ଘାରିଲାଣି ମଣିଷ-ବନ୍ୟଜନ୍ତୁ ସଂଘର୍ଷ ଚିନ୍ତା, ୧୮ଜଣିଆ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରାଗଲା

Advertisment

ମୋରଡ଼ାରେ ରକ୍ତମୁଖା ଦନ୍ତା, ୨ ଜଣଙ୍କୁ ଦଳି ମାରିଲା, ଜଣେ ଗୁରୁତର

ମୋରଡ଼ାରେ ରକ୍ତମୁଖା ଦନ୍ତା, ୨ ଜଣଙ୍କୁ ଦଳି ମାରିଲା, ଜଣେ ଗୁରୁତର

ଘାରିଲାଣି ମଣିଷ-ବନ୍ୟଜନ୍ତୁ ସଂଘର୍ଷ ଚିନ୍ତା, ୧୮ଜଣିଆ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରାଗଲା

Mongabay

ଭୁବନେଶ୍ବର: ମଣିଷ ଏବଂ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷକୁ କମାଇବା ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରାଯିବ। ଆଜି ବୋଲି ଜଙ୍ଗଲ ଓ ପରିବେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏହି ରାଜ୍ୟସ୍ତରୀୟ ଟାସ୍କାଫୋର୍ସରେ ଅଧ୍ୟକ୍ଷଙ୍କୁ ମିଶାଇ ୧୮ ଜଣ ସଦସ୍ୟ ରହିବେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଏହି ଟାସ୍କଫୋର୍ସର ଅଧ୍ୟକ୍ଷ ରହିବେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ-ପୂର୍ବ ରେଳବାଇ, ପୂର୍ବତଟ ରେଳବାଇର ପ୍ରତିନିଧି, ସେସୁ, େୱସ୍କୋ, ନେସ୍କୋ ଓ ସାଉଥ୍‌କୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ରାସ୍ତା), ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଓଡ଼ିଶାର ମୁଖ୍ୟ ସାଧାରଣ ପରିଚାଳକ (ସିଜିଏମ୍‌(ଟି ଆଣ୍ଡ ଆର୍‌ଓ), ଅନୁଗୁଳ, ରାଉରକେଲା, ଭୁବନେଶ୍ୱରର ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ, ସେଭ୍‌ ଏଲିଫାଣ୍ଟ ଫାଉଣ୍ଡେସନ୍‌ ଟ୍ରଷ୍ଟ, ନ୍ୟୁଜ ଅନୁଗୋଳ, ଓୟୁଏଟିର ଓଡ଼ିଶା ପଶୁଚିକିତ୍ସା ମହାବିଦ୍ୟାଳୟର ଅସ୍ତ୍ରୋପଚାର ଓ ରେଡ଼ିଓଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ଇନ୍ଦ୍ରମଣି ନାଥ, ଚନ୍ଦକା (ବନ୍ୟପ୍ରାଣୀ) ଡିଭିଜନ୍‌ର ଆଞ୍ଚଳିକ ବନଖଣ୍ଡ ଅଧିକାରୀ, ଅତିରିକ୍ତ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (ପି ଆଣ୍ଡ ଡି) ଏହି ଟାସ୍କଫୋର୍ସର ସଦସ୍ୟ ରହିବେ।

ଏହି କମିଟି ଚାହିଁଲେ ଅନ୍ୟ ଯେକୌଣସି ବ୍ୟକ୍ତିଙ୍କୁ ଟାସ୍କଫୋର୍ସର ସଦସ୍ୟ ଭାବେ ନେଇପାରିବେ ଓ ଯେକୌଣସି ବ୍ୟକ୍ତି ବା ଅନୁଷ୍ଠାନର ପରାମର୍ଶ ମଧ୍ୟ ଲୋଡ଼ିପାରିବେ। ଆସନ୍ତା ୬ ସପ୍ତାହ ମଧ୍ୟରେ ଏହି ଟାସ୍କଫୋର୍ସ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ। ରାଜ୍ୟ ସରକାରଙ୍କ ବିଧିବଦ୍ଧ ମଞ୍ଜୁରୀ ମିଳିବା ପରେ ଏହି ମାଷ୍ଟରପ୍ଲାନ୍‌ ଅନୁଯାୟୀ ଅର୍ଥବରାଦ କରାଯିବ ଏବଂ ଏହାକୁ ବିନିଯୋଗ କରି ଆଗାମୀ ୩ ବର୍ଷ ମଧ୍ୟରେ ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷକୁ କମାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି। ସୂଚନାଯୋଗ୍ୟ ଯେ, ମାନବ-ପଶୁ ସଂଘର୍ଷକୁ ଯଥାସମ୍ଭବ କମାଇବା ପାଇଁ ସୁଚିନ୍ତିତ ପଦକ୍ଷେପ ନେବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରାବର ଗୁରୁତ୍ୱ ଦେଇ ଆସୁଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏ ଦିଗରେ ଅର୍ଥରାଶି ଯୋଜନାବଦ୍ଧ ଓ ସମୟୋଜିତ ଢଙ୍ଗରେ ବିନିଯୋଗ ହେବା ଜରୁରୀ ହୋଇପଡିଛି। କାମ୍ପା, ମହାତ୍ମା ଗାନ୍ଧୀ ନରେଗା, ଡିଏମ୍‌ଏଫ୍‌ ଆଦି ପାଣ୍ଠିରୁ ଏ ଦିଗରେ ଖର୍ଚ୍ଚ ହେଉଥିବା କାର୍ଯ୍ୟକ୍ରମ ଅଧିକ ଫଳପ୍ରଦ ହୋଇପାରିବ। ବନ୍ୟଜନ୍ତୁଙ୍କ ପାଇଁ ଆଶ୍ରୟସ୍ଥଳୀର ନିର୍ମାଣ ଓ ବିକାଶ, ଟ୍ରେଞ୍ଚ ଖନନ ଓ ସୁରକ୍ଷା ପଦକ୍ଷେପ, ଆଇଇସି ଅଭିଯାନ ଆଦି ସୁରୁଖୁରୁରେ ଚାଲିପାରିବ ସେ ନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

୧୮ଜଣିଆ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରାଗଲା
୬ସପ୍ତାହ ମଧ୍ୟରେ ମାଷ୍ଟରପ୍ଲାନ୍ କରି ସରକାରଙ୍କୁ ଦେବେ
୩ବର୍ଷ ମଧ୍ୟରେ ଏ ସଂକ୍ରାନ୍ତ ମାମଲା କମାଇବାକୁ ଲକ୍ଷ୍ୟ

ଚିତ୍ରଡ଼ା: ଝାଡ଼ଖଣ୍ଡ ଅଞ୍ଚଳରୁ ଗୋଠଛଡ଼ା ହୋଇ ପଳାଇ ଆସିଥିବା ଏକ ଦନ୍ତାହାତୀ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଅଞ୍ଚଳରେ ଆତଙ୍କ ଖେଳାଇଛି। ମଙ୍ଗଳବାର ଦନ୍ତା ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ଜଙ୍ଗଲ ସନ୍ନିକଟ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆଭୟ ଖେଳିଯାଇଛି। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ମହୁଲିଆ ଗ୍ରାମର ହରିଆ ରଣାଙ୍କ ପତ୍ନୀ ସୁଭଦ୍ରା (୬୫) ମୋରଡ଼ା ଥାନା ପଳାଶମୁଣ୍ଡୁଳୀ ଗ୍ରାମର ଜ୍ୱାଇଁ ଘରକୁ ବୁଲିବାକୁ ଆସିଥିଲେ। ଆଜି ଭୋର ସମୟରେ ସେ ଫୁଲ ତୋଳୁଥିବା ବେଳେ ଉକ୍ତ ଦନ୍ତାହାତୀ ହଠାତ ତାଙ୍କୁ ପଛରୁ ଆକ୍ରମଣ କରିଥିଲା। ସାମାନ୍ୟ ଅନ୍ଧାର ଥିବାରୁ ହାତୀ ଆସୁଥିବା ଜାଣିପାରି ନଥିଲେ ସୁଭଦ୍ରା। ହାତୀଟି ତାଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେବା ସହ ପାଦରେ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ରକ୍ତମୁଖା ଦନ୍ତା ପଳାଶମୁଣ୍ଡୁଳିରୁ ପ୍ରାୟ ୧ କିମି ଦୂର ଟୁକପଳାଶିଆ ଗାଁ ଆଡ଼କୁ ମୁହାଁଇଥିଲା। ଉକ୍ତ ଗ୍ରାମର ପ୍ରଶାନ୍ତ ମହାନ୍ତଙ୍କ ପୁଅ ଇନ୍ଦ୍ରଜିତ (୪୪) ଏବଂ ବୁକାଚରଣ ମହାନ୍ତଙ୍କ ପତ୍ନୀ ନିୟତି (୪୩) ହାତୀ ହାବୁଡ଼ରେ ପଡ଼ିଥିଲେ।

ଉଭୟଙ୍କୁ ଶୁଣ୍ଢ ଓ ଦାନ୍ତରେ ଆକ୍ରମଣ କରି ଗୁରୁତର କରି ପକାଇଥିଲା ଦନ୍ତା। ଦୁହିଁଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା‌ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନିୟତିଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ରାସଗୋବିନ୍ଦପୁର ରେଞ୍ଜର ପ୍ରଶାନ୍ତ ବେହେରା ଓ ମୋରଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏ ନେଇ ଥାନା କେସ୍‌ ନଂ ୪୧/୨୦-୨୧ରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ନିଜ ନିଜ ଗାଁରେ ଶୋକାକୁଳ ପରିବେଶରେ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସରକାରୀ ନିୟମ ଅନୁଯାୟୀ ମୃତକଙ୍କ ପରିବାରକୁ ଆସନ୍ତାକାଲି ମୋଟ ସହାୟତା ରାଶିର ୧୦ ପ୍ରତିଶତ (୪୦ ହଜାର) ଲେଖା ଟଙ୍କା ପ୍ରଦାନ କରାଯିବ ଓ ବାକି ୩ ଲକ୍ଷ ୬୦ ହଜାର ଟଙ୍କା ପରବର୍ତ୍ତୀ ସମୟ ଦିଆଯିବ ବୋଲି ରେଞ୍ଜ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe