ତିନି ରଥର ୧୮ ଚକ ଶେଷ, ଚାଲିଛି ଯୋଖା ଚଉପଟ

ତିନି ରଥର ୧୮ ଚକ ଶେଷ, ଚାଲିଛି ଯୋଖା ଚଉପଟ

ପୁରୀ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଜି ୧୬ ଦିନରେ ପହଞ୍ଚିଛି। ଆଜି କାମ ଶେଷ ସୁଦ୍ଧା ତିନି ରଥର ୬ଟି ଲେଖାଏଁ ମୋଟ୍‌ ୧୮ଟି ଚକ ନିର୍ମାଣ ଶେଷ ହୋଇଛି। ଗତକାଲି ସୁଦ୍ଧା ତିନି ରଥର ୫ଟି ଲେଖାଏଁ ୧୫ଟି ଚକର ନିର୍ମାଣ ଶେଷ ହୋଇଥିଲା। ସେପଟେ ଅନୁକୂଳ ପୂଜା ପରେ ଆଜି ତିନି ରଥର ଗୋଟିଏ ଲେଖାଏଁ ଅଖର ଦୁଇପାର୍ଶ୍ବ ମୁହଁ ଗୋଲେଇ କାର୍ଯ୍ୟ ଶେଷ ହୋଇଛି। ତିନି ରଥର ଆଉ ତିନୋଟି ଲେଖାଏଁ ଚକର ନିର୍ମାଣ ଜାରି ରହିଛି। ଦୁଇଟି ଲେଖାଏଁ ଚକର ତୁମ୍ବରେ ଅର ଓ ପଇ ସଂଯୋଗ ପରେ ପଇ ସଂଯୋଗସ୍ଥଳ କଳସା କାମ ଜାରି ରହିଛି।

publive-image

ଗୋଟିଏ ଲେଖାଏଁ ଚକର ସିଙ୍ଗଡ଼ା ବାଡ଼ିଆ ପୂର୍ବରୁ ତୁମ୍ବରେ ଅର ସଂଯୋଗ କାର୍ଯ୍ୟ ଜାରି ରହିଛି। ତିନି ରଥର ଯୋଖା ନିର୍ମାଣ ପାଇଁ ଭୋଇ ସେବକମାନେ ତିନି ରଥ ଚାଳିକୁ ପ୍ରଥମ ପର୍ଯ୍ୟାୟରେ ୬ଟି ଲେଖାଏଁ, ୧୮ଟି ୧୨ ଫୁଟିଆ ଧଉରା କାଠ ଯୋଗାଇ ଦେଇଛନ୍ତି। ମହାରଣା ସେବକମାନେ ଯୋଖାର ଚଉପଟ କାମ ଜାରି ରଖିଛନ୍ତି। ତିନି ରଥର ରୂପକାର ସେବକମାନେ ଗୁଜରେ ରୂପ ଖୋଦେଇ ଜାରି ରହିଛନ୍ତି। ଦୋଳବେଦି କମାରଶାଳରେ ପନ୍ଦାରି ଓ ବଳା ନିର୍ମାଣ କାମ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe