ଚିଲିକାରେ ଅଛନ୍ତି ୧୭୬ ଫିସିଂ କ୍ୟାଟ୍

Advertisment
ଚିଲିକାରେ ଅଛନ୍ତି ୧୭୬ ଫିସିଂ କ୍ୟାଟ୍

Indiatimes.com

ବ୍ରହ୍ମଗିରି : ବିରଳ ଫିସିଂ କ୍ୟାଟ୍‌ର ପ୍ରଥମ ଥର ପାଇଁ ଚିଲିକାରେ ଗଣନା ହୋଇଛି। ପ୍ରଥମ କରି ବିଶ୍ବରେ ଚିଲିକାରେ ଏହାର ଗଣନା କରାଯାଇଛି। ୧୯୭୨ ମସିହାର ବନ୍ୟ ପ୍ରାଣୀ ଆଇନ ଅନୁଯାୟୀ ସିଡ୍ୟୁଲ–୧ରେ ଥିବା ଏହି ଫିସିଂ କ୍ୟାଟ୍‌ର ସଂରକ୍ଷଣ ଏବଂ ବଂଶ ବୃଦ୍ଧି ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପ୍ରଥମ କରି ଗଣନା ଆରମ୍ଭ କରିଛି। ସେଥିପାଇଁ ୫ଟି କମିଟି ଗଠନ କରିବା ସହିତ କୋଲକାତାରୁ ବିଶେଷଜ୍ଞ ଟିମ ଆସି ଏଠାରେ ଉପସ୍ଥିତ ରହି ଗଣନା କରିଛନ୍ତି। ଗଣନା ପାଇଁ ୧୫୦ରୁ ଅଧିକ ଟ୍ରାପ୍‌ କ୍ୟାମେରା ବିଭିନ୍ନ ସ୍ଥାନରେ ଲଗାଇ ଏମାନଙ୍କ ଉପସ୍ଥିତି ସମ୍ପର୍କରେ ସିଡିଏ ଅନୁଧ୍ୟ୍ୟାନ କରିଛି।

ଚଳିତ ବର୍ଷ ଗଣନାରେ ଚିଲିକାରେ ଏମାନଙ୍କ ସଂଖ୍ୟା୧୭୬ ଥିବା ସିଡିଏ ପକ୍ଷରୁ ସୂଚନା ମିଳିଛି। ଫିସିଂ କ୍ୟାଟର ବଂଶ ବୃଦ୍ଧି ନେଇ ଆଜି ସୁଦ୍ଧା ଗବେଷଣା ଚାଲିଥିବା ବେଳେ ଏହି ବିରଳ ପ୍ରାଣୀର ସୁରକ୍ଷା ପାଇଁ ସିଡିଏ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe