ଫଳକ ଅଛି, ଗୋଟିଏ ବି ଗଛ ନାହିଁ: ବୃକ୍ଷରୋପଣ ନାଁରେ ୧୮ ଲକ୍ଷ ସ୍ବାହା

Advertisment

ଅର୍ଜୁନ ଓ ଅସନଗଛ ରୋପଣରେ ୧୮ ଲକ୍ଷ ଖର୍ଚ୍ଚ, କିନ୍ତୁ ଗୋଟିଏ ଗଛ ନାହିଁ। ପୂରା ଜମି ପଡ଼ିଆ ପଡ଼ିଛି। ଚାରା ଥିବା ପଲିଥିନ୍‌ ଉଡ଼ିବୁଲୁଛି। ଖୋଳାଯାଇଥିବା ଗାତ ଏ ଯାଏ ଭଲ ଭାବେ ପୋତି ହୋଇନାହିଁ।

ଅର୍ଜୁନ ଓ ଅସନଗଛ ରୋପଣରେ ୧୮ ଲକ୍ଷ ଖର୍ଚ୍ଚ, କିନ୍ତୁ ଗୋଟିଏ ଗଛ ନାହିଁ। ପୂରା ଜମି ପଡ଼ିଆ ପଡ଼ିଛି। ଚାରା ଥିବା ପଲିଥିନ୍‌ ଉଡ଼ିବୁଲୁଛି। ଖୋଳାଯାଇଥିବା ଗାତ ଏ ଯାଏ ଭଲ ଭାବେ ପୋତି ହୋଇନାହିଁ।

sfsffsxc

ଘଟଗାଁ: ଅର୍ଜୁନ ଓ ଅସନଗଛ ରୋପଣରେ ୧୮ ଲକ୍ଷ ଖର୍ଚ୍ଚ, କିନ୍ତୁ ଗୋଟିଏ ଗଛ ନାହିଁ। ପୂରା ଜମି ପଡ଼ିଆ ପଡ଼ିଛି। ଚାରା ଥିବା ପଲିଥିନ୍‌ ଉଡ଼ିବୁଲୁଛି। ଖୋଳାଯାଇଥିବା ଗାତ ଏ ଯାଏ ଭଲ ଭାବେ ପୋତି ହୋଇନାହିଁ। ଅଥଚ ଏହି କାମ ସଂପର୍କିତ ସୂଚନା ଫଳକ ସୁରକ୍ଷିତ ରହିଛି। କେନ୍ଦୁଝର ରେଶମ ଶିଳ୍ପ ବିଭାଗ ଦ୍ୱାରା ପଣ୍ଡାପଡ଼ା ସହକାରୀ କାର୍ଯ୍ୟାଳୟ ଅଧୀନ ବିନିଦା ପଞ୍ଚାୟତର ଚମ୍ପାପଶିଠାରେ ୧୦ ହେକ୍ଟର୍‌ ଜମିରେ ଅର୍ଜୁନ, ଅସନ ଚାଷ ନାମରେ ଏଭଳି ଭାବେ ୧୮ ଲକ୍ଷ ଟଙ୍କା ସରକାରୀ ଅନୁଦାନ ସ୍ବାହା କରିଦିଆଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ କେନ୍ଦୁଝର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଏ ବାବଦରେ ୧୮ ଲକ୍ଷ ୩୦୫୪ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା। 

ଶ୍ରମଭିତ୍ତିକ କାର୍ଯ୍ୟ ହୋଇଥିବାରୁ ଏହାକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଗ୍ରାମର ପାହାଡ଼ ପାଦଦେଶରେ ଥିବା ଜାଗାରେ ଅର୍ଜୁନ ଓ ଅସନ ବୃକ୍ଷରୋପଣ କରାଯାଇ ପାରମ୍ପରିକ ଟସର ଚାଷକୁ ପ୍ରୋତ୍ସାହିତ କରିବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଗଛଗୁଡ଼ିକ ୩ ବର୍ଷ ପର୍ଯ୍ୟନ୍ତ ବିଭାଗୀୟ ତତ୍ତ୍ୱାବଧାନରେ ରକ୍ଷଣାବେକ୍ଷଣ କରାଯିବା ପରେ ସ୍ଥାନୀୟ ଲୋକଙ୍କୁ ହସ୍ତାନ୍ତର କରାଯିବା କଥା। ବିଭାଗୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟସର ଚାଷ ଶେଷ ହୋଇଯାଇଥିବା କାଗଜପତ୍ରରେ ଦର୍ଶାଯାଇଛି। ଖାଲି ସେତିକି ନୁହେଁ, ବିନା ରକ୍ଷଣାବେକ୍ଷଣ ଓ ଆଦୌ ଗଛ ନଥାଇ ଗତ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଜଗୁଆଳି, ପାଣି, ସାର, ଔଷଧ ଓ କୀଟନାଶକ ଦେବା ବାବଦରେ ଟଙ୍କା ଖର୍ଚ୍ଚ କରାଯାଇଛି। ଏହି କ୍ଷେତରେ ଲୋକେ ମଜୁରି ଲାଗି କାମ କରୁଥିବା ଦର୍ଶାଇ ମିଥ୍ୟା ମଷ୍ଟର ରୋଲ୍‌ରେ  ୩ ବର୍ଷ ପର୍ଯ୍ୟନ୍ତ ଟଙ୍କା ଉଠାଣ କରାଯାଇଛି। ଅଥଚ ଏତେସବୁ ପରେ ମଧ୍ୟ ସେହି ଜମିରେ ଗୋଟିଏ ହେଲେ ଗଛ ନାହିଁ। କେବଳ ସୂଚନାଫଳକଟି ମୂକସାକ୍ଷୀ ଭଳି ଛିଡ଼ା ହୋଇଛି। ଏ ସମ୍ପର୍କରେ ଟସର ସୋସାଇଟି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe