ତିରୀ ଦୁସଲମ, ଅୟାରଚମ୍ ଆଦି କରାଯାଇ ମାୟବଲିଙ୍ଗକୁ ଗାଧୋଇ ଦିଆ ଯାଇଥିଲା। ପରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରା ବାରଗାଡ଼ିଆ ଛକ, ଡୁବୁରି ଛକ, ଟାଟା କାରଖାନା ମୁଖ୍ୟ ଫାଟକ ଦେଇ ବୀରଭୂମି ଆମ୍ବଗାଡ଼ିଆଠାରେ  ପହଞ୍ଚିଥିଲା। ‘କଳିଙ୍ଗନଗର ବୀର ସହିଦ ଅମର ରହେ , ଆଦିବାସୀଙ୍କୁ ନ୍ୟାୟ ମିଳୁ’ ଆଦି ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଶୋଭାଯାତ୍ରା ବୀରଭୂମିଠାରେ ପହଞ୍ଚିବା ପରେ ସେଠାରେ  ପାରମ୍ପରିକ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା।

ଅପରାହ୍‌ଣ ୩ ଟାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ବିସ୍ଥାପନ ବିରୋଧୀ ଜନମଞ୍ଚ ସମ୍ପାଦକ ରବୀନ୍ଦ୍ର ଜାରିକାଙ୍କ ସଭାପତିତ୍ବରେ ପରିଚାଳିତ ସଭାରେ ବିସ୍ଥାପନ ଉନ୍ନୟନ ପରିଷଦ ସଭାପତି ତ୍ରିଲୋଚନ ମହାନ୍ତ, ସମ୍ପାଦକ ବୀରେନ ଜାମୁଦା, ରିପୁବ୍ଲିକ ପାର୍ଟି ସଭାପତି  ଅବଦୁଲ୍ ୱାଲୀ, ଅଲ୍ ଓଡିଶା ହୋ ଭାଷା ସଭାପତି ରାମରାଇ ମୁଣ୍ଡେୟା, ଅଲ୍ ଇଣ୍ଡିଆ ହୋ ସମାଜ ସମ୍ପାଦକ ଲକ୍ଷ୍ମୀଧର ତିଉ, ବିସ୍ଥାପନ ବିରୋଧୀ ନେତ୍ରୀ ସିନି ସଏ, ଗୋବରଘାଟିର ପୂର୍ବତନ ସରପଞ୍ଚ ସ୍ୱର୍ଣ୍ଣଲତା ବାନରା, ବିସ୍ଥାପନ ବିରୋଧୀ ଜନମଞ୍ଚ ସଭାପତି ଅମର ସିଂ ବାନରା, ଜିତେନ୍ଦ୍ର ଜାମୁଦା, ବାମପନ୍ଥୀ ନେତା ମନୋରଞ୍ଜନ ଜେନା, ଜୋନ୍‌-୩୮ ଜିଲ୍ଲାପରିଷଦ ସଭ୍ୟ ସାଧୁ ଚରଣ ତିୟୁ, ଜୋନ୍‌-୯ ଜିଲ୍ଲାପରିଷଦ ସଭ୍ୟା ଟିନା ହାଇବ୍ରୁ ଯୋଗଦେଇ ବିସ୍ଥାପନ ବିରୋଧୀ ବକ୍ତବ୍ୟଦ ଦେଇଥିଲେ। ବିସ୍ଥାପିତଙ୍କୁ ଜମିପଟ୍ଟା, ଅସ୍ଥାୟୀ ପଟ୍ଟା ପରିବର୍ତ୍ତେ ସ୍ଥାୟୀ ପଟ୍ଟା, ଘରଡିହ ଯୋଗାଇଦେବାକୁ ଦାବି କରିଥିଲେ। କଟା ହାତ ପାପୁଲି ଆଜି ପର୍ଯ୍ୟନ୍ତ ରହିଥିବା ବେଳେ ତାହାର ନ୍ୟାୟିକ ତଦନ୍ତ କରିବାକୁ ଦାବି କରିଥିଲେ। ନଚେତ ଆଗାମୀ ଦିନରେ ପୁଣି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଥିଲେ।

publive-image

ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ୪ ପ୍ଲାଟୁନ୍ ପୁଲିସ ଫୋର୍ସ ସହ କଳିଙ୍ଗନଗର ଅତିରିକ୍ତ ଏସପି ଏସ୍‌ ଟପ୍ପୋ , କଳିଙ୍ଗନଗର ଥାନା ଅଧିକାରୀ ପ୍ରିୟବ୍ରତ ରାଉତ, କାଳିଆପାଣି ଥାନା ଅଧିକାରୀ ସୁଶାନ୍ତ ଦାସ, ଯଖପୁରା ଥାନା ଅଧିକାରୀ ଜଗଦୀଶ କର, ଟମକା ଥାନା ଅଧିକାରୀ ସୁକାନ୍ତ ପାତ୍ରଙ୍କ ସମେତ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତ ଓ ଇଡ୍‌କୋର ଏଏଲ୍‌ଓ ଜିତେନ୍ଦ୍ରିୟ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe