ସଂସଦରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କ ଉତ୍ତର: ରାଜ୍ୟର ୧୯ ନଦୀର ଜଳ ପ୍ରଦୂଷିତ, ସବୁଠୁ ଅଧିକ ପ୍ରଦୂଷିତ ବ୍ରାହ୍ମଣୀ

Advertisment
ସଂସଦରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କ ଉତ୍ତର: ରାଜ୍ୟର ୧୯ ନଦୀର ଜଳ ପ୍ରଦୂଷିତ, ସବୁଠୁ ଅଧିକ ପ୍ରଦୂଷିତ ବ୍ରାହ୍ମଣୀ

The Asian Age

ଭୁବନେଶ୍ବର : ରାଜ୍ୟର ୧୯ଟି ନଦୀର ଜଳ ପ୍ରଦୂଷିତ। ବ୍ରାହ୍ମଣୀ ନଦୀ ଜଳ ଅଧିକ ମାତ୍ରାରେ ପ୍ରଦୂଷିତ ହୋଇଛି। ଆଜି ଲୋକସଭାରେ ସାଂସଦ ଜୁଏଲ ଓରାମଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ରତନ ଲାଲ୍ କଟାରିଆ।

କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ରିପୋର୍ଟକୁ ଆଧାର କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ କଟାରିଆଙ୍କ ଜଣାଇଛନ୍ତି ଗଙ୍ଗୁଆ, ଗୁରାଡିହି ନାଳ, କାଠଯୋଡ଼ି, ନନ୍ଦିରାଜୋର, ଦୟା, କୁଆଖାଇ, ବାଙ୍ଗୁରୁ ନାଳ, ଭେଡ଼େନ୍, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, କୁସୁମି, ମହାନଦୀ, ମଙ୍ଗଳା, ନାଗାବଳୀ, ନୁଣା, ରତ୍ନଚିରା, ଋଷିକୂଲ୍ୟା, ଶାବୁଳିଆ ଓ ସେରୁଆ ନଦୀରେ ଅଧିକ ମାତ୍ରାରେ ଜୈବିକ ରାସାୟନିକ ଅମ୍ଲଜାନ ଆବଶ୍ୟକତା ଦେଖିବାକୁ ମିଳିଛି। ବ୍ରାହ୍ମଣୀ ନଦୀର ଜଳ ଅଧିକ ମାତ୍ରାରେ ପ୍ରଦୂଷିତ ହୋଇଛି। ଏହି ନଦୀରେ ରାଉଲକେଲାରୁ ବିରିତୋଲ ପର୍ଯ୍ୟନ୍ତ ପ୍ରଦୂଷଣର ମାତ୍ରା ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ନଦୀ ଜଳ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଜାତୀୟ ନଦୀ ସଂରକ୍ଷଣ ଯୋଜନା ଜରିଆରେ ବିଭିନ୍ନ ପ୍ରକଳ୍ପ ବାବଦରେ ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରାଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ବ୍ରାହ୍ମଣୀ ନଦୀର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଜଳ ଶକ୍ତି ମନ୍ତ୍ରଣାଳୟ ୨୭ କୋଟି ୯ ଲକ୍ଷ ୯୦ ହଜାର ଟଙ୍କା ମଞ୍ଜୁର କରିଛି। ନଦୀକୁ ପ୍ରବାହିତ ହେଉଥିବା ନାଳର ଦିଗ ବଦଳାଇବା ସହିତ ଆବର୍ଜନା ପ୍ରକ୍ରିୟାକରଣ ପ୍ଲାଣ୍ଟ୍ ସ୍ଥାପନ ପାଇଁ ପ୍ରସ୍ତାବ ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ କଟାରିଆ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe