ରାଜ୍ୟରେ ନିର୍ମାଣ ହେବ ୧୭୭ ଗୋଦାମ

Advertisment
ରାଜ୍ୟରେ ନିର୍ମାଣ ହେବ ୧୭୭ ଗୋଦାମ

ଭୁବନେଶ୍ବର : ଖାଦ୍ୟଶସ୍ୟ ଏବଂ ସାର ସଂରକ୍ଷିତ ରଖିବା ପାଇଁ ୧୭୭ଟି ଗୋଦାମ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯାହାର ସମୁଦାୟ କ୍ଷମତା ୪୨ ହଜାର ୩୦୦ ମେଟ୍ରିକ ଟନ୍‌ ବୋଲି ସମବାୟ ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଏଥିମଧ୍ୟରେ ପ୍ୟାକ୍ସ ଏବଂ ଲ୍ୟାମ୍ପ୍ସରେ ୧୨ ହଜାର ୮୦୦ ମେଟ୍ରିକ ଟନ କ୍ଷମତାବିଶିଷ୍ଟ ୧୨୮ ଗୋଦାମ, ମାର୍କଫେଡରେ ୮ ହଜାର ମେଟ୍ରିକ ଟନ୍‌ ବିଶିଷ୍ଟ ୧୧ ଗୋଦାମ, ଆରଏମସିରେ ୨୦ ହଜାର ମେଟ୍ରିକ ଟନ୍‌ ବିଶିଷ୍ଟ ୩୭ ଗୋଦାମ ଏବଂ ଓଡ଼ିଶା ରାଜ୍ୟ ୱେରହାଉସିଂ ନିଗମ ପକ୍ଷରୁ ୧୫ ଶହ ମେଟ୍ରିକ ଟନ୍‌ ବିଶିଷ୍ଟ ଗୋଟିଏ ଗୋଦାମ ନିର୍ମାଣ କରାଯିବ। ସମବାୟ ବିଭାଗର ଏକ ବୈଠକରେ ଏହି ସୂଚନା ଦିଆଯାଇଛି।

ଏଥିରେ କୁହାଯାଇଛି, ବର୍ତ୍ତମାନ ରାଜ୍ୟରେ ଖାଦ୍ୟ ଶସ୍ୟ ଏବଂ ସାରର ଯେତିକି ଗୋଦାମ ରହିଛି ଏହାର ସମୁଦାୟ କ୍ଷମତା ୧୪ ଲକ୍ଷ ୯୫ ହଜାର ୪୮ ମେଟ୍ରିକ ଟନ୍‌। ଏଥିରୁ ୨୬ ହଜାର ୯୨୩ ମେଟ୍ରିକ ଟନ୍‌ ବିଶିଷ୍ଟ ଭଡ଼ାରେ ଅଣାଯାଇଛି। ଯାହାକି ରାଜ୍ୟରେ ଧାନ, ବିହନ, ସାର ସମେତ କୃଷି ଉତ୍ପାଦନ ସାମଗ୍ରୀ ଏବଂ ଉପକରଣ ରଖିବା ପାଇଁ ଆବଶ୍ୟକତା ଠାରୁ ଗୋଦାମ ସଂଖ୍ୟା ଖୁବ କମ୍‌। ପାହାଡ଼ିଆ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ଗୋଦାମ ହିଁ ନାହିଁ। ଏଥିଯୋଗୁଁ ଚାଷୀ ଏବଂ ସ୍ଥାନୀୟ ପ୍ରଶାସନର ଦୁର୍ଦ୍ଦଶା ବଢ଼ିଚାଲେ। ଏପରିକି ମଣ୍ଡିରେ ଗୋଦାମ ନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ମଧ୍ୟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ୨୦୧୯ ମସିହାରେ ସମୁଦାୟ ୧୬ ହଜାର ୫୦୦ ମେଟ୍ରିକ ଟନ୍‌ର ଗୋଦାମ ନିର୍ମାଣ କରାଯାଇଥିଲା। ଆଗକୁ ଆହୁରି ଗୋଦାମ ନିର୍ମାଣର ଲକ୍ଷ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe