୧୮ ଫୁଟ୍‌ ଲମ୍ବ ମୃତ କୁମ୍ଭୀର ଉଦ୍ଧାର

Advertisment
ରାଜନଗରରେ ଚାଞ୍ଚଲ୍ୟ: ବଡ଼ଭାଇ ଆଗରେ ସାନକୁ ଟାଣିନେଲା କୁମ୍ଭୀର

Britannica

ରାଜନଗର : ରାଜନଗରରେ ପ୍ରବାହିତ ହଂସୁଆ ନଦୀରୁ ରବିବାର ଦିନ ଏକ ମୃତ କୁମ୍ଭୀର ଉଦ୍ଧାର ହୋଇଛି। ରାଜନଗର ବ୍ଲକ୍‌ ବିଜୁଳିଆ ନିକଟରେ ଆଜି ସକାଳେ ଏକ ମୃତ କୁମ୍ଭୀର ଭାସୁଥିବା ଦେଖି ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ କୁମ୍ଭୀରକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ କରିଛି।

କୁମ୍ଭୀରର ପେଟ କଟାଯିବା ପରେ ଭିତରୁ ମୃତ କୁକୁର ବାହାରିଥିଲା। ସେହି ମଲା କୁକୁରର ପେଟ ଫାଟିଥିବା ବେଳେ ଅନ୍ୟ ସମସ୍ତ ଅଙ୍ଗ ଅକ୍ଷୁଣ୍ଣ ଥିଲା। ଏଥିସହ କୁମ୍ଭୀର ପେଟରୁ ଗୋଟିଏ ଝୋଟ ଅଖା ଓ ଦୁଇଟି କଳା ପଲିଥିନ୍‌ ବାହାରିଥିଲା। କୁକୁରଟି ମରିଯିବା ପରେ ତାକୁ ଅଖାରେ ବାନ୍ଧି କେହି ନଈକୁ ଫିଙ୍ଗି ଦେଇଥିଲେ। ଅଖା ସହ କୁକୁରକୁ କୁମ୍ଭୀରଟି ଗିଳିବା ପରେ ତାର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe