ହୀରାକୁଦର ୧୮ ଗେଟ୍ ଖୋଲା, ଜଳସ୍ତର ୬୧୫.୭ ଫୁଟ୍‌

ଏଥର ବିପଦ ‘ଭେଟି’ ଦେଲା ଝାଡ଼ଖଣ୍ଡ: ସୁବର୍ଣ୍ଣରେଖାରେ ବଡ଼ ବନ୍ୟା

ସମ୍ବଲପୁର: ଗତ ୨୪ ଘଣ୍ଟାରେ ଉପର ମୁଣ୍ଡରେ ବର୍ଷା ହ୍ରାସ ପରେ ମଙ୍ଗଳବାର ଦିନ ୨ଟା ବେଳକୁ ହୀରାକୁଦର ୨ଟି ଗେଟ୍ ବନ୍ଦ କରାଯାଇଛି। ଏବେ ୧୮ଟି ଗେଟ୍ ଦେଇ ମହାନଦୀକୁ ପାଣି ନିଷ୍କାସିତ ହେଉଛି। ମଙ୍ଗଳବାର ରାତି ୯ଟା ବେଳେ ହୀରାକୁଦର ଜଳସ୍ତର ସାମାନ୍ୟ ହ୍ରାସ ପାଇ ୬୧୫.୬୯ ଫୁଟ୍‌ରେ ପହଞ୍ଚିଛି। ସେତିକିବେଳେ ଜଳଭଣ୍ଡାରକୁ ୨ ଲକ୍ଷ ୭୩ ହଜାର ୩୧୪ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୨ ଲକ୍ଷ ୯୨ ହଜାର ୩୮୪ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା।

ବାମ ସ୍ପିଲ୍‌ୱେ’ର ୧୨ ଓ ଡାହାଣ ପାର୍ଶ୍ବର ୬ଟି ସ୍ଲୁଇସ୍‌ ଗେଟ୍ ଦେଇ ମହାନଦୀକୁ ୨ ଲକ୍ଷ ୭୫ ହଜାର ୭୬୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ସେହିପରି ପାୱାର୍‌ ଚାନେଲ୍‌ରେ ୧୪,୮୦୫ କ୍ୟୁସେକ୍‌, ବରଗଡ଼ କେନାଲ୍‌ରେ ୧୫୦୦ କ୍ୟୁସେକ୍‌, ଶାସନ କେନାଲ୍‌ରେ ୧୦୦ କ୍ୟୁସେକ୍‌, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୪୯ କ୍ୟୁସେକ୍‌, ଶିଳ୍ପ ସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଦିଆ ଯାଉଥିଲା।

ମଙ୍ଗଳବାର ରାତି ୯ଟା ବେଳକୁ ମହାନଦୀ ତଳମୁଣ୍ଡ ବେଲଗାଁଠାରେ ­୨୧ ହଜାର କ୍ୟୁସେକ୍‌, ପଥର୍ଲାଠାରେ ୬୩ ହଜାର କ୍ୟୁସେକ୍‌, ଖଇରମାଳଠାରେ ୪ ଲକ୍ଷ ୭୨ ହଜାର କ୍ୟୁସେକ୍‌, ବରମୂଳଠାରେ ୪ ଲକ୍ଷ ୨ ହଜାର କ୍ୟୁସେକ୍‌, ମୁଣ୍ଡଳିଠାରେ ୪ ଲକ୍ଷ ୪୨ ହଜାର କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ସୋମବାର ବୁର୍ଲା ଜଳବିଦ୍ୟୁତ୍‌ କେନ୍ଦ୍ରରୁ ହାରାହାରି ୮୫ ମେଗାୱାଟ୍‌ ଓ ଚିପିଲିମା ଜଳ ବିଦ୍ୟୁତ୍‌ କେନ୍ଦ୍ରରୁ ୪୯.୭୯୧ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୪.୮୨ ମିଲିମିଟର୍‌ ଓ ତଳ ମୁଣ୍ଡରେ ୩.୧୩ ମିଲିମିଟର୍‌ ବ‌ର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe