ରାୟଗଡା ପୌରସଂସ୍ଥା ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଘଟଣାରେ ୧୯ କାଉନସିଲର ଏକାଠି ,୨ ପ୍ଲାଟୁନ ପୁଲିସ ମୃତୟନ

ରାୟଗଡା ପୌରପରିଷଦର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଦେବାକୁ ଗୁରୁବାର ପ୍ରଶାସନ ତାରିଖ ଧାର୍ଯ୍ୟ କରିଥିବା ବେଳେ ବିଜେଡିର ୧୯ କାଉନସିଲର ଏକାଠି ହୋଇ ଯାଇଥିବା ଦେଖିବାକୁ ମିଳିଛି....

19 councilors join hands in no-confidence motion against Rayagada Municipal Corporation Deputy Commissioner: 2 platoons of police deployed

19 councilors join hands in no-confidence motion against Rayagada Municipal Corporation Deputy Commissioner: 2 platoons of police deployed

ରାୟଗଡା: ରାୟଗଡା ପୌରପରିଷଦର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଦେବାକୁ ଗୁରୁବାର ପ୍ରଶାସନ ତାରିଖ ଧାର୍ଯ୍ୟ କରିଥିବା ବେଳେ ବିଜେଡିର ୧୯ କାଉନସିଲର ଏକାଠି ହୋଇ ଯାଇଥିବା ଦେଖିବାକୁ ମିଳିଛି। ଅନାସ୍ଥା ପ୍ରସ୍ତାବ ସାମ୍ନା କରୁଥିବା ଶୁଭ୍ରା ପଣ୍ଡା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକାଙ୍କ ସହ ଭୋଟିଙ୍ଗ ସ୍ଥଳକୁ ଆସିଥିବା ବେଳେ ୧୩ ନମ୍ବର ୱାର୍ଡର କାଉନସିଲର ପ୍ରତିମା ପାଣିଗ୍ରାହୀ ଏକୁଟିଆ  ଆସିଥିବା ଦେଖିବାକୁ ମିଳିଥିଲା।

ଭୋଟିଙ୍ଗ ପ୍ରକ୍ରିୟା  ଆରମ୍ଭ  ହୋଇଥିବା ବେଳେ ଏହାକୁ  ନେଇ  ରାଜନୈତିକ  ଉତ୍ସୁକତା ଆରମ୍ଭ  ହୋଇଯାଇଛି । ଭୋଟିଙ୍ଗ  ପ୍ରକ୍ରିୟା ଶାନ୍ତି  ଶୃଙ୍ଖଳା ରେ  ପରିଚାଳନା ପାଇଁ ୨ ପ୍ଲାଟୁନ ପୁଲିସ ନିୟୋଜିତ  କରାଯାଇଛି ।

ଗତକାଲି ବିଜୁ ଜନତା ଦଳର ସୁପ୍ରିମୋ ତଥା ଦଳର ସଭାପତି ନବୀନ ପଟ୍ଟନାୟକ  ଓଡ଼ିଶା ପୌର (ସଂଶୋଧନ) ନିୟମ ୨୦୧୮ର ନିୟମ ୪୬ଖ ଦ୍ୱାରା ଦିଆଯାଇଥିବା କ୍ଷମତା ବ୍ୟବହାର କରି ଦଳୀୟ କାଉନସିଲରଙ୍କୁ   ଦଳୀୟ ପତ୍ର ମାଧ୍ୟମରେ ଅନାସ୍ଥା  ବିରୋଧ ରେ ଭୋଟ ପାଇଁ ହ୍ବିପ  ଜାରି କରିଥିଲେ ।  ବିଜେଡି ସମର୍ଥିତ ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଆଗତ ଅନାସ୍ଥା ନେଇ ରାଜନୀତି ଜୋର ଧରିଛି। ପୂର୍ବରୁ ବିଜେଡି ଦଳ ପକ୍ଷରୁ  ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ବିଜେଡିର ୧୯ ଜଣ କାଉନସିଲରଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।  

ସୂଚନାଯୋଗ୍ୟ  ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା ବିଜେଡି କାଉନସିଲର ମାନଙ୍କୁ ଅଣଦେଖା କରି ଆସୁଥିବା ଓ କୌଣସି କାମରେ ସହଯୋଗ କରୁ ନଥିବା ଅଭିଯୋଗ କରି ବିଜେଡ଼ିର ୧୯ ଜଣ କାଉନସିଲର ଗତ ସେପ୍ଟେମ୍ବର ୧୨ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କ ସମେତ ପୂର୍ବତନ ରାୟଗଡା ବିଧାୟକ ଲାଲାବିହାରୀ ହିମିରିକା ବିଜେଡି ରୁ ଇସ୍ତଫା ଦେବା ପରେ  ଉପାଧକ୍ଷା ଙ୍କ  ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା ।

ପୂର୍ବତନ ସାଂସଦ ଶ୍ରୀ ରାଓ ବିଜୁ ସ୍ବାଭିମାନ ମଞ୍ଚ ନାମକ ଏକ ସଂଗଠନ ଗଠନ କରିଛନ୍ତି। ନବୀନଙ୍କ ହୁଇପ କୁ ନେଇ  ରାଜନୈତିକ ବିସ୍ଲେଷଣ ହୋଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ସାଧାରଣ ପୌର ଉପାଧ୍ୟାକ୍ଷାଙ୍କ ବିରୋଧରେ ହେଉଥିବା ଅନାସ୍ଥା ପାଇଁ କାଉନସିଲର ବିରୋଧରେ ବିଜେଡି ସୁପ୍ରିମୋ ହୁଇପ ଜାରି କରିବା ଏକ ଲଜ୍ଜାଜନକ ଘଟଣା ବୋଲି ରାଜନୈତିକ ବିଶେଷଜ୍ଞ ପ୍ରକାଶ କରିଛନ୍ତି। ନିଶ୍ଚିତ ପରାଜୟ ହେବା ନେଇ ବିଜେଡି ନେତା ନିଶ୍ଚିତ ଥିବା ବେଳେ ଆଇନର ସହାୟତା ନେଇ ଅପ୍ରିତିକର ପରିସ୍ଥିତିରୁ ମୁକୁଳିବା ପାଇଁ ଆଇନର ସହାୟତା ନେବା ପାଇଁ ଯୋଜନା କରିଥିବା ସୂଚନାରୁ ଜଣାପଡିଛି।

ଶିବପ୍ରସାଦ ଦୋରା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe