ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏବେ ୧ ଲକ୍ଷ ୮୭ ହଜାର ୨୮ଟି ମାମଲା ବିଚାରାଧୀନ ରହିଛି: ଆଇନମନ୍ତ୍ରୀ

Advertisment
ନିଜ ଅନୁଗତ ଏବେ ବିଦ୍ରୋହୀ, ରାଜା ଓ ଦେବୀଙ୍କୁ ୱାର୍ଡ ଦାୟିତ୍ବ; ମନ୍ତ୍ରୀ ପ୍ରତାପ ଜେନା ବି ଅକଳରେ

ଭୁବନେଶ୍ୱର: ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏବେ ୧ ଲକ୍ଷ ୮୭ ହଜାର ୨୮ଟି ମାମଲା ବିଚାରାଧୀନ ରହିଛି ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ବିଧାନସଭାରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହି ସୂଚନା ଦେଇଛନ୍ତି।

ଆଇନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ବିଭିନ୍ନ ଜିଲା କୋର୍ଟରେ ୧୭, ୬୮, ୭୦୪ଟି ମାମଲା ପଡ଼ି ରହିଛି। ଅପରପକ୍ଷରେ ବିଗତ ୩ ବର୍ଷରେ ୮,୯୫,୪୧୨ଟି ମାମଲା ଫଇସଲା ହୋଇଥିବା କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe