ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ-୫୬ ମନମୁଣ୍ଡା-ବାସୁଦେବପାଲି ଠାରେ ବସ୍‌ ଓଲଟି ୧୮ ଆହତ

Advertisment
ଅଟୋକୁ ପିଟିଲା ବସ୍, ୪ ମୃତ

vocfm.co.za

ମନମୁଣ୍ଡା : ଶନିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ-୫୬ ମନମୁଣ୍ଡା-ବାସୁଦେବପାଲି ଠାରେ ବସ୍‌ ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ସୁବର୍ଣ୍ଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ବସ୍‌ଟି ବଲାଙ୍ଗୀରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ବସ୍‌ଟି ଖୋର୍ଦ୍ଧା-ବଲାଙ୍ଗୀରର ଜାତୀୟ ରାଜପଥ-୫୬ ମନମୁଣ୍ଡା-ବାସୁଦେବପାଲିଠାରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟି ପଡିଥିଲା। ଫଳରେ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରୁ ୧୮ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ଚିକିତ୍ସାଲାଗି ସୁବର୍ଣ୍ଣପୁର ମେଡିକାଲର ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe