୩ ପୌରପାଳିକା ଓ ୨ ଏନ୍‌ଏସିରୁ ଭୋଟ ଦେବେ ୧, ୮୫, ୦୦୨ ଭୋଟର

Advertisment

୨୧ ପୌରାଧ୍ୟକ୍ଷ ପ୍ରାର୍ଥୀ, ୩୨୯ କାଉନସିଲର ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

୨୧ ପୌରାଧ୍ୟକ୍ଷ ପ୍ରାର୍ଥୀ, ୩୨୯ କାଉନସିଲର ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ପଦ୍ମପୁର ଉପନିର୍ବାଚନ, ପ୍ରାର୍ଥୀଙ୍କୁ ମିଳିଲା ଦଳୀୟ ଚିହ୍ନ          

Sambad

ବାଲେଶ୍ବର: ଗୁରୁବାର ଅନୁଷ୍ଠିତ ହେବ ପୌର ନିର୍ବାଚନ। ସକାଳ ୮ରୁ ମତଦାନ ଆରମ୍ଭ ହେବ ଏବଂ ସଂଧ୍ୟା ୫ଟା ଯାଏ ଏହା ଚାଲୁରହିବ। ବାଲେଶ୍ୱର ଜିଲ୍ଲାରେ ମୋଟ ୩ ପୌରପାଳିକା ଓ ୨ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ପାଇଁ ମତଦାନ ହେବ। ଆଜି ସକାଳେ ବିଭିନ୍ନ ସ୍ଥାନରେ କରାଯାଇଥିବା ଷ୍ଟ୍ରଙ୍ଗରୁମରୁ ପୁଲିଂ କର୍ମଚାରୀମାନେ ସେମାନଙ୍କ ସାମଗ୍ରୀ ନେଇ ବୁଥ୍‌କୁ ଯାଇଥିଲେ। ଚଳିତ ବର୍ଷ ପୌରାଧ୍ୟକ୍ଷ ପଦ ପାଇଁ ସିଧାସଳଖ ଭୋଟ ହେଉଛି। କାଉନସିଲରଙ୍କ ସହ ପୌରପାଳିକା ଅଧ୍ୟକ୍ଷମାନଙ୍କୁ ଭୋଟରମାନେ ସିଧାସଳଖ ଭୋଟ ଦେବେ।

ବାଲେଶ୍ବର ପୌରପାଳିକାରେ ୩୧ ନମ୍ବର ୱାର୍ଡର କାଉନସିଲର ପ୍ରାର୍ଥୀ ନିଦ୍ବନ୍ଦ୍ବରେ ବିଜୟୀ ହୋଇଥିବାରୁ ସେଠାରେ କେବଳ ସେଠାରେ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ଲାଗି ନିର୍ବାଚନ ହେବ। ବାକି ୩୦ଟି ୱାର୍ଡରେ ୧୨୧ ଜଣ କାଉନସିଲର ପ୍ରାର୍ଥୀ, ସୋର ପୌରପାଳିକାର ୧୯ଟି ୱାର୍ଡରେ ୫୭ ଜଣ ପ୍ରାର୍ଥୀ, ଜଳେଶ୍ବର ପୌରପାଳିକାର ୧୭ଟି ୱାର୍ଡରେ ୫୫ ଜଣ ପ୍ରାର୍ଥୀ, ନୀଳଗିରି ବିଜ୍ଞାପିତ ଅଞ୍ଚଳ(ଏନ୍‌ଏସି)ର ୧୩ଟି ୱାର୍ଡରେ ୪୧ ଜଣ ପ୍ରାର୍ଥୀ ଏବଂ ନବଗଠିତ ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର ୧୩ଟି ୱାର୍ଡରେ ୫୫ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିପରି ପୌରାଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେଉଥିବା ବେଳେ ବାଲେଶ୍ୱର ପୌରପାଳିକା ପାଇଁ ୫ ଜଣ, ସୋର ପୌରପାଳିକା ପାଇଁ ୪ ଜଣ, ଜଳେଶ୍ବର ପୌରପାଳିକା ପାଇଁ ୪ ଜଣ, ରେମୁଣା ଏନ୍‌ଏସି ପାଇଁ ୩ ଜଣ ଓ ନୀଳଗିରି ଏନ୍‌ଏସି ରେ ୫ ଜଣ ଅଧ୍ୟକ୍ଷ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି।

୫ଟି ସହରାଞ୍ଚଳରେ ନିର୍ବାଚନ ପାଇଁ ମୋଟ ୨୧୧ଟି ମତଦାନ କେନ୍ଦ୍ର କରାଯାଇଛି। ସେଥିମଧ୍ୟରୁ ବାଲେଶ୍ୱରରେ ପୌରପାଳିକାରେ ୯୮ଟି ବୁଥ ରହିଥିବା ବେଳେ ୯୬ ହଜାର ୩୪୬ ଭୋଟର ଅଛନ୍ତି। ସୋର ପୌରପାଳିକାରେ ୩୮ଟି ବୁଥରେ ୨୬ ହଜାର ୪୩୨ ଭୋଟର, ଜଳେଶ୍ବର ପୌରପାଳିକାରେ ୨୪ ବୁଥରେ ୨୦ ହଜାର ୦୫୯ ଭୋଟର, ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରେ ୧୫ଟି ବୁଥରେ ୧୩ ହଜାର ୭୯୬ ଭୋଟର ଏବଂ ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦରେ ୩୬ ବୁଥରେ ୨୮ ହଜାର ୩୬୯ ଜଣ ଭୋଟର ମତଦାନ କରିବେ ବୋଲି ଜଣାଯାଇଛି। ବାଲେଶ୍ବର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ଭବେଶ ନାୟକ ଏବଂ ବାଲେଶ୍ବର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ଆଜି ବିଭିନ୍ନ ବୁଥ୍‌ କେନ୍ଦ୍ର ପରିଦର୍ଶନ କରି ନିର୍ବାଚନ କାର୍ଯ୍ୟର ତଦାରଖ କରିଥିଲେ।

୨୧୧ ବୁଥ୍‌ ମଧ୍ୟରୁ ଜିଲ୍ଲାରେ ୧୨୫ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି। ଭୋଟଗ୍ରହଣ ପାଇଁ ମୋଟ ୧୨୫୫ ଜଣ ପୋଲିଂ ଅଫିସର ନିଯୁକ୍ତି ହୋଇଥିବା ବେଳେ ପ୍ର‌େତ୍ୟକ ବୁଥ ପାଇଁ ଜଣେ ପ୍ରିଜାଇଡିଂ ଅଫିସର, ୪ ଜଣ ପୁଲିଂ ଅଫିସର ଏବଂ ଜଣେ ସୁରକ୍ଷାକର୍ମୀ ନିଯୁକ୍ତ ହୋଇଛନ୍ତି। ଏଥିସହିତ ୧୫ ପ୍ରତିଶତ ଅଫିସରଙ୍କୁ ରିଜର୍ଭ ଭାବରେ ରଖାଯାଇଛି।

ସେପଟେ ସମସ୍ତ ବୁଥ ଏବଂ ସମ୍ବେଦନଶୀଳ ବୁଥ୍‌ ଗୁଡ଼ିକରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେନେଇ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ୨୧୧ ବୁଥ୍‌ ପାଇଁ ୨୬ଟି ମୋବାଇଲ ପାର୍ଟି ବ୍ୟବସ୍ଥା କରାଯାଇଥିବା ବେଳେ ୭ ଜଣ ସେକ୍ଟର ଅଫିସର ରହିଛନ୍ତି। ୩୩ ଟି ନାକା ପଏଣ୍ଟ କରାଯାଇଛି, ୩ ଜଣ ଅତିରିକ୍ତ ଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ୮ଜଣ ଡିଏସପି, ୧୪ ଇନ୍ସପେକ୍ଟର, ୭୭ ଜଣ ଅଫିସର ନିଯୁକ୍ତ ହୋଇଛନ୍ତି। ଶୃଙ୍ଖଳିତ ମତଦାନ ପାଇଁ ୧୫ ପ୍ଲାଟୁନ ଫୋର୍ସଙ୍କୁ ଜିଲ୍ଲା ପୁଲିସ ବିଭାଗ ମୁତୟନ କରିଥିବା ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe