ୱେବସାଇଟ୍‌ରେ ଛଡ଼ା ଗଲା ସୁପ୍ରିମକୋର୍ଟଙ୍କ ୧୮୩, ହାଇକୋର୍ଟଙ୍କ ୧୧୧ଟି ରାୟର ଓଡ଼ିଆ ଅନୁବାଦ

ମାଓବାଦୀଙ୍କୁ ଟଙ୍କା ଦେବା ମାମଲା: ୪ ଜଣଙ୍କ ବିରୋଧରେ ଗିରଫ ପରୱାନା

କଟକ: ସୁପ୍ରିମକୋର୍ଟଙ୍କର ୧୮୩ଟି ଓ ଓଡ଼ିଶା ହାଇକୋର୍ଟଙ୍କ ୧୧୧ଟି ରାୟ ଏବେ ଓଡ଼ିଆ ଭାଷାରେ ୱେବସାଇଟ୍‌ରେ ଉପଲବ୍ଧ ହେଉଛି। ହାଇକୋର୍ଟ ୱେବସାଇଟ୍‌ରୁ ଯେ କୌଣସି ବ୍ୟକ୍ତି ଓଡ଼ିଆ ଭାଷାରେ ଅନୁଦିତ ଏହି ରାୟ ସବୁ ପଢି ପାରିବେ। ୱେବସାଇଟର ଜଜ୍‌ମେଣ୍ଟସ୍ ଇନ୍ ଭର୍ଣ୍ଣାକୁଲାର ଲାଙ୍ଗୁଏଜ୍ (ସ୍ଥାନୀୟ ଭାଷା‌ରେ ଅନୁବାଦିତ ରାୟସମୂହ) ଶୀର୍ଷକ ସ୍ଥାନ(ଟ୍ୟାବ୍)ରେ ଓଡ଼ିଆ ଭାଷାରେ ଅନୁଦିତ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ରାୟ ଉପଲବ୍ଧ ହେଉଛି। ଏଥିମଧ୍ୟରେ ବହୁଚର୍ଚ୍ଚିତ ତଥା ଗୁରୁତ୍ବପୂର୍ଣ୍ଣ ମୋକଦ୍ଦମାର ରାୟକୁ ସାମିଲ କରାଯାଇଛି। ୧୯୫୧ ମସିହାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟର ମଧ୍ୟ ଓଡ଼ିଆ ଅନୁବାଦ କରାଯାଇଛି।

ଓଡ଼ିଆରେ ଅନୁବାଦ ହୋଇଥିବା ରାୟ ସହିତ ମୂଳ ଇଂରାଜୀ ରାୟ ମଧ୍ୟ ଉପଲବ୍ଧ ରହିଛି। ଅଦାଲତୀ ରାୟ ବୁଝିବା ଅନେକ ସମୟରେ ସାଧାରଣ ଲୋକଙ୍କ ପକ୍ଷେ ସହଜ ହୋଇ ପାରି ନଥାଏ। ଆଇନରେ ଥିବା ସବୁ ଶବ୍ଦର ଅର୍ଥ ବୁଝିବା କଷ୍ଟ ହୁଏ। କିନ୍ତୁ ମାତୃଭାଷା ଓଡ଼ିଆରେ ରାୟର ଅନୁବାଦ ଉପଲବ୍ଧ ହେବା ଦ୍ବାରା ଏବେ ସାଧାରଣ ଲୋକ ସହଜରେ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ରାୟ ପଢି ବୁଝି ପାରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe