ନିୟମଗିରିରେ ପଶିଲେ ୧୮ହାତୀ: ଘର, ସରକାରୀ କାର୍ଯ୍ୟାଳୟ ପାଚେରି ଭାଙ୍ଗିଲେ

Advertisment
ନିୟମଗିରିରେ ପଶିଲେ ୧୮ହାତୀ: ଘର, ସରକାରୀ କାର୍ଯ୍ୟାଳୟ ପାଚେରି ଭାଙ୍ଗିଲେ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳ ଅନ୍ତର୍ଗତ ନିୟମଗିରିରେ ପୁଣି ପଶିଲେ ହାତୀପଲ। ଏଥିରେ ୧୮ଟି ହାତୀ ରହିଥିବା ବେଳେ ଅଞ୍ଚଳରେ ଭଙ୍ଗାରୁଜା କରୁଛନ୍ତି। ହାତୀଙ୍କ ଉପଦ୍ରବରେ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ଅତିଷ୍ଠ ହୋଇ ପଡ଼ିଛନ୍ତି। ହାତୀପଲଙ୍କ ଉପସ୍ଥିତି ଯୋଗୁ ଡଙ୍ଗରରେ ଚାଷବାସ କରିବା ପାଇଁ ଭୟ କରୁଛନ୍ତି ପାର୍ଶାଲି, ସୁନାଖଣ୍ଡି ଓ ପଲମା ପଞ୍ଚାୟତର ଡଙ୍ଗରିଆ। ପ୍ରାୟ ମାସେ ହେଲା ହାତୀଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଗତକାଲି ରାତିରେ ଲାଖପଦର ଗ୍ରାମରେ ହାତୀପଲ ପଶି ଦୁଇଟି କୁଡ଼ିଆ ଭାଙ୍ଗି ଦେଇଥିବାବେଳେ ପାର୍ଶାଲି ଗ୍ରାମରେ ଥିବା ଆଶ୍ରମ ବିଦ୍ୟାଳୟ ଓ ଡିକେଡିଏ କାର୍ଯ୍ୟାଳୟର ପାଚେରି ଭାଙ୍ଗି ନଷ୍ଟ କରିଦେଇଛନ୍ତି। ଅପରପକ୍ଷରେ ଆସନ୍ତା ୧୮ ତାରିଖରୁ ବିଦ୍ୟାଳୟ ଖୋଲିବାକୁ ଥିବା ବେଳେ ହାତୀଙ୍କ ଉପସ୍ଥିତି ଯୋଗୁ ଛାତ୍ରଛାତ୍ରୀ ଭୟ କରିବେ ବୋଲି ଅଭିଭାବକ ଚିନ୍ତିତ ହୋଇପଡ଼ିଛନ୍ତି। ଏଥିସହିତ, ଜଙ୍ଗଲକୁ ଖାଦ୍ୟ ସଂଗ୍ରହ କରିବାକୁ ଯିବା ପାଇଁ ଭୟ କରୁଛନ୍ତି ଡଙ୍ଗରିଆ। ବର୍ତ୍ତମାନ ନିୟମଗିରି ପାହାଡ଼ରେ ଆମ୍ବ, ପଣସ, କଦଳୀ, ସପୁରି ପ୍ରଚୁର ପରିମାଣରେ ଉତ୍ପାଦିତ ହେଉଥିବାରୁ ଉକ୍ତ ଫସଲ ଖାଇବା ପାଇଁ ହାତୀ ଚାଲି ଆସିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe