ଜୁଆ ଆଡ୍ଡାରେ ପୁଲିସର ଚଢ଼ଉ: ୧.୮୫ ଲକ୍ଷ ଜବତ, ୧୮ ଗିରଫ

ଜୁଆ ଆଡ୍ଡାରେ ପୁଲିସର ଚଢ଼ଉ: ୧.୮୫ ଲକ୍ଷ ଜବତ, ୧୮ ଗିରଫ

ରାୟଗଡ଼ା: ସହରର ପାଇକ ସାହିରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ କରିଛି ରାୟଗଡ଼ା ପୁଲିସ୍। ଶୁକ୍ରବାର ରାତିରେ ହୋଇଥିବା ଚଢ଼ଉରେ ପୁଲିସ୍ ୧ ଲକ୍ଷ ୮୫ ହଜାର ୨୨୦ ଟଙ୍କା, ୧୫ଟି ମୋବାଇଲ୍ ଜବତ କରିବା ସହ ୧୮ ଜଣଙ୍କୁ ଗିରଫ କରିଛି। ଗିରଫ ପରେ ସମସ୍ତଙ୍କୁ ନୋଟିସ୍ ଦେଇ ପୁଲିସ୍ ଛାଡ଼ି ଦେଇଛି।
ପାଇକ ସାହିରେ ବଡ଼ ଧରଣର ଜୁଆ ଖେଳ ଚାଲିଥିବା ନେଇ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ସୂଚନା ପରେ ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ରାୟଗଡ଼ା ଥାନାର ଏକ ଟିମ୍ ଜୁଆ ଆଡ୍ଡାରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଜୁଆ ଖେଳୁଥିବା ୧୮ ଜଣଙ୍କୁ ପୁଲିସ୍ କାବୁ କରିବା ସହ ତାସ, ମୋବାଇଲ୍ ଓ ସମସ୍ତ ଟଙ୍କାକୁ ପୁଲିସ୍ ଜବତ କରିଥିଲା। ଗିରଫ ୧୮ ଜଣଙ୍କୁ ପୁଲିସ୍ ଥାନାକୁ ଆଣି ପଚରା ଉଚରା କରିବା ପରେ ୪୧ ନୋଟିସ୍ ଦେଇ ଛାଡ଼ି ଦେଇଛି। ଚଢ଼ଉରେ ରାୟଗଡ଼ା ଥାନା ଏସଆଇ ମାନସ ସାହୁ, ସୌମ୍ୟରଞ୍ଜନ ପତି, ଚିତ୍ତରଞ୍ଜନ ମହାନ୍ତି, ଏଏସଆଇ ଏସ୍. କେ. ବେହେରା, ଏନ୍. କେ. ସିଂ ପ୍ରମୁଖ ସାମିଲ୍ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe