ଆସିବ ୧୮ହଜାର ଅକ୍ସିଜେନ୍ ସିଲିଣ୍ଡର

Advertisment
ଅମ୍ଳଜାନ ନଷ୍ଟ କରନାହିଁ : ଏମ୍ସ ଡାକ୍ତର

Shutterstock

ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୩ହଜାର ପାର୍ କରିଛି। ଆଗକୁ ସ୍ଥିତି ବିଗିଡ଼ି ଯାଇପାରେ। ଅଧିକରୁ ଅଧିକ ଲୋକ ହସ୍ପିଟାଲରେ ଆଡମିଟ୍ ହୋଇପାରନ୍ତି। ସେମାନଙ୍କ ପାଇଁ ଅକ୍ସିଜେନ୍‌ର ଆବଶ୍ୟକତା ପଡ଼ିପାରେ। ଏହାକୁ ନଜରରେ ରଖି ରାଜ୍ୟ ସରକାର ଆଗକୁ ୮ହଜାର ଡି ଟାଇପ୍ ଓ ୧୦ହଜାର ବି ଟାଇପ ସିଲିଣ୍ଡିର କିଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅକ୍ସିଜେନ୍ ଫର୍ମୁଲା ଅନୁସାରେ ୧୦୦ ରୋଗୀଙ୍କ ପାଇଁ ଘଣ୍ଟାପ୍ରତି ୯୦ କ୍ୟୁବିକ ମିଟର ଅକ୍ସିଜେନ୍ ଜରୁରୀ। ଗତବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟର ୮୨୦ଜଣ କରୋନା ରୋଗୀ ଆଇସିୟୁରେ ଥିବା ବେଳେ ଘଣ୍ଟାପ୍ରତି ୭୩୮ କ୍ୟୁବିକ ମିଟର ଅନୁସାରେ ଦିନକୁ ୨୩ ମେଟ୍ରିକ ଟନ୍‌ ଅକ୍ସିଜେନ୍‌ର ଆବଶ୍ୟକତା ପଡ଼ୁଥିଲା। ରାଜ୍ୟରେ ଏବେ ଦିନକୁ ସିଲିଣ୍ଡରରେ ୧୨୯.୬୮ ‌ମେଟ୍ରିକ୍ ଟନ୍‌ ସିଲିଣ୍ଡର ଅକ୍ସିଜେନ୍ ଓ ୩୭୫ ମେଟ୍ରିକ ଟନ୍ ଲିକ୍ବିଡ ମେଡିକାଲ ଅକ୍ସିଜେନ୍‌(ଏଲଏମ୍‌ଓ) ଉତ୍ପାଦନ ହୋଇପାରୁଛି। ମାତ୍ର ରାଜ୍ୟ ସରକାର ଗତବର୍ଷ ସର୍ବାଧିକ ସଂଖ୍ୟକ ରୋଗୀ ଆଇସିୟୁରେ ଥିବା ସମୟରେ ଯେତିକି ଅକ୍ସିଜେନ୍‌ର ଆବଶ୍ୟକତା ଥିଲା ତା’ଠାରୁ ଅଧିକ ଅକ୍ସିଜେନ୍‌ ଯୋଗାଣକୁ ନଜରରେ ରଖି ରାଜ୍ୟ ସରକାର ପ୍ରସ୍ତୁତି କରିଛନ୍ତି। ଏଥିପାଇଁ ଆବଶ୍ୟକ ସିଲିଣ୍ଡର କିଣିବା ଲାଗି ନିଷ୍ପତ୍ତି ହୋଇଛି। ଏ ନେଇ ଟେଣ୍ଡର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe