୧୮୦୦ କାଜୁଗଛ ଉଭାନ୍‌:କ୍ଷେତ୍ର ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

Advertisment
୧୮୦୦ କାଜୁଗଛ ଉଭାନ୍‌:କ୍ଷେତ୍ର ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

କୁଳିଅଣା: ମୟୂୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ୍‌ ଚାନ୍ଦୁଆ ପଞ୍ଚାୟତ ଚାନ୍ଦୁଆ ଗ୍ରାମରେ ୨୦୨୦-୨୧ ମସିହାରେ ଉଦ୍ୟାନ ବିଭାଗ ପକ୍ଷରୁ ୯ ହେକ୍ଟର ଜମିରେ ୧୮୦୦ କାଜୁଗଛ ଲଗାଯାଇଥିଲା। ମନରେଗା ଯୋଜନାରେ ଗଛ ଲଗା ବାବଦକୁ ୧ ଲକ୍ଷ ୧୪ ହଜାର  ୩୮୦ ଟଙ୍କା ଜବ୍‌କାର୍ଡଧାରୀଙ୍କୁ ପ୍ରଦାନ କରାଯାଇଥିଲା। ଏବେ ଏହି କାଜୁ ଉଦ୍ୟାନରେ ଗୋଟିଏ ବି ଗଛ ଦେଖିବାକୁ ମଳୁନାହିଁ। ଏ ବିଷୟରେ ଜନସାଧାରଣଙ୍କ ଅଭିଯୋଗ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଇଂ.ବିଶେଶ୍ବର ଟୁଡୁ କ୍ଷେତ୍ର ପରିଦର୍ଶନ କରିଥିଲେ। ଉଦ୍ୟାନରେ କାଜୁ ଗଛ ପରିବର୍ତ୍ତେ ଅନାବନା ଗଛ ଦେଖିଥିଲେ।

ମନ୍ତ୍ରୀଙ୍କ କ୍ଷେତ୍ର ପରିଦର୍ଶନ ସମୟରେ ସହକାରୀ ଉଦ୍ୟାନ ଅଧିକାରୀ ଦିଲ୍ଲୀପ କୁମାର ମୁର୍ମୁ, ଉଦ୍ୟାନ ଅଧିଦର୍ଶକ ସୁରେଶ ଚନ୍ଦ୍ର ସିଂ, କୃଷି ସଂପ୍ରସାରଣ ଅଧିକାରୀ ସଂଗ୍ରାମ କେଶରୀ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ଥାନୀୟ ଜାଷୀ ଓ ଜନସାଧାରଣ କେନ୍ଦ୍ରମନ୍ତ୍ରୀଙ୍କୁ ନିବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe