୨୨ ଦିନରେ ବ୍ରିଟେନରୁ ଓଡ଼ିଶା ଫେରିଛନ୍ତି ୧୮୧ ଜଣ; ଭୁଲ ଫୋନ ନମ୍ବର ଓ ଠିକଣା ଯୋଗୁ ୬୨ ଜଣଙ୍କ ପତ୍ତା ମିଳୁନି

Advertisment
୨୨ ଦିନରେ ବ୍ରିଟେନରୁ ଓଡ଼ିଶା ଫେରିଛନ୍ତି ୧୮୧ ଜଣ; ଭୁଲ ଫୋନ ନମ୍ବର ଓ ଠିକଣା ଯୋଗୁ ୬୨ ଜଣଙ୍କ ପତ୍ତା ମିଳୁନି

ଭୁବନେଶ୍ବର:  ବ୍ରିଟେନରେ ରୂପାନ୍ତରିତ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ପରେ କେନ୍ଦ୍ର ଓ ରାଜ୍ୟ ସରକାର ଏଥିରେ ଆକ୍ରାନ୍ତ ହୋଇ ଭାରତ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଯାବତ୍ ବ୍ରିଟେନରୁ ଓଡ଼ିଶା ଫେରିଥିବା ଯାତ୍ରୀଙ୍କ ମଧ୍ୟରେ ୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଭୁବନେଶ୍ୱର ଓ ଜଗତସିଂହପୁରରୁ ୩ ଜଣ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ଭିତରୁ  ୬୨ଜଣଙ୍କର ପତ୍ତା ମିଳିପାରୁନାହିଁ।

ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ୨୨ ଦିନରେ ବ୍ରିଟେନରୁ ଓଡ଼ିଶା ଫେରିଛନ୍ତି ୧୮୧ ଜଣ । ନଭେମ୍ବର ୩୦ରୁ ଡିସେମ୍ବର ୨୧ ଯାଏଁ ୧୮୧ ଜଣ ଓଡ଼ିଶା ଫେରିଥିବା ବେଳେ ସେମଧ୍ୟରୁ ୧୧୯ ଜଣଙ୍କ ପତ୍ତା ମିଳିପାରିଛି । ହେଲେ ବାକି ୬୨ ଜଣ ଭୁଲ ଫୋନ ନମ୍ବର, ଠିକଣା ଦେଇଥିବାରୁ ସେମାନଙ୍କ ପତ୍ତା ମିଳିପାରି ନାହିଁ। ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର।

ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମି ଆସୁଥିବା ବେଳେ ହଠାତ୍ ବ୍ରିଟେନରେ କରୋନାର ଏକ ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଛି । ଯାହାକି ପୂର୍ବରୁ ଥିବା କରୋନା ଠାରୁ ବହୁତ କମ୍ ସମୟ ମଧ୍ୟରେ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପୁଥିବାର ବୈଜ୍ଞାନିକମାନେ ସୂଚନା ଦେଇସାରିଛନ୍ତି । ପୂର୍ବ ଷ୍ଟ୍ରେନ ଅପେକ୍ଷା ଏହା ଅଧିକ ସଂକ୍ରାମକ ହୋଇଥିବାରୁ ଏହାକୁ ନେଇ ଲୋକଙ୍କ ଚିନ୍ତା ବଢ଼ିଛି। ଏହାକୁ ନେଇ ଏବେ ବ୍ରିଟେନରେ ଲକଡାଉନ୍ ମଧ୍ୟ ଜାରି କରିଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe