ରାଜଧାନୀରେ ନିଜ ୧୯ଦିନର ଶିଶୁ ପୁତ୍ରକୁ ବିକ୍ରି ଅଭିଯୋଗ, ତଦନ୍ତ ଜାରି

Advertisment
ରାଜଧାନୀରେ ନିଜ ୧୯ଦିନର ଶିଶୁ ପୁତ୍ରକୁ ବିକ୍ରି ଅଭିଯୋଗ, ତଦନ୍ତ ଜାରି

ଭୁବନେଶ୍ୱର: କିଛିଦିନ ତଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶିଶୁ ବିକ୍ରି ହେବା ଘଟଣା ସାମ୍ନାକୁ ଆସିଥିଲା। ଶିଶୁ ବିକ୍ରି ଘଟଣାକୁ ରୋକିବା ପାଇଁ  ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଇଥିଲା । ଏହା ସତ୍ତ୍ୱେ  ରାଜଧାନୀ ଭୁବନେଶ୍ୱରରୁ ଏମିତି ଏକ ଖବର ସାମ୍ନାକୁ ଆସିଛି। ରାଜଧାନୀରେ ଏକ ଦମ୍ପତ୍ତି ନିଜର ୧୯ଦିନର ଶିଶୁ ପୁତ୍ରକୁ ୧୦,୦୦୦ଟଙ୍କାରେ ବିକ୍ରି କରି ଦେଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ହୋଇଛି , ଭୁବନେଶ୍ବରର ଉପାନ୍ତରେ ଥିବା ଭାରତପୁର ଅଞ୍ଚଳରେ ଏକ ଦମ୍ପତି ନିଜର ପଞ୍ଚମ ସନ୍ତାନକୁ  ୧୦ ହଜାର ଟଙ୍କାରେ ବିକ୍ରି କରି ଦେଇଛି । ଏ ନେଇ କୋର୍ଟ ପେପରରେ ଲେଖାପଢ଼ା ହୋଇଥିବା ଜଣାପଡ଼ିଚି। ତେବେ ୧୯ଦିନର ଶିଶୁ ପୁତ୍ରକୁ ତାର ପିତା-ମାତା ବିକ୍ରି କରି ଦେଇଥିବା ଘଟଣା ସଂପର୍କରେ  ଶିଶୁ କଲ୍ୟାଣ ସମିତି (ସିଡବ୍ଲୁସି) ଅବଗତ ହେବା ପରେ  ଏ ବିଷୟରେ ଖଣ୍ଡଗିରି ପୁଲିସକୁ ସୂଚିତ କରିଥିଲେ।

ଖବର ପାଇ ଖଣ୍ଡଗିରି ପୁଲିସ ଉକ୍ତ ଶିଶୁ ପୁତ୍ରକୁ ଉଦ୍ଧାର କରିବା ଲାଗି ଉଦ୍ୟମ ଆରମ୍ଭ କରିଛି।

ସୂଚନାଅନୁସାରେ, ଭରତପୁରରେ ରହୁଥିବା ନୀଲୁ ଦାସଙ୍କ ଦ୍ୱିତୀୟ ସ୍ତ୍ରୀ ନିବି ଦାସ ତାଙ୍କର ୧୯ଦିନର ଶିଶୁପୁତ୍ରକୁ ପ୍ରଲୋଭନର ଶିକାର ହୋଇ ବିକ୍ରି କରି ଦେଇଛନ୍ତି। ଦିନ ମଜୁରିଆ ଭାବେ କାମ କରୁଥିବା ନୀଲୁ ଦାସ ଘରେ ନଥିବା ବେଳେ ଜଣେ ବ୍ୟକ୍ତ ନିବି ଦାସଙ୍କୁ ତୁମ ସ୍ୱାମୀଙ୍କୁ କୁକୁଡ଼ା ଫାର୍ମରେ ଚାକିରି କରାଇଦେବି କହି କିଛି ଟଙ୍କା ଦେଇ ପୁଅକୁ ବିକ୍ରି କରିବାକୁ ପ୍ରବର୍ତ୍ତାଇ ଥିଲା।

ସ୍ୱାମୀର ଚାକିରି ଓ ଅର୍ଥ ପ୍ରଲୋଭନରେ ପଡ଼ି ନିବି ଦାସ ନିଜର ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ବର୍ତ୍ତମାନ ଦମ୍ପତିଙ୍କୁ ସାଙ୍ଗରେ ଧରି ଶିଶୁପୁତ୍ରକୁ କିଣି ଥିବା ବ୍ୟକ୍ତିକୁ ଧରିବା ଲାଗି ଖୋଜାଖାଜି ଆରମ୍ଭ କରିଛି ପୁଲିସ। ଏହି ଦମ୍ପତିଙ୍କ ଘର ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିର ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe