୧୧ ନାବାଳିକାଙ୍କ ସମେତ ୧୮ ଜଣ ଶିଶୁ ଶ୍ରମିକ ଉଦ୍ଧାର

୧୧ ନାବାଳିକାଙ୍କ ସମେତ ୧୮ ଜଣ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି: ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନେଇ ଚାଲିଥିବା ଅଭିଯାନରେ ଆଜି ମାଲକାନଗିରି ସହରର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୧୧ ଜଣ ନାବାଳିକାଙ୍କ ସହ ମୋଟ ୧୮ ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଏହି ଚଢଉରେ ୭ ଜଣ ନାବାଳକ ମଧ୍ୟ ରହିଛନ୍ତି। ଏମାନଙ୍କୁ ଶ୍ରମ ବିଭାଗ ଉଦ୍ଧାର କରିବା ପରେ ସିଡବ୍ଲିସି ନିକଟରେ ହାଜର କରାଇଛି, ଯେଉଁ ବୟସରେ ପିଲାମାନେ ପାଠ ପଢିବା କଥା ସେହି ବୟସରେ ପିଲାମାନେ କାମ କରୁଛନ୍ତି। ଏହାକୁ ନେଇ ଗତ ମେ ୨୧ ତାରିଖରୁ ଶିଶୁ ଶ୍ରମିକ ନିରାକରଣ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି।ଆସନ୍ତା ୧୨ ତାରିଖ ଶିଶୁ ଶ୍ରମିକ ନିରାକରଣ ଦିବସ ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହାକୁ ନେଇ ଶ୍ରମ ବିଭାଗ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି। ମାଲକାନଗିରି ଜିଲ୍ଲାରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ସର୍ବାଧିକ ରହିଥିବାରୁ ଶ୍ରମ ବିଭାଗ, ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଉଛି। ଉଦ୍ଧାର କରାଯାଇଥିବା ଶିଶୁମାନଙ୍କୁ ବିଭିନ୍ନ ବିଦ୍ୟାଳୟରେ ନାମ ଲେଖାଯିବା ସହ ସେମାନେ କିପରି ଆଗକୁ ସୁନାଗରିକ ହେବେ ସେନେଇ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe